• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

coronavirus
୨୪ ଘଂଟାରେ ୪୨୫ ଜଣଙ୍କ ପ୍ରାଣ ନେଲା କରୋନା

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ଦେଶରୁ ୩,୦୬,୨୧,୪୬୯ ଜଣ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇସାରିଲେଣି। ସେହିପରି ମୋଟ୍‌ରେ ୪,୨୧,୩୮୨ ଜଣ ପ୍ରାଣ ହରାଇଛନ୍ତି। କେବଳ ଏତିକି ନୁହେଁ ବରଂ ଏବେ ସୁଦ୍ଧା ୪୪,୧୨,୧୨,୩୯୫ ଲୋକଙ୍କୁ କେନ୍ଦ୍ର ସରକାର ଭ୍ୟାକ୍ସିନ୍‌ ଦେଇଥିବା ସୂଚନା ମିଳିଛି।

Delhi Rain
ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ: ଚଳନ୍ତା ବସ୍‌ରେ ପଶିଗଲା ବର୍ଷା ପାଣି

କିନ୍ତୁ ତଳକୁ ଓହ୍ଲାଇବାର ରାସ୍ତା ନଥିଲେ ତେଣୁ ବାଧ୍ୟ ହୋଇ ବସ୍‌ ମଧ୍ୟରେ ହିଁ ଫଶିରହିଥିଲେ ଲୋକେ। କେବଳ ପ୍ରଶାସନକୁ ଗୁହାରି କରିବା ସହ ସେମାନଙ୍କ ପାଖରେ କୌଣସି ବିକଳ୍ପ ନଥିବା ପରି ମନେ ହେଉଥିଲା। ବସ୍‌ରେ ଛୋଟିଆ ପିଲାମାନେ ଥିବାରୁ ସ୍ଥିତି ଆହୁରି ଜଟିଳ ହୋଇଥିଲା।

Assam-mizoram dispute
ଆସାମ-ମିଜୋରାମ ସୀମାରେ ସଂଘର୍ଷ: ଆରମ୍ଭ ହେଲା ତଦନ୍ତ

ଗତକାଲି ଆସାମର କାଚାର ଜିଲ୍ଲା ଲୀଳାପୁର ଗାଁ ଓ ମିଜୋରାମ୍ କୋଲାସିବ ଜିଲ୍ଲାର ବୈରେଙ୍ଗତେ ଗାଁର ଲୋକଙ୍କ ମଧ୍ୟରେ ଗଣ୍ଡଗୋଳରୁ ଘଟଣା ଉଗ୍ର ରୂପ ନେଇଥିଲା। ଗଣ୍ଡଗୋଳରେ ଆସାମ ପୋଲିସର ୬ ଜଣ ଯବାନ ପ୍ରାଣ ହରାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି। ଏହାସହ ସେ ମେଡିକାଲରେ ଚିକିତ୍ସା ହେଉଥିବା ପୋଲିସଙ୍କୁ ଯାଇ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି

Raj Kundra
ଜେଲ ଗଲେ ରାଜ କୁନ୍ଦ୍ରା

ରାଜଙ୍କ ପ୍ରଡକ୍ସନ ହାଉସରେ ପର୍ଣ୍ଣ ଫିଲ୍ମ ସୁଟିଂ ହେଉଥିବାବେଳେ ଲଣ୍ଡନ ଏକ କଂପାନି ଜରିଆରେ ସେ ଏହାକୁ ହଟସଟ୍ସ ନାମକ ଏକ ଆପ୍ଲିକେସନରେ ଅପଲୋଡ଼ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା। ତାଙ୍କୁ ଗିରଫ ପରେ ଆଜି ପର୍ଯ୍ୟନ୍ତ ପୋଲିସ ହେପାଜତରେ ରଖାଯାଇଥିଲା।

APJ Abdul Kalam's Death Anniversary
ଖବରକାଗଜ ବିକାଳିରୁ ରାଷ୍ଟ୍ରପତି ଭବନ; ତା’ ଭିତରେ ପାଲଟିଗଲେ ମିସାଇଲ ମ୍ୟାନ

ଡ. ଏପିଜେ ଅବଦୁଲ କଲାମ ଭାରତର ଏକାଦଶ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରୁଥିବାବେଳେ ସେ ଅଗ୍ନି ଏବଂ ପୃଥ୍‌ବୀ କ୍ଷେପଣାସ୍ତ୍ରର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

muksha
ଅମ୍ବାନୀଙ୍କ ଘର ସାମ୍ନାରୁ ବିସ୍ଫୋରକ କାର୍ ମିଳିବା ଘଟଣାର ତଦନ୍ତ କରିବ ଏନ୍‌ଆଇଏ !

ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ସାମ୍ନାରୁ ମିଳିଥିବା ବିସ୍ଫୋରକ କାର୍ ଘଟଣାର ତଦନ୍ତ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ (ନ୍ୟାସ୍‌ନାଲ ଇନ୍‌ଭେଷ୍ଟିଗେସନ୍ ଏଜେନ୍ସି)। ମହାରାଷ୍ଟ୍ର ଆଣ୍ଟି ଟେରୋରିସିମ୍ ସ୍କ୍ୱାର୍ଡ ଠାରୁ ମାମଲା ନେଇ ଏନ୍‌ଆଇଏ ଏହାର ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରିବା ବୋଲି ସୂଚନା ମିଳିଛି। ଚଳିତ ବର୍ଷ ଫେବ୍ରୁଆରୀ ୨୪ ତାରିଖରେ ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ସାମ୍ନାରୁ ବିସ୍ଫୋରକ ଗିଲେଟିନ୍ ଷ୍ଟିକ୍‌ ଥିବା ଏକ ସ୍କର୍ପିଓ ଗାଡ଼ି ମିଳିଥିଲା। ଏହାର କିଛିଦିନ […]

  • Tuesday, 27 July 2021
pm, modi
ଦିଦିଙ୍କ ଗଡ଼ରେ ମୋଦିଙ୍କ ରଣହୁଙ୍କାର; ମିଥୁନ କହିଲେ, ମୁଁ ଗୋଖର

କୋଲକାତା: ଦିଦିଙ୍କ ଗଡ଼ରେ ମୋଦିଙ୍କ ନିର୍ବାଚନୀ ରଣହୁଙ୍କାର। ଏକାଧିକ ପ୍ରସଙ୍ଗରେ ମମତାଙ୍କୁ ସିଧା ଟାର୍ଗେଟ୍‌ କଲେ ମୋଦି। କୋଲକାତା ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଲକ୍ଷ ଲକ୍ଷ ଲୋକଙ୍କୁ ସମ୍ବୋଧନ କରି ପୁଣି ଆସୋଲ୍ ପରିବର୍ତ୍ତନ ଓ ସୋନାର୍ ବାଂଲାର ନାରା ଦେଇଛନ୍ତି ପ୍ରଧାନମନ୍ତ୍ରୀ। दीदी, कुछ दिन पहले जब आपने स्कूटी संभाली, तो सभी प्रार्थना कर रहे थे कि आप सकुशल रहें! अब आपकी स्कूटी नंदीग्राम की तरफ […]

mamata
ମୋଦିଙ୍କୁ ସାମ୍ନାସାମ୍ନି ଡିବେଟ୍‌ ପାଇଁ ମମତାଙ୍କ ଆହ୍ୱାନ୍, କହିଲେ ଏଥର ଖେଳ ହେବ

ଭୁବନେଶ୍ୱର: କୋଲକାତାର ପରେଡ ଗ୍ରାଉଣ୍ଡରେ ବିଜେପିର ବିଶାଳ ରାଲିରେ ଲୋକଙ୍କୁ ସମ୍ବୋଧନ କରି ମମତାଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି। ଅନ୍ୟପଟେ ମୋଦିଙ୍କୁ ସାମ୍ନା ସାମ୍ନି ଡିବେଟ୍ କରିବାକୁ ଆହ୍ୱାନ ଦେଇଛନ୍ତି ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ। ଏପଟେ ରାଲିରେ ମୋଦି ମମତାଙ୍କୁ ଟାର୍ଗେଟ୍ କରି ଦିଦି ପଶ୍ଚିମବଙ୍ଗ ଲୋକଙ୍କ ପଛପଟେ ଛୁରୀ ଭୁସିଛନ୍ତି ବୋଲି କହିବା ବେଳେ ସେପଟେ ମମତା ଡିବେଟ୍ ପାଇଁ ଆହ୍ୱାନ୍ ଦେଇ ‘ଖେଲ ହବେ’ (ଖେଳ ହେବ) ବୋଲି କହିଛନ୍ତି। […]

  • Tuesday, 27 July 2021
mithun
ମୁଁ ଗୋଟେ ଗୋଖର, ମୋର ଗୋଟେ ଚୋଟ ହିଁ ଯଥେଷ୍ଟ: ମିଥୁନ ଚକ୍ରବର୍ତ୍ତୀ

କୋଲକାତା: ସବୁ ଅନୁମାନ ଓ ରାଜନୀତି ଗଣିତକୁ ସତ କରି ବିଜେପିରେ ମିଶିଛନ୍ତି ବଲିଉଡ୍‌ ଦାଦା ମିଥୁନ ଚକ୍ରବର୍ତ୍ତୀ। କୋଲକାତାରେ ଏକ ବିଶାଳ ସମାବେଶରେ ବିଜେପିରେ ଯୋଗ ଦେଇଛନ୍ତି ମିଥୁନ। ବିଜେପିରେ ଦାଦାଙ୍କ ଯୋଗ ଦେବା ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା। ଅନେକ ମିଡିଆରେ ଏନେଇ ଖବର ପ୍ରକାଶ ପାଉଥିଲେ ବି ମିଥୁନ କିନ୍ତୁ ଏସବୁ ଏଡ଼ାଇ ଯାଉଥିଲେ। ତେବେ ବିଜେପିରେ ସାମିଲ୍ ହେବା ପରେ ରାଲିକୁ ସମ୍ଭୋଧନ କରି ମମତା ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି […]

bjp-tmc
ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା; ମମତାଙ୍କୁ ଟକ୍କର ଦେବେ ଏହି ନେତା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ଦୁଇଟି ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ସବୁ କଳ୍ପନା ଜଳ୍ପନା ଅନ୍ତ ଘଟାଇ ଶୁଭେନ୍ଦୁ ଅଧିକାରୀଙ୍କୁ ନନ୍ଦୀଗ୍ରାମରୁ ପ୍ରାର୍ଥୀ କରିଛି ଦଳ। ୨୦୧୧ରୁ ଶୁଭେନ୍ଦୁ ଏହି ଆସନରୁ ଟିଏମସି ଟିକେଟ୍‌ରେ ଜିତି ଆସୁଥିଲେ। ହେଲେ ଗତବର୍ଷ ଡିସେମ୍ବର ସେ ଟିଏମ୍‌ସି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ତେବେ ଶୁଭେନ୍ଦୁ ଏଥର ନନ୍ଦୀଗ୍ରାମରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଶଙ୍କା କରି ତାଙ୍କୁ ଟକ୍କର ଦେବାକୁ ନିଜେ ମୁଖ୍ୟମନ୍ତ୍ରୀ ମମତା […]

imran-khan
ପାକିସ୍ତାନରେ ରାଜନୈତିକ ଅସ୍ଥିରତା ବିପଦ ଟଳିଲା

ଇସ୍‌ଲମାବାଦ: ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଏବେ ସ୍ଥିର ହେଲା। ଅନାସ୍ଥା ଭୋଟ୍‌ରେ ଜିତିଲେ ଇମ୍ରାନ ଖାନ୍। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିରୋଧରେ ଆଜି ସଂସଦରେ ହୋଇଥିବା ଅନାସ୍ଥା ଭୋଟକୁ ଜିତି ନେଇଛନ୍ତି ଇମ୍ରାନ ଖାନ୍। ସଂସଦର ନିମ୍ନ ସଦନର ୩୪୨ ଭୋଟ୍‌ ମଧ୍ୟରୁ ଇମ୍ରାନଙ୍କ ସପକ୍ଷରେ ୧୭୮ଟି ଭୋଟ୍ ପଡ଼ିଛି। ତେବେ ଏହି ଭୋଟିଂରେ ବିରୋଧୀ ଦଳ ଭାଗ ନେଇନଥିଲା। ପାକିସ୍ତାନ ଡେମେକ୍ରାଟିକ୍‌ ମୁଭ୍‌ମେଣ୍ଟ(ପିଡିଏମ୍‌) ଏହି ଭୋଟିଂକୁ ବୟକଟ୍ କରିବାରୁ ଅନାସ୍ଥା ଭୋଟ୍‌କୁ ସହଜରେ ଜିତିନେଇଥିଲେ […]

  • Tuesday, 27 July 2021
nepal-police
ଭାରତୀୟଙ୍କୁ ଗୁଳି କରି ମାରିଲା ନେପାଳ ପୋଲିସ୍

ନୂଆଦିଲ୍ଲୀ: ଭାରତୀୟଙ୍କୁ ଗୁଳିକରି ମାରିଲା ନେପାଳ ପୋଲିସ୍। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜମେ ନିଖୋଜ୍ ହୋଇଯାଛନ୍ତି । ମୃତ ବ୍ୟକ୍ତି ଜଣକ ଅନ୍ୟ ଦୁଇ ଜଣଙ୍କ ସହିତ ଭାରତ-ନେପାଳ ବୋର୍ଡର ଦେଇ ଆରପାଖକୁ ଯାଇଥିବା ବେଳେ ନେପାଳ ପୋଲିସ୍ ସହିତ ମୁହାଁମୁହିଁ ହୋଇଥିଲା। ଏଥିରେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ନାମ ଗୋବିନ୍ଦା ଓ ତାଙ୍କର ବୟସ ୨୬ ବୋଲି ଜଣାପଡ଼ିଛି। ଗୋବିନ୍ଦା ପପୁ ସିଂହ ଓ ଗୁରମୀତ […]

  • Tuesday, 27 July 2021
jammu-kashmir-election
ମୁଣ୍ଡକାଟ ଧମକ ପରେ ଇସ୍ତଫା ଦେଲେ ଏକାଧିକ ୱାର୍ଡମେମ୍ବର ଓ ସରପଞ୍ଚ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସ୍ଥାନୀୟ ନିର୍ବାଚନ ଶାନ୍ତଶୃଙ୍ଖଳାର ସହିତ ଶେଷ ହେବାର କିଛି ସପ୍ତାହ ପରେ ତିନି ଡଜନରୁ ଅଧିକ ୱାର୍ଡ ମେମ୍ବର ଓ ସରପଞ୍ଚ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଆତଙ୍କବାଦୀମାନେ ସେମାନଙ୍କ ମୁଣ୍ଡକାଟ ଧମକ୍ ଦେଇଥିବା ସରପଞ୍ଚ ଓ ୱାର୍ଡ ମେମ୍ବରମାନେ ସୂଚନା ଦେଇଛନ୍ତି। ଫୋନ୍ କରି ସେମାନଙ୍କୁ ହତ୍ୟା ଧମକ ଦିଆଯାଇଚି। ଏମାନେ ନିଜ ପଦରୁ ଇସ୍ତଫା ଦିଅନ୍ତୁ ନହେଲେ ସେମାନେ ମୁଖ୍ୟ ରାଜନୀତୀରେ ଭାଗ ନିଅନ୍ତୁ। ଯଦି ତାହା ନ […]

mamata sanjay
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲଢ଼ିବନି ଶିବସେନା; ବିଜେପିକୁ ହରାଇବା ପାଇଁ ଦିଦିଙ୍କୁ ଦେବ ସମର୍ଥନ

ମୁମ୍ବାଇ: ପଶ୍ଚିମବଙ୍ଗ ରାଜନୀତି ମଇଦାନକୁ ଓହ୍ଲାଇବନି ଉଦ୍ଧବଙ୍କ ଶିବସେନା। ବରଂ ନିର୍ବାଚନ ଯୁଦ୍ଧ ଜିତିବା ପାଇଁ ମମତା ବାନାର୍ଜୀଙ୍କୁ ସମର୍ଥନ ଦେବ। ଏନେଇ ଆଜି ଶିବସେନା ପକ୍ଷରୁ ଘୋଷଣା କରାଯାଇଛି। ଦଳ ପଶ୍ଚିମବଙ୍ଗ ନିର୍ବାଚନ ଲଢ଼ିବନି ବରଂ ମମତା ବାନାର୍ଜୀଙ୍କୁ ସମର୍ଥନ ଦେବ ବୋଲି ଶିବସେନା ଘୋଷଣା କରିଛି। ମମତାଙ୍କୁ ରିୟଲ ରୟାଲ ବେଙ୍ଗଲ ଟାଇଗ୍ରୀସ ବୋଲି କହିବା ସହିତ ସମର୍ଥନ ଜଣାଇଛି ଶିବସେନା। ବିଜେପିକୁ କଡ଼ା ଟକ୍କର ଦେବାକୁ ଶିବସେନା ରାଷ୍ଟ୍ରୀୟ ଜନତା ଦଳ ଏବଂ […]

epfo
ଅପରିବର୍ତ୍ତିତ ରହିଲା ଇପିଏଫ୍ ସୁଧହାର

ନୂଆଦିଲ୍ଲୀ: ଅପରିବର୍ତ୍ତିତ ରହିଲା ଇପିଏଫ୍ ସୁଧହାର। ୨୦୨୦-୨୧ ଆର୍ଥିକ ବର୍ଷରେ ୮ ଦଶମିକ ୫ ପ୍ରତିଶତ ହାରରେ ସୁଧ ପାଇବେ ଇପିଏଫ୍ ହିତାଧିକାରୀ। କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ୱାରଙ୍କ ଅଧ୍ୟକ୍ଷତାରେ EPFO ଟ୍ରଷ୍ଟି ବୈଠକର ଏହି ନିଷ୍ପତ୍ତି ନିଆଯାଇଛି। ଇପିଏଫ୍ଓର ଏହି ସୁପାରିଶକୁ ଅର୍ଥ ମନ୍ତ୍ରାଳୟ ଅନୁମୋଦନ କରିବା ପରେ ତାହା କାର୍ଯ୍ୟକାରୀ ହେବ। ୫ କୋଟି ଇପିଏଫ୍‌ ହିତାଧୀକାରୀଙ୍କ ପାଇଁ ଏହା ଖୁସୀ ଖବର। କାରଣ କରୋନା ପାଇଁ ଏବର୍ଷ ଇପିଏଫ ସୁଧ ହାର ହ୍ରାସ […]

  • Tuesday, 27 July 2021
Similipal fire
ସପ୍ତାହେରୁ ଅଧିକ ସମୟ ଧରି ଜଳୁଛି ଏସିଆର ଦ୍ୱିତୀୟ ବୃହତ୍ ଜୈବମଣ୍ଡଳ ଶିମିଳିପାଳ; ରାଜକୁମାରୀଙ୍କ ଠାରୁ ରାଜ ନେତା ସମସ୍ତେ ଚିନ୍ତାରେ

ଭୁବନେଶ୍ୱର: ସପ୍ତାହେରୁ ଅଧିକ ସମୟ ଧରି ଶିମିଳିପାଳରେ ଜଳୁଥିବା ନିଆଁକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ପ୍ରଥମେ ମୟୂରଭଞ୍ଜ ରାଜପରିବାର ଓ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏନେଇ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀଙ୍କୁ ତୁରନ୍ତ ଧ୍ୟାନ ଦେବାକୁ ଅନୁରୋଧ କରିବା ପରେ ଆଜି ହଠାତ୍ ଚେଇଁ ଉଠିଛନ୍ତି ରାଜ୍ୟ ସରକାର। ଜଙ୍ଗଲରେ ନିଆଁ ଲିଭା କାମ ଜୋରଦାର କରାଯାଇଥିବା ବେଳେ ହଜାରରେ ଅଧିକ ଲୋକଙ୍କୁ ଏଥିରେ ନିୟୋଜିତ କରାଯାଇଛି। ରାଜ୍ୟ ଜଙ୍ଗଲ ମନ୍ତ୍ରୀ ପିସିସିଏଫ୍‌ଙ୍କଠୁ […]