Advertisment

ଆତଙ୍କବାଦୀ ନିରୋଧୀ ଏକ୍ସରସାଇଜରେ ସାମିଲ ହେବ ଭାରତ !

ଏଥିରେ ଭାରତ, ପାକିସ୍ତାନ ବ୍ୟତୀତ ଋଷିଆ, ଚୀନ୍, ଇରାନ ପ୍ରମୁଖ ରାଷ୍ଟ୍ର ସାମିଲ ହେବା ନେଇ ସୂଚନା ରହିଛି। ଏସିଆରେ ଆତଙ୍କବାଦ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। SCO ଦୁଶନାବେ ଘୋଷଣାନାମା ଅନୁଯାୟୀ ଏହି ମିଳିତ ଆଣ୍ଟି ଟେରର ମିଳିତ ଅଭ୍ୟାସ କରାଯାଉଛି।

author-image
Chandan Shishu
Ind-Pak

Ind-Pak

ଇସଲାମବାଦ: ପାକିସ୍ତାନରେ ହେବାକୁ ଥିବା ସଂଘାଇ ସହଯୋଗ ସଙ୍ଗଠନ ବା SCO ଆତଙ୍କବାଦୀ ନିରୋଧୀ ଏକ୍ସରସାଇଜରେ ସାମିଲ ହୋଇପାରେ ଭାରତ। ଏଥିପାଇଁ ଭାରତ ଏକ ୩ ଜଣିଆ ଟିମ୍ ପଠାଇବ ବୋଲି ସୂଚନା ମିଳିଛି। ପାକିସ୍ତାନର ପାବିରେ ଆସନ୍ତା ସପ୍ତାହ ଏହି ଅଭ୍ୟାସ ହେବ। SCO ଅଧୀନରେ ଥିବା ରିଜିଓନାଲ ଆଣ୍ଟି-ଟେରରିଷ୍ଟ ଷ୍ଟ୍ରକଚର ଦ୍ୱାରା ଏହି ଅଭ୍ୟାସ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। 

Advertisment

ଏଥିରେ ଭାରତ, ପାକିସ୍ତାନ ବ୍ୟତୀତ ଋଷିଆ, ଚୀନ୍, ଇରାନ ପ୍ରମୁଖ ରାଷ୍ଟ୍ର ସାମିଲ ହେବା ନେଇ ସୂଚନା ରହିଛି। ଏସିଆରେ ଆତଙ୍କବାଦ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। SCO ଦୁଶନାବେ ଘୋଷଣାନାମା ଅନୁଯାୟୀ ଏହି ମିଳିତ ଆଣ୍ଟି ଟେରର ମିଳିତ ଅଭ୍ୟାସ କରାଯାଉଛି। ଏପରି ଅପରେସନ ଦ୍ୱାରା ଆଫଗାନିସ୍ତାନରେ ରାଜନୀତିକ ଓ କୂଟନୀତିକ ଉପାୟରେ ସମସ୍ୟାକୁ ମୁକାବିଲା କରାଯାଇପାରିବ ବୋଲି ଲକ୍ଷ୍ୟ ରଖାଯାଇଛି।

ମାର୍ଚ୍ଚ ମାସରେ ତାସ୍କକେଣ୍ଟରେ ଏଥିପାଇଁ ଆରଏଟିଏସ୍‌ ପରିଷଦ ନିଷ୍ପତ୍ତି ନେଇଥିଲା। ପୂର୍ବରୁ ଏସ୍‌ସିଓରେ ଥିବା ସଦସ୍ୟମାନେ ପାକିସ୍ତାନରେ ହେବାକୁଥିବା ଅପରେସନରେ ସାମିଲ ହେବେ ବୋଲି ଘୋଷଣା କରି ସାରିଥିଲେ। ଭାରତ ଶେଷ ରାଷ୍ଟ୍ର ଭାବେ ଆତଙ୍କୀ ବିରୋଧୀ କାର୍ଯ୍ୟକ୍ରମରେ ସାମିଲ ହେବ ବୋଲି କହିଛି।

Advertisment

ଏସ୍‌ସିଓର ପ୍ରୋଟକଲ ଅନୁଯାୟୀ, ପାକିସ୍ତାନ ପଡ଼ୋଶୀ ଭାରତ ସମେତ ସବୁ ସଦସ୍ୟ ରାଷ୍ଟ୍ରଙ୍କୁ ଏହି ଅଭ୍ୟାସ କାର୍ଯ୍ୟକ୍ରମରେ ସାମିଲ ହେବାକୁ ବିଧିବଦ୍ଧ ଭାବେ ନିମନ୍ତ୍ରଣ କରିଥିଲା। ଏହି ଯୁଦ୍ଧାଭ୍ୟାସରେ କୌଣସି ଟ୍ରୁପ୍ସ ସାମିଲ ହେବେନି। କେବଳ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ଆସୁଥିବା ଟଙ୍କାର ମାର୍ଗକୁ ଚିହ୍ନଟ କରିବା ଓ ଏହାକୁ ଅକାମୀ କରିବା ହିଁ ଏହି ଅପରେସନର ଲକ୍ଷ୍ୟ। ଭାରତ ପକ୍ଷରୁ ଏହି ଅଭ୍ୟାସ କାର୍ଯ୍ୟକ୍ରମରେ ଜାତୀୟ ସୁରକ୍ଷା ପରିଷଦ ସେକ୍ରେଟେରିଏଟର ଅଧିକାରୀମାନେ ଭାଗ ନେବେ।

India Pakistan Anti Terroism
Advertisment
Advertisment