Advertisment

ଜେରା ବେଳେ କାନ୍ଦି ପକାଇଲେ ଆର୍ୟନ, କଲେ ଏମତି ଖୁଲାସା...

ମୁମ୍ବାଇରେ କ୍ରୁଜ୍‌ ଜାହାଜରେ ହୋଇଥିବା ଡ୍ରଗ୍ସ ପାର୍ଟି ମାମଲାରେ କିଙ୍ଗଖାନ୍‌ ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନଙ୍କୁ ଗିରଫ କରାଯାଇଛି। ଏନ୍‌ସିବି ଗତକାଲି ତାଙ୍କୁ ହେପାଜତକୁ ନେବା ସହ ଡ୍ରଗ୍ସ ମାମଲାରେ ପଚରାଉଚରା ଚଳାଇଛି। ପଚରାଉଚରା ବେଳେ ଆର୍ୟନ ଦୁଃଖରେ ପୁରାପୂରି ଭାଙ୍ଗି ପଡ଼ିବା ସହ କାନ୍ଦି ପକାଇଥିବା ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Aryan Khan

Aryan Khan

ମୁମ୍ବାଇ: ମୁମ୍ବାଇରେ କ୍ରୁଜ୍‌ ଜାହାଜରେ ହୋଇଥିବା ଡ୍ରଗ୍ସ ପାର୍ଟି ମାମଲାରେ କିଙ୍ଗଖାନ୍‌ ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନଙ୍କୁ ଗିରଫ କରାଯାଇଛି। ଗତକାଲି ଏନ୍‌ସିବି ତାଙ୍କୁ ହେପାଜତକୁ ନେବା ସହ ଡ୍ରଗ୍ସ ମାମଲାରେ ପଚରାଉଚରା ଚଳାଇଛି। ପଚରାଉଚରା ବେଳେ ଆର୍ୟନ ଦୁଃଖରେ ପୁରାପୂରି ଭାଙ୍ଗି ପଡ଼ିବା ସହ କାନ୍ଦି ପକାଇଥିବା ଜଣାପଡ଼ିଛି। 

Advertisment

ମିଳିଥିବା ସୂଚନା ଅନୁସାରେ, ଗିରଫ ପରେ ଶାହରୁଖ ପୁଅ ଆର୍ୟନଙ୍କ ସହ ଫୋନ୍‌ରେ କଥାବାର୍ତ୍ତା ହୋଇଥିଲେ। ଗିରଫ ହେବା ପରେ ଆଇନ ଆଧାରରେ ଶାହରୁଖଙ୍କ ସହ ଫୋନ୍‌ରେ କଥାବାର୍ତ୍ତା ହେବା ପାଇଁ ଆର୍ୟନଙ୍କୁ  ଅନୁମତି ମିଳିଥିଲା। ଲ୍ୟାଣ୍ଡ୍‌ଲାଇନ୍‌ ଫୋନ୍‌ରୁ ୨ ମିନିଟ୍‌ ପାଇଁ ଆର୍ୟନ ବାପା ଶାହରୁଖଙ୍କ କଥା ସହ ହୋଇଥିଲେ। ଏହି ସମୟରେ ପଚରାଉଚରା ବେଳେ ଆର୍ୟନ କାନ୍ଦି ପକାଇ ଥିଲେ। 

Advertisment

NCBର ଜେରା ବେଳେ ଖୁଲାସା ହୋଇଛି, ଆର୍ୟନ ପାଖାପାଖି ୪ ବର୍ଷ ହେବ ଡ୍ରଗ୍ସ ସେବନ କରୁଥିଲେ। ଦେଶ ବାହାର ତଥା ୟୁକେ,ଦୁବାଇ ଓ ଅନ୍ୟ ଦେଶରେ ମଧ୍ୟରେ ସେ ଡ୍ରଗ୍ସ ସେବନ କରୁଥିଲେ। ଅରବାଜ୍‌ ମର୍ଚାଣ୍ଟଙ୍କ ସହ ଆର୍ୟନଙ୍କ ବନ୍ଧୁତା ପାଖାପାଖି ୧୫ ବର୍ଷର। ଫିଲ୍ମ ମେକିଂ ସହ ଆର୍ୟନ ଜଡ଼ିତ ଥିଲେ। 

ଏକ ଲିଖିତ ବୟାନରେ ଆର୍ୟନ ଗିରଫଦାରୀକୁ ସ୍ୱୀକାର କରି ଲେଖିଛନ୍ତି, ‘ମୁଁ ମୋର ଗିରଫଦାରୀର କାରଣ ବୁଝି ପାରୁଛି ଓ ଏସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇ ଦେଇଛି’। ଏହି ମାମଲାରେ ଗିରଫ ହୋଇଥିବା ଆର୍ୟନ, ଅରବାଜ୍‌ଙ୍କ ସମେତ ଏନ୍‌ସିବି ଅନ୍ୟ ଅଭିଯୁକ୍ତଙ୍କ ମୋବାଇଲ ଜବତ କରି ସମସ୍ତ ମେସେଜର ଖୋଳତାଡ଼ କରିଛି।

ଯାଞ୍ଚ ବେଳେ ସାମ୍ନାକୁ ଆସିଛି ଯେ, ଆର୍ୟନ ଅନେକ ଡ୍ରଗ୍‌ ପେଡ୍‌ଲର୍‌ ଓ ଡ୍ରଗ୍ସ ସପ୍ଲାୟରଙ୍କ ସହ ଯୋଗାଯୋଗରେ ଥିଲେ। ଏହି ପ୍ରମାଣକୁ ଆଧାର କରି ଏନ୍‌ସିବି ଅରବାଜ୍‌ ଓ ଆର୍ୟନଙ୍କୁ ସାମ୍ନାସାମ୍ନି ବସାଇ ଜେରା ମଧ୍ୟ କରିଛି।  

Drug Case Aryan Khan Mumbai Cruise Rave Party Mumbai Rave Party NCB Drugs Case SRK Son Aryan Khan
Advertisment
Advertisment