Advertisment

ଜେଲ୍‌ ଗଲେ ଆର୍ୟନ ଖାନ୍

ନିରାଶ ହେଲେ ଆର୍ୟନ। ଜେଲ ଗଲେ କିଙ୍ଗ୍ ଖାନଙ୍କ ପୁଅ। କ୍ରୁଜ୍ ପାର୍ଟିରେ ଡ୍ରଗ୍ସ କାରବାର ନେଇ ଗିରଫଦାରୀ ପ୍ରସଙ୍ଗରେ ଆର୍ୟନ ଖାନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତ ପଠାଯାଇଛି।।

author-image
Sarbeswar
undefined

Aryan Khan

ମୁମ୍ବାଇ: ନିରାଶ ହେଲେ ଆର୍ୟନ। ଜେଲ ଗଲେ କିଙ୍ଗ୍ ଖାନଙ୍କ ପୁଅ। କ୍ରୁଜ୍ ପାର୍ଟିରେ ଡ୍ରଗ୍ସ କାରବାର ନେଇ ଗିରଫଦାରୀ ପ୍ରସଙ୍ଗରେ ଆର୍ୟନ ଖାନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତ ପଠାଯାଇଛି।। କୋର୍ଟରେ ଆର୍ୟନଙ୍କ ବେଲ ଆବେଦନ ଖାରଜ୍‌ ହୋଇଯିବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। କେବଳ ଆର୍ଯ୍ୟନ୍ ନୁହେଁ ବରଂ ତାଙ୍କ ସହ ଅନ୍ୟ ୭ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। କିନ୍ତୁ ଆସନ୍ତାକାଲି କୋର୍ଟରେ ଆର୍ୟନଙ୍କ ବେଲ୍‌ର ଶୁଣାଣି ରହିଛି।

Advertisment

ସୂଚନା ଅନୁସାରେ, ଡ୍ରଗ୍ସ କାରବାରରେ ଫସିଥିବା ବଲିଉଡ୍‌ ଅଭିନେତା ଶାହାରୁଖ୍ ଖାନ୍‌ଙ୍କ ପୁଅ ଆର୍ୟନ୍‌ ଖାନ୍‌ଙ୍କୁ ଆଜି ମୁମ୍ବାଇ କୋର୍ଟରେ ହାଜର କରିଥିଲା ଏନ୍‌ସିବି । ତେବେ ଆର୍ୟନଙ୍କୁ ପୁଣି ଥରେ ରିମାଣ୍ଡରେ ଅର୍ଥାତ୍‌ ରିମାଣ୍ଡ ଅବଧିକୁ ଅକ୍ଟୋବର ୧୧ ପର୍ଯ୍ୟନ୍ତ ବଢାଇବା ଲାଗି କୋର୍ଟରେ ଏନସିବି ଆବେଦନ କରିଥିଲା କିନ୍ତୁ କୋର୍ଟ ଏହାକୁ ନବଢାଇ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

Advertisment

ଏଠାରେ ସ୍ପଷ୍ଟ କରୁଛୁ କି, ତଦନ୍ତ ବେଳେ ଆର୍ୟନଙ୍କ ମୋବାଇଲ ଫୋନରୁ କିଛି ସନ୍ଦେହଜନକ ତଥ୍ୟ ମିଳିଥିବା ଜଣାପଡିଛି। ଆର୍ୟନଙ୍କ ଫୋନ୍‌କୁ ଏନ୍‌ସିବି ଜବତ କରିଛି। ଫୋନ୍‌ରେ ଥିବା ତଥ୍ୟରୁ ଆର୍ୟନଙ୍କ ଅନ୍ତର୍ଜାତୀୟ ଡ୍ରଗ୍ସ ପେଡଲର୍ଙ୍କ ସହ ମମ୍ପର୍କ ଥିବା ସନ୍ଦେହ କରାଯାଉଛି। ଆର୍ୟନଙ୍କ ମୋବାଇଲ୍‌ରୁ ମିଳିଥିବା ବିଦେଶ ଲିଙ୍କ୍ ମାମଲାରେ ବି ଖୋଳତାଡ଼ ହେବ ବୋଲି ଜଣାପଡ଼ିଛି।

ଇଣ୍ଟର ନ୍ୟାସନାଲ କ୍ରୁଜ୍ ଟର୍ମିନାଲରେ ୨୩ ବର୍ଷୀୟ ଆର୍ୟନଙ୍କ ନିକଟରୁ ୧୩ ଗ୍ରାମର କୋକେନ୍, ୫ ଗ୍ରାମର ଏମଡି, ୨୧ ଗ୍ରାମର ଚରସ ଓ ୨୨ଟି ଏମଡିଏମଏ ବଟିକା ଜବତ କରାଯାଇଥିଲା। ଏହାସହ ତାଙ୍କ ନିକଟରୁ ୧ ଲକ୍ଷ ୩୩ ହଜାର ନଗଦ କ୍ୟାସ୍‌ ମଧ୍ୟ ଜବତ ହୋଇଛି। ଆର୍ୟନ ଖାଲି ଡ୍ରଗ୍ସ ସେବନ କରୁନଥିଲେ। ଏହାର କିଣାବିକା ବି କରୁଥିବା ଏନ୍‌ସିବି ପାଖରେ ପ୍ରମାଣ ରହିଥିବା ଦର୍ଶାଯାଇଛି। ତେବେ ଆସନ୍ତାକାଲି ବେଲ୍‌ ମିଳିବ କି ନାହିଁ ତାହା ଉପରେ ନଜର ରହିଛି।

India NCB Aryan Khan
Advertisment
Advertisment