• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଭଲ ବ୍ୟବସାୟ ପାଇଁ ଆଶା ରଖିଛନ୍ତି କାଶ୍ମୀରର ହୋଟେଲ ବ୍ୟବସାୟୀ

  • ନଭେମ୍ବର ମାସ ହୋଇଗଲେ ପର୍ଯ୍ୟଟକଙ୍କ ସୁଅ ଛୁଟେ

ଶ୍ରୀନଗର : କାଶ୍ମୀରର ସୁନ୍ଦର ଉପତ୍ୟାକା, ଉଚ୍ଚ ପାହାଡ, ହ୍ରଦ, ସବୁଜିମା ଭରା ଜଙ୍ଗଲ ପ୍ରତ୍ୟେକ ପ୍ରକୃତି ପ୍ରେମୀଙ୍କୁ ଆକର୍ଷିତ କରିଥାଏ । ଭୂସ୍ୱର୍ଗ କୁହାଯାଉଥିବା କାଶ୍ମୀରର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ଦେଶ ବିଦେଶର ପର୍ଯ୍ୟଟକ ଭିଡ ଜମାନ୍ତି । ଆଗକୁ ପର୍ଯ୍ୟଟନ ଋତୁ, ବର୍ଷା ଦିନକୁ ଛାଡିଦେଲେ ବିଶେଷ କରି ଶୀତ ଓ ଗ୍ରୀଷ୍ମ ଋତୁରେ ପର୍ଯ୍ୟଟକଙ୍କ ବେଶ ଆଗମନ ହୋଇଥାଏ । ଶୀତ ଋତୁରେ ବରଫରୁ ମଜା ଉଠାନ୍ତି ପର୍ଯ୍ୟଟକ ।

କାଶ୍ମୀରକୁ କୁହାଯାଏ ପୃଥିବୀର ଭୂସ୍ୱର୍ଗ । ନଭେମ୍ବର ମାସ ହୋଇଗଲେ ପର୍ଯ୍ୟଟକଙ୍କ ସୁଅ ଛୁଟେ । କରୋନା ମହାମାରୀ ପାଇଁ କାଶ୍ମୀରକୁ ପର୍ଯ୍ୟଟକଙ୍କ ଯିବାଆସିବା କମିଯାଇଥିଲା । ହେଲେ ଏବେଠୁ କାଶ୍ମୀରରେ ଛୁଟି କାଟିବାକୁ ଡେରା ପକାଇଲେଣି ପର୍ଯ୍ୟଟକ । କରୋନା କାଳରେ ଗୃହବନ୍ଦୀ ଜୀବନରୁ ଟିକେ ରିଲାକ୍ସ ହେବାକୁ କାଶ୍ମୀର ସେମାନଙ୍କର ପ୍ରଥମ ପସନ୍ଦ ବୋଲି କହିଛନ୍ତି ପର୍ଯ୍ୟଟକ । ଧାରା-୩୭୦ ଉଚ୍ଛେଦ ପରେ କାଶ୍ମୀର ଅଶାନ୍ତ ଅସୁରକ୍ଷିତ ନେଇ ପର୍ଯ୍ୟଟକଙ୍କ ମନରେ ଥିଲା ଭୟ, ମାତ୍ର ଏବେ ଏଠାକୁ ଆସୁଥିବା ପଯର୍ୟଟକ ନିଜକୁ ସୁରକ୍ଷିତ ଭାବୁଥିବା କହିଛନ୍ତି ।

ପୂର୍ବାପେକ୍ଷା ଏବେ ପର୍ଯ୍ୟଟକଙ୍କ ଆଗମନ ବଢିଥିବାରୁ କାଶ୍ମୀରରେ ହୋଟେଲ ଶିଳ୍ପ ଚଳଚଞ୍ଚଳ ହୋଇଉଠିଲାଣି । ହୋଟେଲ ଗୁଡିକରେ ରୁଚି ଅନୁସାରେ ବିଭିନ୍ନ ରାଜ୍ୟର ଖାଦ୍ୟପେୟ ପରସି ଦିଆଯାଉଛି । ଏଠାରେ ଆଉ ଏକ ପଯର୍ୟଟନସ୍ଥଳୀ ହେଲା ସୋନମର୍ଗ । ସମୁଦ୍ର ପତ୍ତନଠାରୁ ୧୧ ହଜାର ଫୁଟ ଉଚ୍ଚତାରେ ଅବସ୍ଥିତ ସୋନମର୍ଗ । ଜାମ୍ମୁ କାଶ୍ମୀରର ଏହା ଏକ ଲୋକପ୍ରିୟ ପଯର୍ୟଟନସ୍ଥଳୀ । ସୋନମର୍ଗର ଆକ୍ଷରିକ ଅର୍ଥ ହେଉଛି "ଗୋଲଡେନ୍ ଗ୍ରାଉଣ୍ଡ" । ସୋନମର୍ଗ ଶ୍ରୀନଗର-ଲେହ ରାସ୍ତାରୁ ୮୭ କିଲୋମିଟର ଉତ୍ତର-ପୂର୍ବରେ ଅବସ୍ଥିତ । ଏହା ଭାରତ ଏବଂ ଚୀନକୁ ସଂଯୋଗ କରୁଥିବା ମୁଖ୍ୟ ମାର୍ଗର ମୁଖ୍ୟ ଦ୍ୱାର । ତେଣୁ ଏହି ସ୍ଥାନ ପ୍ରତି ପର୍ଯ୍ୟଟକଙ୍କ ବିଶେଷ ଆକର୍ଷଣ ରହିଥାଏ ।