Advertisment

ବିଶ୍ୱ ଚାମ୍ପିୟାନ୍‌ ହେବେ ଭାରତୀୟ କମ୍ପାନୀ

କରୋନା ସଙ୍କଟ ମଧ୍ୟରେ ଅନେକ ଅସୁବିଧାର ସାମ୍ନା କରିଛି ଟେକ୍ସଟାଇଲ କ୍ଷେତ୍ର। ତେବେ ଏହାରି ମଧ୍ୟରେ ଆଜି ବୟନ ଶିଳ୍ପ ପାଇଁ PLI ଯୋଜନାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

author-image
Sarbeswar
ଅଦ୍ୟତନ ହୋଇଛି
Central Cabinet

Central Cabinet

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ଅନେକ ଅସୁବିଧାର ସାମ୍ନା କରିଛି ଟେକ୍ସଟାଇଲ କ୍ଷେତ୍ର। ତେବେ ଏହାରି ମଧ୍ୟରେ ଆଜି ବୟନ ଶିଳ୍ପ ପାଇଁ PLI ଯୋଜନାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

Advertisment

କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ, ଟେକ୍ସଟାଇଲ୍ ସମ୍ବନ୍ଧୀୟ ୧୦ ଟି ବିଭିନ୍ନ ଉତ୍ପାଦ ପାଇଁ ଆସନ୍ତା ୫ ବର୍ଷ ପାଇଁ ୧୦୬୮୩ କୋଟିରୁ ଅଧିକ ଟଙ୍କାର ପ୍ୟାକେଜ୍ ପ୍ରଦାନ କରାଯିବ। ମାନବ ନିର୍ମିତ ଫାଇବର ପୋଷାକ ଏବଂ ଯାନ୍ତ୍ରିକ ବସ୍ତ୍ର ପାଇଁ PLI କୁ ଅନୁମୋଦନ କରାଯାଇଛି। ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆକୁ ସୁଦୃଢ କରିବା ସହ ବୟନଶିଳ୍ପ କ୍ଷେତ୍ରରେ ପିଏଲଆଇ ଯୋଜନାର ଅନୁମୋଦନ କ୍ରମେ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ଆହୁରି ମଜବୁତ ହେବ। ଏହା ସହିତ ଭାରତୀୟ କମ୍ପାନୀଗୁଡିକ ବଜାରରେ ଅଧିକ ନିବେଶ କରିବା ସହ ଦେଶର ଗ୍ରାମାଞ୍ଚଳରେ ନିଯୁକ୍ତି ସୃଷ୍ଟି କରିବେ। ତେବେ କେବଳ ଭାରତରେ ପଞ୍ଜୀକୃତ ଉତ୍ପାଦନକାରୀ କମ୍ପାନୀ ଏଥିଲାଗି ଯୋଗ୍ୟ ହେବେ ବୋଲି କୁହାଯାଇଛି।

Advertisment

କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ବୟନ କ୍ଷେତ୍ରରେ ନିଆଯାଇଥିବା ଏହି ନିଷ୍ପତ୍ତି ସହିତ ହଜାର ହଜାର ଲୋକ ପ୍ରତ୍ୟକ୍ଷ ନିଯୁକ୍ତି ପାଇବେ। ସରକାରଙ୍କ କହିବାନୁସାରେ, ଏହା ୭.୫ ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇବ। ଏହାସହ ପ୍ୟାକେଜକୁ ଦୁଇଟି ଭାଗରେ ରଖାଯାଇଛି, ଯେଉଁଥିରେ ପ୍ରଥମ ଭାଗ ଉତ୍ପାଦନ ପାଇଁ ୧୦୦ କୋଟି ଟଙ୍କା ଏବଂ ଦ୍ୱିତୀୟ ଭାଗ ୩୦୦ କୋଟି ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି।

କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲଙ୍କ କହିବା ଅନୁଯାୟୀ ଏହି ଯୋଜନା ମୁଖ୍ୟତଃ ଗୁଜୁରାଟ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଓଡିଶା ଭଳି ରାଜ୍ୟ ପାଇଁ ଲାଭଦାୟକ ହେବ। ଏହାସହ ଶ୍ରୀଗୋଏଲ କହିଛନ୍ତି ଯେ, ବିହାର ଭଳି ରାଜ୍ୟ ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ।

କେବଳ ଏତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି, ଯେ ଭାରତ ମଧ୍ୟ ବ୍ରିଟେନ, ୟୁଏଇ ଏବଂ ୟୁଏଇ ପରି ପାଶ୍ଚାତ୍ୟ ଦେଶମାନଙ୍କ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଆର) ଉପରେ କାର୍ଯ୍ୟ କରୁଛି। ଆମେ ଭାରତୀୟ ଉତ୍ପାଦ ଉପରେ ଶୁଳ୍କ ପ୍ରତିବନ୍ଧକ ଠିକ୍ କରିବାକୁ ଯୋଜନା କରୁଛୁ। ପ୍ରତିରକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ବସ୍ତ୍ରର ସର୍ବାଧିକ ବ୍ୟବହାର ହେଉଛି। ଭାରତ ବର୍ତ୍ତମାନ PPE ର ଦ୍ୱିତୀୟ ବୃହତ୍ତମ ଉତ୍ପାଦକ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ କ୍ୟାବିନେଟର ଏହି ବୈଠକରେ ଟେଲିକମ୍ କ୍ଷେତ୍ର ପାଇଁ ରିଲିଫ୍ ପ୍ୟାକେଜ୍ ଉପରେ ମଧ୍ୟ ଆଲୋଚନା କରାଯାଉଥିଲା। ଏହା ବ୍ୟତୀତ ରବି ଫସଲର ଏମଏସପି ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଥିଲା।

India Cabinet Meeting Central Govt
Advertisment
Advertisment