Advertisment

ପତଞ୍ଜଳି ଯୋଗପୀଠରେ ଅଧ୍ୟୟନରତ ଜଣେ ସ୍ୱାଧ୍ୱୀଙ୍କ ଆତ୍ମହତ୍ୟା

ହରିଦ୍ୱାରସ୍ଥିତ ପତଞ୍ଜଳି କନ୍ୟା ଯୋଗପୀଠରେ ଅଧ୍ୟୟନ କରୁଥିବା ଜଣେ ସ୍ୱାଧ୍ୱୀ ଆତ୍ମହତ୍ୟା କରିଛନ୍ତି। କୁହାଯାଉଛି ଯେ ସେ ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହି ୨୪ ବର୍ଷର ଝିଅ ମଧ୍ୟପ୍ରଦେଶର ବାସିନ୍ଦା ବୋଲି ଜଣାପଡିଛି। ପୋଲିସକୁ ଘଟଣାସ୍ଥଳରୁ ମିଳିଥିବା ସୁଇସାଡ୍ ନୋଟ୍‌ରେ ଜୀବନରେ ଅସନ୍ତୁଷ୍ଟ ଥିବା ଉଲ୍ଲେଖ କରାଯାଇଛି। ବର୍ତ୍ତମାନ ବହାଦରାବାଦ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।

author-image
Pramod Behera
Patanjali  sadhvi commits-suicide

Patanjali sadhvi commits-suicide

ହରିଦ୍ୱାର : ହରିଦ୍ୱାରସ୍ଥିତ ପତଞ୍ଜଳି କନ୍ୟା ଯୋଗପୀଠରେ ଅଧ୍ୟୟନ କରୁଥିବା ଜଣେ ସ୍ୱାଧ୍ୱୀ ଆତ୍ମହତ୍ୟା କରିଛନ୍ତି। କୁହାଯାଉଛି ଯେ ସେ ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହି ୨୪ ବର୍ଷର ଯୁବତୀ ମଧ୍ୟପ୍ରଦେଶର ବାସିନ୍ଦା ବୋଲି ଜଣାପଡିଛି। ପୋଲିସକୁ ଘଟଣାସ୍ଥଳରୁ ମିଳିଥିବା ସୁଇସାଡ୍ ନୋଟ୍‌ରେ ଜୀବନରେ ଅସନ୍ତୁଷ୍ଟ ଥିବା ଉଲ୍ଲେଖ କରାଯାଇଛି। ବର୍ତ୍ତମାନ ବହାଦରାବାଦ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି। ଏହି ଆତ୍ମହତ୍ୟା ପରେ ଗୁରୁଗୁଲମରେ ଉତ୍ତେଜନା ଦେଖାଦେଇଛି।

Advertisment

ବହାଦରାବାଦ ପ୍ରଶିକ୍ଷକ ଡେପୁଟି ଏସ୍‌ପି ପରଭେଜ ଅଲି କହିଛନ୍ତି ଯେ ସୁଇସାଇଡ୍ ନୋଟ୍‌ ସ୍ପଷ୍ଟ ନୁହେଁ। ସେଥିରେ ଭକ୍ତିର କଥା ଲେଖାଯାଇଛି, ଈଶ୍ୱରଙ୍କ ଠାରେ ଲୀନ ହେବା କଥା ମଧ୍ୟ ଲେଖାଯାଇଛି। ଏହି ଆତ୍ମହତ୍ୟା ବିଷୟରେ ଯୁବତୀର ପରିବାର ଲୋକଙ୍କୁ ମଧ୍ୟ ସୂଚନା ଦିଆଯାଇଛି। ତେବେ ପରିବାର ଲୋକ ଆସିବା ପରେ ଯୁବତୀଙ୍କ ଶରୀର ପୋଷ୍ଟମର୍ଟମ କରାଯିବ। ତେବେ ଏହି ଯୁବତୀ ମଧ୍ୟପ୍ରଦେଶର ଦେବାଙ୍ଗ୍ୟର ବାସିନ୍ଦା ବୋଲି କୁହାଯାଉଛି ।

Advertisment

ଏହି ଯୁବତୀ ଜଣକ ୨୦୧୮ରୁ ପତଞ୍ଜଳୋ ଯୋଗପୀଠର କନ୍ୟା ଗୁରୁକୁଳ ବୈଦିକ ଶାଖାରେ ରହି ଶିକ୍ଷା ଗ୍ରହଣ କରୁଥିଲେ। ଏହା ସହିତ ନିଜର ପାଠପଢା ମଧ୍ୟ କରୁଥିଲେ। ତେବେ ଘଟଣାକୁ ନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି। ପୋଲିସ୍ ଏହା ତଦନ୍ତ ଆରମ୍ଭ କରିଛି। ଏସପି କମଳେଶ ଉପାଧ୍ୟାୟ କହିଛନ୍ତି ଯେ ଘଟଣାର ପ୍ରତ୍ୟେକ ଦିଗ ଉପରେ ଯାଞ୍ଚ ଚାଲିଛି।

Patanjali Haridwar
Advertisment
Advertisment