ନୂଆଦିଲ୍ଲୀ: ବିଜେପି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନୂଆ ତାଲିକା ଘୋଷଣା ହୋଇଛି। ଜାତୀୟ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ,ମୂରଲୀ ମନୋହର ଯୋଶୀଙ୍କ ସମେତ ଅମିତ ଶାହା ଓ ରାଜନାଥ ସିଂ ପ୍ରମୁଖ ରହିଛନ୍ତି। ଏହି ତାଲିକାରେ ଓଡ଼ିଶାର ୩ ନେତା ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ଜୁଏଲ ଓରାମ ସ୍ଥାନ ପାଇଛନ୍ତି। ସେହିପରି ୩୫ଜଣ ଦଳର ଜାତୀୟ ପଦାଧିକାରୀ, ୫୦ଜଣ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଓ ୧୭୯ଜଣ ସ୍ଥାୟୀ ସଦସ୍ୟ ଭାବେ କାର୍ଯ୍ୟକାରିଣୀରେ ସ୍ଥାନ ପାଇଛନ୍ତି।
भाजपा राष्ट्रीय अध्यक्ष श्री @JPNadda ने राष्ट्रीय कार्यसमिति एवं राष्ट्रीय कार्यसमिति के लिए विशेष आमंत्रित और स्थायी आमंत्रित (पदेन) सदस्यों की नियुक्ति की। https://t.co/7FRFUICsx7
— BJP (@BJP4India) October 7, 2021
Also Read
ସେଥିରେ ଓଡ଼ିଶାରୁ ଅଛନ୍ତି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ଅପରାଜିତା ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସଂଗଠନ ସଂପାଦକ ମାନସ ମହାନ୍ତି, ସାଂସଦ ବସନ୍ତ ପଣ୍ଡା, ବିଧାନସଭାରେ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ ପ୍ରମୁଖ।
ଆହୁରି ପଢ଼ନ୍ତୁ : ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟିରୁ ମାନେକା, ବରୁଣ ଆଉଟ୍