Advertisment

ଜାହାଜରେ ଡ୍ରଗ୍ସ ପାର୍ଟି: ରେଡ୍‌ ବେଳେ ଶାହରୁଖଙ୍କ ପୁଅ ଆର୍ୟନଙ୍କ ପାଖରୁ ମିଳିଥିଲା ଏମିତି ଜିନିଷ...

ଡ୍ରଗ୍ସ ମାମଲାରେ ଫସିଥିବା କିଙ୍ଗ ଖାନ୍‌ ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନଙ୍କ ଠାରୁ ଆଜି ତଥ୍ୟ ଓଗାଳିବାକୁ ଏନ୍‌ସିବି ଚେଷ୍ଟା କରିବ। ଗତକାଲି  ଆର୍ୟନଙ୍କ ସମେତ ୭ଜଣଙ୍କୁ ଗିରଫ କରାଯାଇଥିଲା। ପଚରାଉଚରା ବେଳେ ସେମାନଙ୍କ ଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Aryan Khan

Aryan Khan

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଫସିଥିବା କିଙ୍ଗ ଖାନ୍‌ ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନଙ୍କ ଠାରୁ ଆଜି ତଥ୍ୟ ଓଗାଳିବାକୁ ଏନ୍‌ସିବି ଚେଷ୍ଟା କରିବ। ଗତକାଲି  ଆର୍ୟନଙ୍କ ସମେତ ୭ଜଣଙ୍କୁ ଗିରଫ କରାଯାଇଥିଲା। ପଚରାଉଚରା ବେଳେ ସେମାନଙ୍କ ଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ ହୋଇଛି।

Advertisment

ଇଣ୍ଟର ନ୍ୟାସନାଲ କ୍ରୁଜ୍ ଟର୍ମିନାଲରେ ୨୩ ବର୍ଷୀୟ ଆର୍ୟନଙ୍କ ନିକଟରୁ ୧୩ ଗ୍ରାମର କୋକେନ୍, ୫ ଗ୍ରାମର ଏମଡି, ୨୧ ଗ୍ରାମର ଚରସ ଓ ୨୨ଟି ଏମଡିଏମଏ ବଟିକା ଜବତ କରାଯାଇଥିଲା। ଏହାସହ ତାଙ୍କ ନିକଟରୁ ୧ ଲକ୍ଷ ୩୩ ହଜାର ନଗଦ କ୍ୟାସ୍‌ ମଧ୍ୟ ଜବତ ହୋଇଛି। ଆର୍ୟନ ଖାଲି ଡ୍ରଗ୍ସ ସେବନ କରୁନଥିଲେ। ଏହାର କିଣାବିକା ବି କରୁଥିବା ଏନ୍‌ସିବି ପାଖରେ ପ୍ରମାଣ ରହିଥିବା ଦର୍ଶାଯାଇଛି।

ମୁମ୍ବାଇରୁ ଗୋଆ ବାହାରିଥିବା କର୍ଡେଲିଆ କ୍ରୁଜ୍ ଏମ୍ପ୍ରେସ କ୍ରୁଜ୍‌ରେ ଏକ ଫ୍ୟାଶନ୍ ଶୋ’ ସହ ରେଭ୍ ପାର୍ଟିର ମଧ୍ୟ ଆୟୋଜନ କରାଯାଇଥିଲା। ଏନେଇ ୧୫ ଦିନ ପୂର୍ବରୁ NCBକୁ ଖବର ମିଳିଥିଲା। ଶନିବାର ରାତିରେ ମୁମ୍ବାଇରୁ ଗୋଆ ଅଭିମୁଖେ ଜାହାଜଟି ବାହାରିବା କ୍ଷଣି ମୁମ୍ବାଇ NCB ଅଧିକାରୀ କ୍ରୁଜ୍ ଭିତରେ ଗ୍ରାହକ ବେଶରେ ପଶିଥିଲେ। ଏହାପରେ ମୁମ୍ବାଇ ପୋଲିସ ସହାୟତାରେ ଏନ୍‌ସିବି ଅଧିକାରୀଙ୍କ ସ୍ୱତନ୍ତ୍ର ଟିମ୍ ଚଢଉ କରିଥିଲା। ଏହି ଘଟଣାରେ ଗତକାଲି ଆର୍ୟନଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି। ପ୍ରଥମେ ଏମାନଙ୍କୁ ଅଟକ ରଖାଯାଇ ଜେରା କରାଯାଇଥିଲା ଓ ପରେ ଗିରଫ କରାଯାଇଥିଲା। ଜେରା ବେଳେ ଘଟଣାକୁ ନେଇ ଆର୍ୟନ କହିଥିଲେ, ଏହି ପାର୍ଟିକୁ ସେ ଅର୍ଥ ପୈଠ କରି ଆସିନଥିଲେ ବରଂ ତାଙ୍କୁ ଗେଷ୍ଟ ଭାବେ ଡକା ଯାଇଥିଲା।

Advertisment

ସୂଚନାଥାଉ କି, ଶନିବାର ରାତିରେ ମୁମ୍ବାଇରୁ ଗୋଆ ଯାତ୍ରା କରିବାକୁ ଥିବା କର୍ଡେଲିଆ କ୍ରୁଜ୍ ଏମ୍ପ୍ରେସରେ ରେଭ୍ ପାର୍ଟି ଆୟୋଜନ ହୋଇଥିଲା। ପାର୍ଟିରେ ଡ୍ରଗ୍ସ ସେବନ କରାଯାଉଥିବା ନେଇ ସୂଚନା ମିଳିବା ପରେ ଏନ୍‌ସିବି ଚଢ଼ଉ କରିଥିଲା। ପାଣି ଜାହାଜ ଭିତରେ ଡ୍ରଗ୍ସ ପାର୍ଟିରେ ବହୁ ବଡ଼ ବ୍ୟବସାୟୀଙ୍କ ଝିଓ ଓ ପୁଅ ବି ସାମିଲ ହୋଇଥିଲେ ସୂଚନା ମିଳିଛି।

Drug Case Aryan Khan Mumbai Cruise Rave Party Mumbai Rave Party NCB Drugs Case SRK Son Aryan Khan
Advertisment
Advertisment