Advertisment

ଆର୍ଯ୍ୟନଙ୍କ ଗିରଫ ପଛର ମାଷ୍ଟରମାଇଣ୍ଡ ଏହି ୩ ସିଂଘମ ଅଫିସର

କିଙ୍ଗଖାନଙ୍କ ଲାଡଲା ଆର୍ଯ୍ୟନଙ୍କୁ ନେଇ ଉଠୁଛି ପଡୁଛି ସାରା ଦେଶ। ଆର୍ଯ୍ୟନଙ୍କୁ ଦୋଷମୁକ୍ତ କରିବା ପାଇଁ ଶାହାରୁଖଙ୍କ ସପକ୍ଷରେ ବାହାରିଛନ୍ତି ଅନେକ ସେଲିବ୍ରେଟି। ହେଲେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ନଛୋଡ ବନ୍ଧା। ସେଲିବ୍ରିଟିଙ୍କ ପୁଅକୁ ଗିରଫ କରିବାକୁ ସାହସ ଜୁଟାଇଥିବା ଏନସିବିର ଦବଙ୍ଗଗିରିକୁ ଚାରିଆଡୁ ମିଳୁଛି ଢେର ସାରା ପ୍ରଶଂସା

author-image
Sarbeswar
ଅଦ୍ୟତନ ହୋଇଛି
Dabang Officers

Dabang Officers

ନୂଆଦିଲ୍ଲୀ: କିଙ୍ଗଖାନଙ୍କ ଲାଡଲା ଆର୍ଯ୍ୟନଙ୍କୁ ନେଇ ଉଠୁଛି ପଡୁଛି ସାରା ଦେଶ। ଆର୍ଯ୍ୟନଙ୍କୁ ଦୋଷମୁକ୍ତ କରିବା ପାଇଁ ଶାହାରୁଖଙ୍କ ସପକ୍ଷରେ ବାହାରିଛନ୍ତି ଅନେକ ସେଲିବ୍ରେଟି। ହେଲେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ନଛୋଡ ବନ୍ଧା। ସେଲିବ୍ରିଟିଙ୍କ ପୁଅକୁ ଗିରଫ କରିବାକୁ ସାହସ ଜୁଟାଇଥିବା ଏନସିବିର ଦବଙ୍ଗଗିରିକୁ ଚାରିଆଡୁ ମିଳୁଛି ଢେର ସାରା ପ୍ରଶଂସା। ଆର୍ଯ୍ୟନ ଖାନଙ୍କୁ ଗିରଫ କରିବା ପାଇଁ ହୋଇଥିବା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ଓ ପୂରା ଅପରେସନ ପଛରେ ଥିଲେ ଏନସିବିର ଏହି ୩ ସିଂଘମ ଅଫିସର। ଯାହାଙ୍କ ନାଁ ଶୁଣିଲେ କେବଳ ମାୟା ନଗରୀ ମୁମ୍ୱାଇ ନୁହେଁ ସାରା ଭାରତର ଡ୍ରଗ୍ସ ମାଫିଆମାନେ ହୋଇଥାନ୍ତି ଥରହର। ଏବେ ଜାଣନ୍ତୁ ସେହି ୩ ହାର୍ଡକୋର୍‌ ଅଫିସର କିଏ।

Advertisment

ବିଶ୍ବ ବିଜୟ ସିଂହ

ବିଶ୍ୱ ବିଜୟ ସିଂହ। ନାଁ ଯେମିତି କାମ ବି ସେମିତି। ଏହି ଦବଙ୍ଗ ଅଫିସରଙ୍କ ନାଁ ଶୁଣିଲେ ଛାନିଆ ହୋଇ ଯାଆନ୍ତି ଡ୍ରଗ୍ସ ମାଫିଆ। ଏନ୍‌ସିବିର ଦକ୍ଷ ଏବଂ ଚତୁର ଅଫିସର ତାଲିକାରେ ଆଗରେ ରହିଛି ବିଶ୍ୱ ବିଜୟଙ୍କ ନାଁ। ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନକୁ ହେପାଜତକୁ ନେଇ ପରେ ତାକୁ ଗିରଫ ବି କରିଥିଲେ। ପୂର୍ବରୁ ଅନେକ ଥର ନିଜ ଦକ୍ଷତାର ପରିଚୟ ଦେଇ ସାରିଛନ୍ତି ବିଶ୍ୱ ବିଜୟ। ଦିଂବଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିବା ସହ ରିୟାଙ୍କ ଭାଇ ସୌବିକ୍‌ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଗିରଫ କରିଥିଲେ ଏହି ସିଂଘମ ଅଫିସର। ଦୀର୍ଘ ୧୦ ବର୍ଷ ହେବ ଏନ୍‌ସିବିରେ କାର୍ଯ୍ୟରତ ବିଶ୍ୱ ବିଜୟଙ୍କୁ ବେଷ୍ଟ ଅପରେସନ ଅଫିସର ଭାବେ ସମ୍ମାନୀତ କରାଯାଇଛି।

ଆଶିଷ ରାଜନ ପ୍ରସାଦ

ଆଶିଷ ରାଜନ ପ୍ରସାଦ। ଏନ୍‌ସିବିର ଜଣେ ଇଣ୍ଟେଲିଜେନ୍ସ ଅଫିସର। କ୍ରୁଜ୍‌ ଭିତରେ ଏନ୍‌ସିବିର ଅପରେସନକୁ ସଫଳ କରିବା ପଛରେ ସେ ରହିଛନ୍ତି। ଗତ ଅକ୍ଟୋବର ୨ ତାରିଖରେ କ୍ରୁଜ୍‌ ଭିତରେ ରହି ସବୁ ଡ୍ରଗ୍ସ ଜବତ କରିଥିଲେ ଆଶିଷ। ସିଆଇଏସ୍‌ଏଫ୍‌ର ସ୍ପେଶାଲ ଇଣ୍ଟେଲିଜେନ୍ସ ୟୁନିଟ୍‌ରେ କାମ କରିଥିବା ଆଶିଷଙ୍କୁ ମିନିଷ୍ଟର ଏକ୍ସିଲେକନ୍ସ ସର୍ଭିସେସ୍‌ ମେଡାଲ ମଧ୍ୟ ମିଳିଛି। ୨୦୧୭ ମସିହାରୁ ସେ ଡେପୁଟେସନ୍‌ରେ ଏନ୍‌ସିବିରେ ରହି ଦକ୍ଷତାର ସହ କାମ କରୁଛନ୍ତି।

Advertisment

ସମୀର ଓ୍ବାଙ୍ଖେଡେ

ସମୀର ଓ୍ୱାଙ୍ଖେଡେ। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ସେ ହେଉଛନ୍ତି ଜୋନାଲ ଡାଇରେକ୍ଟର। ସବୁ ବେଳେ ଚର୍ଚ୍ଚାରେ ରହୁଥିବା ଓ୍ୱାଙ୍ଖେଡେ ଗତ ବର୍ଷେ ମଧ୍ୟରେ ଅନେକ ନାଁ କମାଇଛନ୍ତି। ସେ ଏମିତି ଜଣେ ଅଫିସର ଯିଏ କି ସବୁଦିନ କେଉଁଠି ନା କେଉଁଠି ଡ୍ରଗ୍ସ ଅପରେସନ କରି ଥାଆନ୍ତି। ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ଆନ୍ତର୍ଜାତୀୟ ଆତଙ୍କବାଦୀ ଦାଉଦ ଇବ୍ରାଇମ ଗ୍ୟାଙ୍ଗର ଅନେକ ସଦସ୍ୟଙ୍କୁ ସେ ଗିରଫ କରିଛନ୍ତି। ସାରା ଅଲ୍ଲୀ ଖାନ ଏବଂ ଶ୍ରଦ୍ଧା କପୁରଙ୍କୁ ଠାରୁ ଆରମ୍ଭ କରି ଶାହାରୁଖଙ୍କ ପୁଅ ଆର୍ଯ୍ୟନକୁ ମଧ୍ୟ ପଚରାଉଚରା କରିଛନ୍ତି।

ଏନସିବି ଅଫିସର ବିଶ୍ବ ବିଜୟ ସିଂହ, ଆଶିଷ ରାଜନ ପ୍ରସାଦ ଓ ସମୀର ଓ୍ୱାଙ୍ଖେଡେଙ୍କ ନାଁ ଶୁଣିଲେ ଥର ହୋଇ ଛତ୍ର ଭଙ୍ଗ ଦେଇଥାନ୍ତି ଦେଶରେ ଡ୍ରଗ୍ସ ମାଫିଆମାନେ। ଗତ ଶନିବାର ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ୍‌ ଜାହଜ ଉପରେ ଚଢାଉ କରି ଡ୍ରଗ୍ସ ପାର୍ଟିର ନିଦ ହଜାଇ ଦେଇଥିଲେ ଏହି ୩ ହାର୍ଡକୋର୍‌ ଅଫିସର। ଏହି ଘଟଣାରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ସମେତ ୮ ଜଣଙ୍କୁ ଗିରଫ କରିବାରେ ସମର୍ଥ ହୋଇଛି ଏନ୍‌ସିବି।

Aryan Khan Dabang Officers
Advertisment
Advertisment