ହିଂସା ସମୟର ହୃଦୟବିଦାରକ ଦୃଶ୍ୟ । ପୁଅ ସାମ୍ନାରେ ଗାଡ଼ି ଚଢ଼ାଇ ବାପାର ଜୀବନ ନେଇଗଲେ । ମୃତକ ଦଲଜିତଙ୍କ ସିଂଙ୍କ ପରିବାର ନ୍ୟାୟ ପାଇଁ ସରକାରଙ୍କ ନିକଟରେ ଗୁହାରୀ କରିଛନ୍ତି । ହିଂସାକାଣ୍ଡ ସମୟରେ ଦଲଜିତଙ୍କ ୧୫ ବର୍ଷର ପୁଅ ଘଟଣାସ୍ଥଳରେ ଥିଲା । ଆଉ ତା’ରି ଆଖି ସାମ୍ନାରେ ସବୁ କିଛି ଘଟିଗଲା ।
ଉତ୍ତରପ୍ରଦେଶ ଲକ୍ଷ୍ନୌରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କୁ ପୋଲିସ ନିଜ ହେପାଜତକୁ ନେଇଛି। ନିଜ ବାସଭବନ ଆଗରେ ଧାରଣା ଦେଇଥିବା ଅଖିଳେଶଙ୍କୁ ପୋଲିସ ନିଜ ହେପାଜତକୁ ନେଇ ଅଟକ ରଖିଛି।
ଲଖିମପୁର ଖେରିରେ ହିଂସା ପରେ ପୂରା ୟୁପି ଏବେ ରାଜନଅତିକ ଅଖାଡ଼ାରେ ପରିଣତ ହୋଇଛି । ବିରୋଧୀଦଳ ନେତାମାନେ ଲକ୍ଷ୍ମୀପୁର ଯାଇ ଚାଷୀଙ୍କୁ ଭେଟିବାକୁ ଚାହୁଁଛନ୍ତି, କିନ୍ତୁ ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିଛି । ସେହିପରି ଲଖିମପୁର ହିଂସା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଦାୟୀ କରିଛନ୍ତି କୃଷକ ।
ମୁମ୍ବାଇରେ କ୍ରୁଜ୍ ଜାହାଜରେ ହୋଇଥିବା ଡ୍ରଗ୍ସ ପାର୍ଟି ମାମଲାରେ କିଙ୍ଗଖାନ୍ ଶାହରୁଖ ଖାନ୍ଙ୍କ ପୁଅ ଆର୍ୟନଙ୍କୁ ଗିରଫ କରାଯାଇଛି। ଏନ୍ସିବି ଗତକାଲି ତାଙ୍କୁ ହେପାଜତକୁ ନେବା ସହ ଡ୍ରଗ୍ସ ମାମଲାରେ ପଚରାଉଚରା ଚଳାଇଛି। ପଚରାଉଚରା ବେଳେ ଆର୍ୟନ ଦୁଃଖରେ ପୁରାପୂରି ଭାଙ୍ଗି ପଡ଼ିବା ସହ କାନ୍ଦି ପକାଇଥିବା ଜଣାପଡ଼ିଛି।
ଓଭର ବ୍ରିଜ୍ ତଳେ ଫସିଗଲା ପ୍ଲେନ୍ । ରାଜଧାନୀ ଦିଲ୍ଲୀରୁ ଗୁରୁଗ୍ରାମକୁ ସଂଯୋଗ କରୁଥିବା ଏକ ଓଭର ବ୍ରିଜ୍ ତଳେ ଗୋଟେ ପ୍ଲେନ୍ ଅଟକିଯା ରହିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ପ୍ରାୟ ୪୦ ସେକେଣ୍ଡର ଏହି ଭିଡିଓରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଥିବା ଏକ ଓଭରବ୍ରିଜ୍ ତଳେ ଏହି ବିମାନଟି ଫସି ରହିଥିବାର ଦେଖିବାକୁ ମିଳିଛି ।
ଉତ୍ତରପ୍ରଦେଶ ଲଖିମପୁର ଖେରି ଜିଲ୍ଲାରେ ଆନ୍ଦୋଳନରତ କୃଷକଙ୍କ ଉପରେ ଏସ୍ୟୁଭି ଚଢ଼ାଇ ଦେବା ଅଭିଯୋଗରେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି।
ଆନ୍ଦୋଳନରତ କୃଷକଙ୍କ ଉପରେ ଏସ୍ୟୁଭି ମଡ଼ାଇ ହତ୍ୟା ଅଭିଯୋଗକୁ ନେଇ ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରିରେ ଉତ୍ତେଜନା ଦେଖାଦେଇଛି । ପରିସ୍ଥିତିକୁ ଦେଖି ସେଠାରେ ଅନେକ ସଂଖ୍ୟାରେ ପୋଲିସ ମୁତୟନ କରାଯାଇଛି । ଦେଖନ୍ତୁ ଖବର।
ମୃତ ଚାଷୀଙ୍କ ପରିବାରକୁ ଭେଟିବାକୁ ଆସିଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କୁ ସୀତାପୁର ହରଗାଁଓ ନିକଟରେ ପୋଲିସ୍ ଗିରଫ କରିଥିବା ନେଇ ଜାତୀୟ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିଭି ସୂଚନା ଦେଇଛନ୍ତି। ଏହି ସମୟରେ ପ୍ରିୟଙ୍କା ଗାନ୍ଧି ଓ ପୋଲିସ ମଧ୍ୟରେ ଦୀର୍ଘ ସମୟ ଧରି ଯୁକ୍ତିତର୍କ ହୋଇଥିଲା।
କାଶ୍ମୀରର ସୁନ୍ଦର ଉପତ୍ୟାକା, ଉଚ୍ଚ ପାହାଡ, ହ୍ରଦ, ସବୁଜିମା ଭରା ଜଙ୍ଗଲ ପ୍ରତ୍ୟେକ ପ୍ରକୃତି ପ୍ରେମୀଙ୍କୁ ଆକର୍ଷିତ କରିଥାଏ । ଭୂସ୍ୱର୍ଗ କୁହାଯାଉଥିବା କାଶ୍ମୀରର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ଦେଶ ବିଦେଶର ପର୍ଯ୍ୟଟକ ଭିଡ ଜମାନ୍ତି ।
ଡ୍ରଗ୍ସ ମାମଲାରେ ଫସିଥିବା କିଙ୍ଗ ଖାନ୍ ଶାହରୁଖ ଖାନ୍ଙ୍କ ପୁଅ ଆର୍ୟନଙ୍କ ଠାରୁ ଆଜି ତଥ୍ୟ ଓଗାଳିବାକୁ ଏନ୍ସିବି ଚେଷ୍ଟା କରିବ। ଗତକାଲି ଆର୍ୟନଙ୍କ ସମେତ ୭ଜଣଙ୍କୁ ଗିରଫ କରାଯାଇଥିଲା। ପଚରାଉଚରା ବେଳେ ସେମାନଙ୍କ ଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ ହୋଇଛି।
ଆନ୍ଦୋଳନରତ କୃଷକଙ୍କ ଉପରେ ଏସ୍ୟୁଭି ଚଢ଼ାଇ ହତ୍ୟା ଅଭିଯୋଗକୁ ନେଇ ଉତ୍ତରପ୍ରଦେଶ ଲଖିମପୁର ଖେରି ଜିଲ୍ଲାରେ ଉତ୍ତେଜନା ପ୍ରକାଶ ପାଇଛି। ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୮ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୪ ଜଣ କୃଷକ ଅଛନ୍ତି।
ଆନ୍ଦୋଳନରତ କୃଷକଙ୍କ ଉପରେ ଏସ୍ୟୁଭି ଚଢ଼ାଇ ହତ୍ୟା ଅଭିଯୋଗ ପରେ ହିଂସାକାଣ୍ଡ । ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରିରେ ଦେଖିବାକୁ ମିଳିଛି ବ୍ୟାପକ ହିଂସା । ହିଂସାକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।
କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ସହ ପଞ୍ଜାବ ସରକାରଙ୍କ ଚାଷୀଙ୍କୁ ଅଣଦେଖା ନେଇ ବର୍ଷିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ପଞ୍ଜାବରେ କେନ୍ଦ୍ର ସରକାରଙ୍କ ଦ୍ୱାରା ମଣ୍ଡିରେ ଧାନ କିଣା ଅବଧି ଅକ୍ଟୋବର ୧ରୁ ୧୧ ତାରିଖ ଯାଏଁ ବଢିବା ପରେ ଚାଷୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
କ୍ରୁଜରେ ଡ୍ରଗ୍ସ ପାର୍ଟି ମାମଲାରେ ରେଡ୍ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ମୁମ୍ବାଇ ଏନସିବି ଜୋନାଲ୍ ଡିରେକ୍ଟର ସମୀର ୱାଙ୍ଖଡେ । କାରଣ ସେ ହିଁ ଏହି ରେଡର ନେତୃତ୍ୱ ନେଇଥିଲେ। ଗତ ୧୫ ଦିନ ପୂର୍ବରୁ ଏହି କ୍ରୁଜରେ ପାର୍ଟି ସମ୍ପର୍କରେ ଆଗୁଆ ସୂଚନା ପରେ ସେ ଏହି ଟିମର ନେତୃତ୍ୱ ନେଇ ରେଡ୍ କରିଥିଲେ ଏବଂ ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍ ସମେତ ୮ ଜଣଙ୍କୁ ଗିରଫ କରିଥିଲେ।
ଏଣିକି ଅଫଲାଇନ୍ରେ ମିଳିବନି ସିମ୍ କାର୍ଡ । ଜାଲ ସିମ୍ କାର୍ଡ ଘଟଣାକୁ ନେଇ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହି ନୂଆ ନିୟମ ଅନୁଯାୟୀ ସିମ୍ ବ୍ୟବହାରକାରୀଙ୍କୁ ନୂଆ ନିୟମକୁ ମାନିବାକୁ ପଡିବ । ଗ୍ରାହକ ମାନଙ୍କ ସୁବିଧା ପାଇଁ ଏହି ନିଷ୍ପତି ନିଆ ଯାଇଛି । ଗ୍ରାହକ ମାନେ ଯେପରି ଠକାମିର ଶିକାର ନହେବେ ସେଥିପାଇଁ ନିଉ ସିମ୍ ଇନ୍ସୁରାନ୍ସ ରୁଲ୍ସ କରାଯାଇଛି ।
ପଶ୍ଚିମବଙ୍ଗର ଭବାନୀପୁର ଆସନରେ ହୋଇଥିବା ବିଧାନସଭା ଉପ-ନିର୍ବାଚନରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିପୁଳ ପରିମାଣ ଭୋଟ୍ ବ୍ୟବଧାନରେ ବିଜୟ ହୋଇଛନ୍ତି। ମମତା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପ୍ରିୟଙ୍କା ତିବ୍ରେୱାଲଙ୍କୁ ପାଖପାଖି ୫୮ ହଜାର ଭୋଟରେ ପରାସ୍ତ କରିଛନ୍ତି। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରିୟଙ୍କା।
ହରିଦ୍ୱାରସ୍ଥିତ ପତଞ୍ଜଳି କନ୍ୟା ଯୋଗପୀଠରେ ଅଧ୍ୟୟନ କରୁଥିବା ଜଣେ ସ୍ୱାଧ୍ୱୀ ଆତ୍ମହତ୍ୟା କରିଛନ୍ତି। କୁହାଯାଉଛି ଯେ ସେ ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହି ୨୪ ବର୍ଷର ଝିଅ ମଧ୍ୟପ୍ରଦେଶର ବାସିନ୍ଦା ବୋଲି ଜଣାପଡିଛି। ପୋଲିସକୁ ଘଟଣାସ୍ଥଳରୁ ମିଳିଥିବା ସୁଇସାଡ୍ ନୋଟ୍ରେ ଜୀବନରେ ଅସନ୍ତୁଷ୍ଟ ଥିବା ଉଲ୍ଲେଖ କରାଯାଇଛି। ବର୍ତ୍ତମାନ ବହାଦରାବାଦ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।
ପଂଜାବ ରାଜନୀତିକୁ ନେଇ ଥମିବାରେ ନା ନେଉନାହିଁ ଚର୍ଚ୍ଚା। ପୁଣି ଥରେ ନିଜର ମନ୍ତବ୍ୟ ପାଇଁ ଚର୍ଚ୍ଚିତ ହୋଇ ପଡ଼ିଛନ୍ତି ସିଦ୍ଧୁ। କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ପୁଣି ଥରେ ପଞ୍ଜାବ ସରକାର ଉପରେ ଆକ୍ରମଣ କରିଛନ୍ତି
ବହୁମତ ସହ ଭବାନୀପୁର ଆସନରୁ ବିଜୟ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ୫୮ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ସେ ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରେୱାଲଙ୍କୁ ୫୮ ହଜାରରୁ ଅଧିକ ଭୋଟରେ ହରାଇ ମମତା ଏହି ବିଜୟ ହାସଲ କରିଛନ୍ତି
ବ୍ୟାଟେରୀ ଚୋରି ସନ୍ଦେହରେ ବର୍ବରତା । ଯୁବକଙ୍କୁ ପିଟି ପିଟି ଜୀବନ ନେଇଗଲେ । ବାପା କୋଳରେ ମଥା ରଖି ଜୀବନ ରଖିଲା ପୁଅ । ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ପୁଅକୁ ବଞ୍ଚାଇପାରିଲେନି ବାପା । ଦୁଇ ଦିନ ପୂର୍ବରୁ ବ୍ୟାଟେରୀ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ହତ୍ୟା କରିବା ଅଭିଯୋଗରେ ମୁଜେସର ଥାନା ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଆପଣ ଟେଲିଗ୍ରାମ ବ୍ୟବହାର କରୁଛନ୍ତି କି? ଯଦି ଆପଣଙ୍କ ଉତ୍ତର ହଁ ହୋଇଥାଏ, ତେବେ ହୋଇ ଯାଆନ୍ତୁ ସାବଧାନ। କାରଣ ଆପଣଙ୍କ ଉପରେ ନଜର ରଖିଛନ୍ତି ହ୍ୟାକର। କୌଣସି ସମୟରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଖାଲି କରି ପାରନ୍ତି। ଏମିତି ଚର୍ଚ୍ଚା ଏବେ ଜୋର ଧରିଛି।
ହୁ ହୁ ହୋଇ ବଢି ଚାଲିଛି ରୋଷେଇ ଗ୍ୟାସ ସିଲିଣ୍ଡର ଦର। ବର୍ତ୍ତମାନ ସମୟରେ ଗୋଟିଏ ସିଲିଣ୍ଡରକୁ ମାସେ ଚଳାଇବା ବହୁତ କଷ୍ଟକର ହୋଇ ପଡୁଛି। ଧନୀଠୁ ଗରୀବ ସମସ୍ତେ ଚାହାନ୍ତି ଗୋଟିଏ ସିଲିଣ୍ଡର କେମିତି ମାସେରୁ ଅଧିକ ଦିନ ଯାଉ ବୋଲି
ପଶ୍ଚିମବଙ୍ଗ ଭବାନୀପୁର ଆସନରୁ ବିପୁଳ ଭୋଟ୍ରେ ଜିତିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଜେପିର ପ୍ରିୟଙ୍କା ତିବ୍ରେୱାଲଙ୍କୁ ୫୮ ହଜାରରୁ ଅଧିକ ଭୋଟରେ ହରାଇ ମମତା ଜିତିଛନ୍ତି। ଆଜି ଭୋଟ ଗଣତି ଆରମ୍ଭରୁ ହିଁ ଆଗୁଆ ଥିଲେ ମମତା ବାନାର୍ଜୀ ।
ମୁମ୍ବାଇରେ ହାଇ ପ୍ରୋଫାଇଲ୍ ଡ୍ରଗ୍ସ ପାର୍ଟିରେ ସାମିଲ ହେବା ଘଟଣାରେ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍ଙ୍କ ପୁଅ ଆର୍ୟନ ଖାନ୍ଙ୍କୁ ଜେରା କରାଯାଉଛି। ତାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି। ଫୋନ୍ରେ ସେ କାହା କାହା ସହ କ’ଣ ସବୁ ଚାଟ୍ କରିଥିଲେ ସେନେଇ ଯାଞ୍ଚ କରାଯାଉଛି।
ନମାମି ଗଙ୍ଗେ ୨.୦ ଆରମ୍ଭ କରିବେ ମୋଦି ସରକାର । ଗଙ୍ଗା ଏବଂ ଏହାର ସହାୟକ ନଦୀଗୁଡ଼ିକର ସ୍ୱଚ୍ଛତା ଏବଂ ଶୁଦ୍ଧତା ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର “ନମାମି ଗଙ୍ଗେ ୨.୦” ଯୋଜନା ଆରମ୍ଭ କରିବେ । ସୂତ୍ର ଅନୁସାରେ ରାଷ୍ଟ୍ରିୟ ସ୍ୱଚ୍ଛ ଗଙ୍ଗା ମିଶନ୍ ଅଧୀନରେ ଥିବା ନମାମି ଗଙ୍ଗେ ୨.୦' ଯୋଜନାକୁ ଅନ୍ତିମ ରୂପ ଦିଆଯାଉଛି ।