Advertisment

କିଏ ସେ ୱାଙ୍ଖଡେ? କାହିଁକି ତାଙ୍କୁ ନେଇ ଚାଲିଛି ଚର୍ଚ୍ଚା?

କ୍ରୁଜରେ ଡ୍ରଗ୍ସ ପାର୍ଟି ମାମଲାରେ ରେଡ୍ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ମୁମ୍ବାଇ ଏନସିବି ଜୋନାଲ୍ ଡିରେକ୍ଟର ସମୀର ୱାଙ୍ଖଡେ । କାରଣ ସେ ହିଁ ଏହି ରେଡର ନେତୃତ୍ୱ ନେଇଥିଲେ। ଗତ ୧୫ ଦିନ ପୂର୍ବରୁ ଏହି କ୍ରୁଜରେ ପାର୍ଟି ସମ୍ପର୍କରେ ଆଗୁଆ ସୂଚନା ପରେ ସେ ଏହି ଟିମର ନେତୃତ୍ୱ ନେଇ ରେଡ୍ କରିଥିଲେ ଏବଂ ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍ ସମେତ ୮ ଜଣଙ୍କୁ ଗିରଫ କରିଥିଲେ।

author-image
Sarbeswar
Sameer Wankhede

Sameer Wankhede

ମୁମ୍ବାଇ: କ୍ରୁଜରେ ଡ୍ରଗ୍ସ ପାର୍ଟି ମାମଲାରେ ରେଡ୍ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ମୁମ୍ବାଇ ଏନସିବି ଜୋନାଲ୍ ଡିରେକ୍ଟର ସମୀର ୱାଙ୍ଖଡେ । କାରଣ ସେ ହିଁ ଏହି ରେଡର ନେତୃତ୍ୱ ନେଇଥିଲେ। ଗତ ୧୫ ଦିନ ପୂର୍ବରୁ ଏହି କ୍ରୁଜରେ ପାର୍ଟି ସମ୍ପର୍କରେ ଆଗୁଆ ସୂଚନା ପରେ ସେ ଏହି ଟିମର ନେତୃତ୍ୱ ନେଇ ରେଡ୍ କରିଥିଲେ ଏବଂ ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍ ସମେତ ୮ ଜଣଙ୍କୁ ଗିରଫ କରିଥିଲେ।

Advertisment

ମୁମ୍ବାଇ ଏନ୍ସିବିର ଏହି ଅଧିକାରୀ ସମୀର ୱାଙ୍ଖଡେ ନିଜ ତରଫରୁ ବୁକ୍ କରିଥିଲେ ଏହି କ୍ରୁଜକୁ ଏବଂ ନିଜେ ଗ୍ରାହକ ସାଜି ପଶିଥିଲେ କ୍ରୁଜରେ। କେବଳ ଏହି ଗୋଟିଏ ମାମଲା ନୁହେଁ, ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବିୟୋଗ ପରଠୁ ବଲିଉଡରେ ଡ୍ରଗ୍ସ ଲିଙ୍କ ମାମଲାର ସେ ଖୋଳତାଡ଼ କରିଆସୁଛନ୍ତି । ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କଠୁ ଆରମ୍ଭ କରି ସାରା ଅଲ୍ଲୀ ଖାନ, ଦିପିକା ପାଦୁକୋନ, ଶ୍ରଦ୍ଦା କପୁରଙ୍କ ଭଳି ନାମୀଦାମୀ ଅଭିନେତ୍ରୀଙ୍କ ଡ୍ରଗ୍ସ ଲିଙ୍କ ମାମଲାର ତଦନ୍ତ କରୁଛନ୍ତି ସେ । ଏପରିକି ୨୦୧୩ରେ ସିଙ୍ଗର ମିକା ସିଂଙ୍କୁ ମୁମ୍ବାଇ ଏୟାରପୋର୍ଟରୁ ବୈଦେଶିକ ମୁଦ୍ରା ସହ ଧରି ଚର୍ଚ୍ଚାକୁ ଆସିଥିଲେ ସମୀର ୱାଙ୍ଖଡ଼େ।

Advertisment
Mumbai Sameer Wankhede
Advertisment
Advertisment