ଭାରତରେ ଧନୀ ତାଲିକାରେ କିଏ ପ୍ରଥମ? ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଆପଣଙ୍କ ମନରେ ଉତ୍ସୁକତା ହେଉଥିବ।। ଏହାରି ଭିତରେ ଆଇଆଇଏଫଏଲ ୱେଲ୍ଥ ହୁରୁନ ଇଣ୍ଡିଆ ରିଚ୍ ଲିଷ୍ଟ-୨୦୨୧ରେ ଭାରତର ୧୦ ଧନୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଛି।
ଦେଶର ୨୭ତମ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଏୟାର ମାର୍ଶାଲ ଭି.ଆର୍. ଚୌଧୁରୀ। ବିଦାୟୀ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆଙ୍କ ଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ନେବା ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦନ କରାଯାଇଛି
ହାତକୁ କ୍ୟାପ୍ଟେନ୍ଙ୍କ ବାଏ ବାଏ । କହିଲେ କଂଗ୍ରେସରେ ରହିବିନି, କିନ୍ତୁ ବିଜେପିକୁ ଯିବିନି । ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ୧୦ ଦିନ ପରେ, ନିଜର ପରବର୍ତ୍ତୀ ରାଜନୈତିକ ପଦକ୍ଷେପ ସଂପର୍କରେ ମୁହଁ ଖୋଲିଛନ୍ତି କ୍ୟାପ୍ଟେନ ଅମରିନ୍ଦର ସିଂ ।
ପଞ୍ଜାବ କଂଗ୍ରେସର ଘମାସାନ ଥମିବା ବଦଳରେ ଆହୁରି ଉଗ୍ରତର ହେଉଥିବା ବେଳେ, ଏପଟେ ଦଳର ସଭାପତି ନିର୍ବାଚନ ଓ ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ନେଇ ପୁଣି ତୀବ୍ର ହୋଇଛି ଅସ୍ଥିରତା। ଦଳର ଏହି କନ୍ଦଳ ପାଇଁ ରାହୁଲ ଗାନ୍ଧୀଙ୍କୁ ଦାୟୀ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ନଟବର ସିଂହ। ଶ୍ରୀଯୁକ୍ତ ସିଂ ସୋନିଆ ଗାନ୍ଧୀକୁ ଏହି ପ୍ରସଙ୍ଗରେ ସମାଲୋଚନା ମଧ୍ୟ କରିଛନ୍ତି।
ଭବାନୀପୁର ଆସନ ପାଇଁ ଭୋଟିଂ ବେଳେ ଟିଏମ୍ସି ଓ ବିଜେପି ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ । କିଛି ଟିଏମ୍ସି ସମର୍ଥକ ଜଣେ ବିଜେପି କର୍ମୀଙ୍କ କାରକୁ ଭଙ୍ଗାରୁଜା କରିଛନ୍ତି । କାରକୁ ଅଟକାଇ ଚାରିପଟୁ ଘେରିବା ସହିତ ପଥର ମାଡ଼ କରି କାଚ ଭାଙ୍ଗି ଦେଇଥିଲେ ।
ଆଜି ସକାଳେ ସୁନା ଦର ବଢିବା ଖବର ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଥିଲା। କିନ୍ତୁ ବର୍ତ୍ତମାନ ସମୟରେ ପୁଣି ଥରେ ସୁନା ଦର କମିଥିବା ନେଇ ଜାତୀୟ ଖବର ସରବରାହ ସଂସ୍ଥା ପିଟିଆଇ ପକ୍ଷରୁ ସୂଚନା ମିଳିଛି। ଆଜି ସୁନା ଦର ପ୍ରାୟ ୧୫୪ ଟଙ୍କା ଶସ୍ତା ହୋଇ ୪୪,୯୭୬ ଟଙ୍କା ରହିଛି
ଭାରତୀୟ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜ୍ଜୁଙ୍କ ଲୋକଙ୍କ ସହ ପାରମ୍ପରିକ ଅନ୍ଦାଜରେ ନାଚୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ପ୍ରଧାନମନ୍ତ୍ରୀ ମୋଦୀ ବେଶ ପ୍ରଶଂସା କରିଛନ୍ତି। ବୁଧବାର ରିଜ୍ଜୁ ଅରୁଣାଚଳ ପ୍ରଦେଶରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପରେ ଏକ ଭିଡିଓ ସେୟାର କରିଥିଲେ, ଯାହାକୁ ପ୍ରଧାନମନ୍ତ୍ରୀ ରିଟ୍ୱିଟ କରି ଜଣେ ଭଲ ନୃତ୍ୟଶିଳ୍ପୀ ଭାବରେ ପ୍ରଶଂସା କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ମିଡ୍ ଡେ ଭୋଜନ ବା ମଧ୍ୟାହ୍ନ ଭୋଜନ ଯୋଜନାର ନାମ 'ପିଏମ ପୋଷଣ' ଯୋଜନାରେ ପରିବର୍ତ୍ତନ କରାଯାଇଛି । ଏହା ଅଧୀନରେ ସରକାର ପାଞ୍ଚ ବର୍ଷ ପାଇଁ ମୋଟ ୧.୩ ଲକ୍ଷ କୋଟି ବଜେଟ୍ ଆବଣ୍ଟନ କରିଛନ୍ତି ।
ଏଥିରେ ଭାରତ, ପାକିସ୍ତାନ ବ୍ୟତୀତ ଋଷିଆ, ଚୀନ୍, ଇରାନ ପ୍ରମୁଖ ରାଷ୍ଟ୍ର ସାମିଲ ହେବା ନେଇ ସୂଚନା ରହିଛି। ଏସିଆରେ ଆତଙ୍କବାଦ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। SCO ଦୁଶନାବେ ଘୋଷଣାନାମା ଅନୁଯାୟୀ ଏହି ମିଳିତ ଆଣ୍ଟି ଟେରର ମିଳିତ ଅଭ୍ୟାସ କରାଯାଉଛି।
କଥାରେ ଅଛି ରଖେ ହରି ତ ମାରେ କିଏ । ଯଦି ଭଗବାନ ତମକୁ ରକ୍ଷା କରିବାକୁ ଚାହୁଁଥିବେ ତେବେ ଦୁନତିଆର କୌଣସି ଶକ୍ତି ତୁମକୁ ମାରି ପାରିବ ନାହିଁ । ଠିକ୍ ସେମିତି ଏକ ଘଟଣ ଏବେ ସାମ୍ନାକୁ ଆସିଛି ।
କରୋନା କମିବାରେ ନା ନେଉନାହିଁ। ଭ୍ୟାକ୍ସିନ ନେବା ପରେ ମଧ୍ୟ ଅନେକ ପୁଣି ଥରେ କରୋନାର ଆକ୍ରାନ୍ତ ହେଉଛନ୍ତି। ମୁମ୍ବାଇରେ ଏକଥରେ ୨୭ ଜଣ ମେଡିକାଲ ପାଠପଢ଼ୁଥିବା ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହେବା ଖବର ସାମ୍ନାକୁ ଆସିବା ପରେ ସମସ୍ତଙ୍କ ଚିନ୍ତା ବଢିଛି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୋଟ୍ ସମ୍ପତ୍ତି ପରିମାଣ ୩.୦୭ କୋଟି ଟଙ୍କାରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀଙ୍କ ୱେବସାଇଟ୍ର ନଗଦ ତଥ୍ୟ ଅନୁଯାୟୀ ଏହି ସୂଚନା ମିଳିଛି । ୨୦୨୦ ମସିହା ଜୁନ୍ ୩୦ ତାରିଖ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତିର ପରିମାଣ ଥିଲା ୨.୮୫ କୋଟି ଟଙ୍କା
ଶାହଙ୍କ ପରେ ଅଜିତ ଡୋଭାଲଙ୍କୁ ଭେଟି, ପଞ୍ଜାବ ଅଭିମୁଖେ ଅମରିନ୍ଦର । ନୂଆଦିଲ୍ଲୀରେ NSA ଅଜିତ୍ ଡୋଭାଲ୍ଙ୍କୁ ସାକ୍ଷାତ କରିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ।
ମନୀଷ ଗୁପ୍ତା ହତ୍ୟାକାଣ୍ଡକୁ ନେଇ ସମାଜବାଦୀ ପାର୍ଟି କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି ।
କଂଗ୍ରେସକୁ ଲାଗିପାରେ ବଡ଼ ଝଟକା। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଦଳ ଛାଡ଼ିବା ନେଇ ଜାତୀୟ ଗଣମାଧ୍ୟମରେ ଜୋର ଧରିଲା ଚର୍ଚ୍ଚା। ତେବେ ପଞ୍ଜାବରେ ଚାଲିଥିବା ରାଜନୈତିକ ଡ୍ରାମାର ଅନ୍ତ ହୋଇପାରେ । ତେବେ କ୍ୟାପଟେନ୍ ସ୍ପଷ୍ଟ କରିଛନ୍ତି କି ସେ ଆଉ ଦଳରେ ରହିବେ ନାହିଁ। କିନ୍ତୁ କେଉଁ ଦଳରେ ଯୋଗ ଦେବେ ସେନେଇ କୌଣସି ସ୍ପଷ୍ଟ କରିନାହାନ୍ତି।
ନାଗରିକଙ୍କୁ ବାୟୁ ସେନାର ପରାମର୍ଶ । ରାସ୍ତା ଘାଟରେ ଅବା ଖୋଲା ସ୍ଥାନରେ ଆବର୍ଜନା ଓ ଖାଇବା ଜିନିଷ ନ ପକାଇବାକୁ ଗାଜିଆବାଦ ଓ ତାର ନିକଟସ୍ଥ ଅଞ୍ଚଳର ନାଗରିକମାନଙ୍କୁ ବାୟୁସେନା ପକ୍ଷରୁ ଅନୁରୋଧ କରାଯାଇଛି । ରାତା ଘାଟ ତଥା ଖୋଲାସ୍ଥାନରେ ଖାଇବା ଜିନିଷ ପକାଇବାରୁ ସେଠାରେ ବିଭିନ୍ନ ପକ୍ଷୀ ଜମା ହେଉଛନ୍ତି । ଯାହା ଦ୍ୱାରା ବାୟୁସେନା ଦିବସରେ ହେବାକୁ ଥିବା ସେନା ଅଭ୍ୟାସ ସମୟରେ ସେମାନଙ୍କ ପାଇଁ ବାଧା ସୃଷ୍ଟି ହେଉଛି । ଫଳରେ ଏହା ବିମାନ ପାଇଁ ବିପଦଜନକ ହୋଇଥାଏ ।
ଦେଶର ୨୭ତମ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଏୟାର ମାର୍ଶାଲ ଭି.ଆର୍. ଚୌଧୁରୀ। ବିଦାୟୀ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆଙ୍କ ଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ନେବା ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦନ କରାଯାଇଛି
ଆଜି ପୁଣି ବଢିଲା ସୁନା ଦର। MCX ରେ, ଡିସେମ୍ବରରେ ସୁନା ଫ୍ୟୁଚର ୦.୩୮ ପ୍ରତିଶତ ବୃଦ୍ଧି ପାଇ ସୁନା ୪୫,୯୪୨ ଥିବାବେଳେ ରୂପା ହାର ୦.୧୮ ପ୍ରତିଶତ ବୃଦ୍ଧି ହୋଇ ୫୮,୪୯୦ କିଲୋଗ୍ରାମ ପ୍ରତି ଦର ରହିଛି। ତେବେ ରୂପା ପାଖାପାଖି ୨ ହଜାର ଟଙ୍କା ଏହାରି ମଧ୍ୟରେ ହ୍ରାସ ହୋଇଛି।
ଅକ୍ଟୋବର ପହିଲାରୁ ଆର୍ଥିକ କ୍ଷେତ୍ରରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ପେନସନଭୋଗୀଙ୍କୁ ମିଳିବ ସୁବିଧା ।
ପଞ୍ଜାବରେ କଂଗ୍ରେସ ମତଭେଦ ମଧ୍ୟରେ ସ୍ଥିତି ପୁଣି ଥରେ ସ୍ୱାଭାବିକ ହେବା ଭଳି ମନେ ହେଉଛି । ଦଳର ନେତା ରାହୁଲ ଗାନ୍ଧୀଙ୍କ ବୈଠକ ଖବର ମଧ୍ୟରେ ଗୁରୁବାର ଦିନ ଅପରାହ୍ନ ୩ ଟାରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ଭେଟିବେ । ସିଦ୍ଧୁ ନିଜେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଶହୀଦ୍ଙ୍କ ନାଁରେ ହେଲା ସରକାରୀ ସ୍କୁଲର ନାମ। ଜାମ୍ମୁକାଶ୍ମୀରରେ ଥିବା ସରକାରୀ ସ୍କୁଲର ନାମକୁ ପରିବର୍ତ୍ତନ କରାଯାଇ ଶହୀଦଙ୍କ ନାମ ରଖିବା ପ୍ରକ୍ରିୟା ଆରମ୍ଭ କରାଯାଇଛି । ଜାମ୍ମୁକାଶ୍ମୀର ସୀମାନ୍ତ ଜିଲ୍ଲା ସାମ୍ୱା ଗାଁର ସାଙ୍ଗୱାଲିରେ ଥିବା ସରକାରୀ ମିଡିଲ୍ ସ୍କୁଲ୍ର ନାମ କୁ ପରିବର୍ତ୍ତନ କରାଯାଇ ସୁଶିଲ ଖଜୁରିଆଙ୍କ (Kirti Chakra awardee martyr Lieutenant Sushil Khajuria) ନାମରେ ନାମିତ କରାଯାଇଛି ।
ଦେଶରେ ପୁଣି ଥରେ ବଢିଲା ସଂକ୍ରମଣ। ଗତ ୨୪ ଘଂଟା ମଧ୍ୟରେ ୨୩,୫୨୯ ଜଣ କରୋନାରେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମହାମାରୀ ୩୧୧ ଜଣଙ୍କ ନେଇଛି ପ୍ରାଣ। ତେବେ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍ ୩,୩୭,୩୯,୯୮୦ରେ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୪,୪୮,୦୬୨ରେ ପହଞ୍ଚିଛି।
ରୋଚକ ହେବାରେ ଲାଗିଛି ପଞ୍ଜାବ ରାଜନୀତି। ଗୋଟିଏ ପଟେ ସିଦ୍ଧୁ ପିସିସି ଚୌକି ଛାଡ଼ିଥିବା ବେଳେ ଏପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିଛନ୍ତି। ତେବେ ଗତକାଲି ଅମରିନ୍ଦର ସିଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ମଧ୍ୟ ସାକ୍ଷାତ୍ କରିଛନ୍ତି
ତାଜମହଲର ନିଷେଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ୍ । ପ୍ରେମର ପ୍ରତୀକର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି । ମେହେତାବ୍ ବାଗ ନିକଟରେ ଏଡିଏର ତାଜ ଭ୍ୟୁ ପଏଣ୍ଟରୁ ଡ୍ରୋନ୍ ଉଡାଣ ହୋଇଥିବା ସୂଚନା ମିଳିଛି । ତାଜମହଲର ୫୦୦ ମିଟର ପରିଧିରେ ଆସେ ଏହି ଅଞ୍ଚଳ । ଏଠାରେ ଡ୍ରୋନ୍ ଉଡ଼ାଣ ନିସେଦ୍ଧ ।
ବାଘ ପଞ୍ଛାରୁ ମୁକୁଳିଲା କୁନି ପୁଅ । ମୃତ୍ୟୁ ମୁହଁରୁ ହାତ ଭରି ଛଡ଼ାଇ ଆଣିଲେ ଆଉ ପୁତୁରାକୁ ନୂଆ ଜୀବନ ଦେଲେ କାକା । ମୁମ୍ବାଇର ଆରେ ଜଙ୍ଗଲ ଅଞ୍ଚଳରେ ୨୫ ବର୍ଷ ବୟସ୍କ କକାଙ୍କ ପାଇଁ ୪ ବର୍ଷିୟ କୋମଳମତି ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇଯାଇଛି । ପାଟିରେ କାମୁଡ଼ି ପଳାଇ ଯାଉଥିବା ବେଳେ କଲରାପତରିଆ ବାଘକୁ ଗୋଡ଼ାଇ ଗୋଡ଼ାଇ ପୁତୁରାକୁ ଉଦ୍ଧାର କରିଛନ୍ତି