Advertisment

ଶାହାଙ୍କ ପରେ ଡୋଭାଲଙ୍କୁ ଭେଟିଲେ କ୍ୟାପଟେନ୍‌ ଅମରିନ୍ଦର

ରୋଚକ ହେବାରେ ଲାଗିଛି ପଞ୍ଜାବ ରାଜନୀତି। ଗୋଟିଏ ପଟେ ସିଦ୍ଧୁ ପିସିସି ଚୌକି ଛାଡ଼ିଥିବା ବେଳେ ଏପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଭେଟିଛନ୍ତି। ତେବେ ଗତକାଲି ଅମରିନ୍ଦର ସିଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ମଧ୍ୟ ସାକ୍ଷାତ୍ କରିଛନ୍ତି

author-image
Sarbeswar
ଅଦ୍ୟତନ ହୋଇଛି
ପଞ୍ଜାବରେ ନାହିଁ ବିଜେପି ଯାଦୁ; କଂଗ୍ରେସ ଜିତିଲା ଆସନ

amrindar

ନୂଆଦିଲ୍ଲୀ: ରୋଚକ ହେବାରେ ଲାଗିଛି ପଞ୍ଜାବ ରାଜନୀତି। ଗୋଟିଏ ପଟେ ସିଦ୍ଧୁ ପିସିସି ଚୌକି ଛାଡ଼ିଥିବା ବେଳେ ଏପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଭେଟିଛନ୍ତି। ତେବେ ଗତକାଲି ଅମରିନ୍ଦର ସିଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ମଧ୍ୟ ସାକ୍ଷାତ୍ କରିଛନ୍ତି। ଏହାପୂର୍ବରୁ ବୁଧବାର ଦିନ ଅମରିନ୍ଦର ସିଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଭେଟିଥିଲେ। ଅମରିନ୍ଦର ସିଂ ଏବଂ ଅଜିତ ଡୋଭାଲଙ୍କ ସାକ୍ଷାତ ବହୁ ଗୁରୁତ୍ୱପୂର୍ଣ୍ଣ ଥିବା କୁହାଯାଉଛି। କାରଣ ପାକିସ୍ତାନ ସହ ନବଜୋତ ସିଂ ସିଦ୍ଧୁଙ୍କ ସମ୍ପର୍କକୁ ନେଇ ପୂର୍ବତନ ସିଏମ ତଥା କଂଗ୍ରେସ ନେତା ଅମରିନ୍ଦର ପ୍ରଶ୍ନ ଉଠାଇଥିଲେ।

Advertisment

କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି ଯେ ପଞ୍ଜାବରେ ନବଜୋତ ସିଂ ସିଦ୍ଧୁ ଉଚ୍ଚ ପଦବୀରେ ରହିବା ଠିକ୍ ନୁହେଁ, କାରଣ ସେ ଇମ୍ରାନ ଖାନ ଏବଂ ପାକିସ୍ତାନୀ ସେନା ମୁଖ୍ୟ କାମାର ବାଜୱାଙ୍କ ସହ ସମ୍ପର୍କ ରଖିଛନ୍ତି। କ୍ୟାପଟେନ ଶାହାଙ୍କ ସହ ହୋଇଥିବା ଉଚ୍ଚ ସ୍ତରୀୟ ବୈଠକରେ ମଧ୍ୟ ଏନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା କିନ୍ତୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅମିରନ୍ଦରଙ୍କ ମିଡ଼ିଆ ପରାମର୍ଶ ଦାତା କହିଥିଲେ ଯେ, ଶାହା-ଅମରିନ୍ଦରଙ୍କ ମଧ୍ୟରେ କୌଣସି ରାଜନୈତିକ ଆଲୋଚନା ହୋଇନାହିଁ ବରଂ କୃଷି ଏବଂ କୃଷକମାନଙ୍କର କିପରି ଭାବରେ ବିକାଶ ହେବ ସେନେଇ ଆଲୋଚନା ହୋଇଛି।

Advertisment

ଗତ କିଛି ଦିନ ମଧ୍ୟରେ ପଞ୍ଜାବର ରାଜନୈତିକ ପରିସ୍ଥିତିକୁ ଦେଖିଲେ ଅନେକ କଳ୍ପନାଜଳ୍ପନା କରାଯାଉଛି। ମୁଖ୍ୟମନ୍ତ୍ରୀ ପଦ ଛାଡିବା ସହ କ୍ୟାପଟେନ ଅମରିନ୍ଦର ସିଂ ବିଦ୍ରୋହୀ ମନୋଭାବ ପୋଷଣ କରୁଥିବା ବେଳେ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ କଂଗ୍ରେସରେ କଳ୍ପନାଜଳ୍ପନା ଜୋର ଧରିଛି। କ୍ୟାପଟେନ ଅମରିନ୍ଦର ସିଂ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା ନେଇ ଖୁବ୍‌ ଚର୍ଚ୍ଚା ମଧ୍ୟ ହେଉଛି। ତେବେ ଏ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନାହିଁ।

ଉଲ୍ଲେଖନୀୟ କଥା ହେଉଛି, କ୍ୟାପଟେନ ଅମରିନ୍ଦର ସିଂ ନବଜୋତ ସିଂ ସିଦ୍ଧୁଙ୍କ ଉପରେ କ୍ରମାଗତ ମନ୍ତବ୍ୟ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କ୍ୟାପଟେନ ସ୍ପଷ୍ଟ ଭାବରେ କହିଥିଲେ ଯେ ନବଜୋତ ସିଂ ସିଦ୍ଧୁ ପଞ୍ଜାବ ପାଇଁ ବିଶେଷ କିଛି କରିନାହାନ୍ତି। ଯେତେବେଳେ ନବଜୋତ ସିଂ ସିଦ୍ଧୁ ପଞ୍ଜାବ କଂଗ୍ରେସ ରାଜ୍ୟ ସଭାପତି ପଦ ଛାଡିଥିଲେ, ଅମରିନ୍ଦର ସିଂ ତାଙ୍କ ମତକୁ ଦୋହରାଇବା ସହ ପାକିସ୍ତାନ ସମ୍ପର୍କ କଥା ଉଠାଇଥିଲେ।

Congress Politics Ajit Doval Amarinder Singh Punjab Politics
Advertisment
Advertisment