Advertisment

କଂଗ୍ରେସ ଛାଡ଼ିବେ କ୍ୟାପଟେନ୍‌ ଅମରିନ୍ଦର !

କଂଗ୍ରେସକୁ ଲାଗିପାରେ ବଡ଼ ଝଟକା। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଦଳ ଛାଡ଼ିବା ନେଇ ଜାତୀୟ ଗଣମାଧ୍ୟମରେ ଜୋର ଧରିଲା ଚର୍ଚ୍ଚା। ତେବେ ପଞ୍ଜାବରେ ଚାଲିଥିବା ରାଜନୈତିକ ଡ୍ରାମାର ଅନ୍ତ ହୋଇପାରେ । ତେବେ କ୍ୟାପଟେନ୍‌ ସ୍ପଷ୍ଟ କରିଛନ୍ତି କି ସେ ଆଉ ଦଳରେ ରହିବେ ନାହିଁ। କିନ୍ତୁ କେଉଁ ଦଳରେ ଯୋଗ ଦେବେ ସେନେଇ କୌଣସି ସ୍ପଷ୍ଟ କରିନାହାନ୍ତି।

author-image
Sarbeswar
ଅଦ୍ୟତନ ହୋଇଛି
amarinder-singh

amarinder-singh

ନୂଆଦିଲ୍ଲୀ: କଂଗ୍ରେସକୁ ଲାଗିପାରେ ବଡ଼ ଝଟକା। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଦଳ ଛାଡ଼ିବା ନେଇ ଜାତୀୟ ଗଣମାଧ୍ୟମରେ ଜୋର ଧରିଲା ଚର୍ଚ୍ଚା। ତେବେ ପଞ୍ଜାବରେ ଚାଲିଥିବା ରାଜନୈତିକ ଡ୍ରାମାର ଅନ୍ତ ହୋଇପାରେ । ତେବେ କ୍ୟାପଟେନ୍‌ ସ୍ପଷ୍ଟ କରିଛନ୍ତି କି ସେ ଆଉ ଦଳରେ ରହିବେ ନାହିଁ। କିନ୍ତୁ କେଉଁ ଦଳରେ ଯୋଗ ଦେବେ ସେନେଇ କୌଣସି ସ୍ପଷ୍ଟ କରିନାହାନ୍ତି।

Advertisment

ଅମରିନ୍ଦର ସିଂ କହିଛନ୍ତି ଯେ ମୁଁ ମୋର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି। କୌଣସି ପ୍ରକାର ଅପମାନକୁ ସହ କରିପାରିବେ ନାହିଁ ବୋଲି କ୍ୟାପଟେନ୍‌ ଗତକାଲି କହିଥିଲେ। ଏକ ଘରୋଇ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି ଯେ ବିଧାନସଭା ପାର୍ଟିର ବୈଠକକୁ ମତେ ଡ଼କାଯାଇନଥିଲା କି ଖବର ବି ଦିଆଯାଇନଥିଲା। ଏହାସହ ଦଳ ଅଣଦେଖା ମଧ୍ୟ କରିଥିଲା। ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ନେଇ ସ୍ପଷ୍ଟ ମଧ୍ୟ କରିଥିଲି। ମୁଁ ଯେଉଁ ନିଷ୍ପତ୍ତି ନେଇଛି ତାହା ପୂର୍ବରୁ ଅନେକ ଥର ଭାବିଛି ଆଉ ଏହି ନିଷ୍ପତ୍ତି ନେଇଛି ବୋଲି ଅମରିନ୍ଦର କହିଛନ୍ତି। ଏହାସହ ସେ କହିଛନ୍ତି ଯଦି ମୋ ଉପରେ ଦଳର ବିଶ୍ୱାସ ନାହିଁ ତେବେ ମୁଁ ଏ ଦଳରେ କାହିଁକି ରହିବି ବୋଲି କ୍ୟାପଟେନ୍‌ ପ୍ରଶ୍ନ କରିଥିଲେ

Advertisment

ସେପଟେ, ନବଜୋତ ସିଂ ସିଦ୍ଧୁଙ୍କୁ ନେଇ କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି ଯେ ସେ ଦଳର ଖେଳାଳି ନୁହଁନ୍ତି, ପଞ୍ଜାବ କଂଗ୍ରେସ ସଭାପତି ପଦ ପାଇଁ ଜଣେ ରାଜନୈତିକ ଖେଳାଳି ଆବଶ୍ୟକ। ପଞ୍ଜାବରେ କଂଗ୍ରେସର ଲୋକପ୍ରିୟତା ହ୍ରାସ ପାଉଛି ଏବଂ ଆମ୍ ଆଦମୀ ପାର୍ଟି କ୍ରମାଗତ ଭାବରେ ଜନପ୍ରିୟ ହେବାରେ ଲାଗିଛି। ଆଉ ଏହି ସମୟରେ ମୁଁ ଏପରି ନିଷ୍ପତ୍ତି ନେବା ପାଇଁ ବାଧ୍ୟ ହେଲି। ଏହାସହ କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି ଯେ ପଞ୍ଜାବ ନିର୍ବାଚନ ଏଥର ବହୁତ ଭିନ୍ନ ହେବ, କଂଗ୍ରେସ-ଅକାଳୀ ଦଳ ସେଠାରେ ଅଛନ୍ତି ଆଉ ଏବେ ସେଠାରେ ଆପ୍‌ ଯୋଗ ଦେଉଛି।

ଏହାସହ ଅମରିନ୍ଦର ସିଂ କହିଛନ୍ତି ଯେ ଯଦିଓ ମୁଁ ଏବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ନୁହଁନ୍ତି, ତଥାପି ପଞ୍ଜାବ ତାଙ୍କର ଅଟେ। ସେଥିପାଇଁ ଗୃହମନ୍ତ୍ରୀ ଅମିତ ଶାହା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ସେ ଭେଟିଛନ୍ତି। କିନ୍ତୁ ସେ ବିଜେପିରେ ଯୋଗ ଦେବେ କି ନାହିଁ ସ୍ପଷ୍ଟ କରିନାହାନ୍ତି।

Congress Politics Captain Amarinder Singh Punjab Politics
Advertisment
Advertisment