• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • କମିବାର ନାଁ ଧରୁନି ପେଟ୍ରୋଲ ଡିଜେଲ୍‌ ଦର

  • ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ୍‌ 

ନୂଆଦିଲ୍ଲୀ: କମିବାର ନାଁ ଧରୁନି ପେଟ୍ରୋଲ-ଡିଜେଲ ମୂଲ୍ୟ । ଦେଶରେ ଆଜି ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଗତ କିଛି ଦିନ ଧରି ରାଜଧାନୀ ଦିଲ୍ଲୀ ସମେତ ସମସ୍ତ ମହାନଗର ନିଗମରେ ତୈଳ ଦରର ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ଇଣ୍ଡିଆନ୍‌ ଓଏଲ୍‌ କମ୍ପାନୀ ପକ୍ଷରୁ ଆଜି ପେଟ୍ରୋଲ ମୂଲ୍ୟ ଲିଟର ପିଛା ୩୦ ପଇସା ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୩୫ ପଇସା ବୃଦ୍ଧି ହୋଇଛି । ଦରରେ ପରିବର୍ତ୍ତନ ପରେ କୋଲକାତାରେ ପେଟ୍ରୋଲର ଲିଟରର ମୂଲ୍ୟ ୧୦୪ ଟଙ୍କା ଅତିକ୍ରମ କରିଥିବାବେଳେ ଚେନ୍ନାଇରେ ପେଟ୍ରୋଲ ଦର ୧୦୦ ଟଙ୍କାରେ ପହଞ୍ଚିଛି । ସେହିପରି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୩.୫୪ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୨.୧୨ ଟଙ୍କାକୁ ବୃଦ୍ଧି ହୋଇଛି ।

ଗତ ୧୧ ଦିନରେ ତୈଳ ଦରରେ ୨ ଟଙ୍କା ୩୫ ପାଇସା ବୃଦ୍ଧି 

ଗତ ମଙ୍ଗଳବାରଠାରୁ ପେଟ୍ରୋଲ ଓ ଡିଜେଲ୍‌ ଦରରେ ଲଗାତାର ପରିବର୍ତ୍ତନ ଦେଖିବାକୁ ମିଳୁଛି । ହେଲେ ସପ୍ତାହରେ କେବଳ ଦୁଇ ଦିନ ପାଇଁ ତଥା ସୋମବାର ଓ ବୁଧବାର ଦିନ ତେଲ ଦର ସ୍ଥିର ରହିଥିଲା । ଏହା ବ୍ୟତୀତ ପ୍ରତିଦିନ ମୂଲ୍ୟରେ ବୃଦ୍ଧି ଘଟୁଛି । ତେବେ ଗତ ୧୧ ଦିନରେ ପେଟ୍ରୋଲ ମୂଲ୍ୟ ୨ଟଙ୍କା ୩୫ ପଇସା ବୃଦ୍ଧି ପାଇଛି । ସେହିପରି ଡିଜେଲ ମୂଲ୍ୟ ୩.୫୦ ଟଙ୍କା ବୃଦ୍ଧି ହୋଇଛି ।

ଜାଣନ୍ତୁ ଆପଣଙ୍କ ସହରରେ ତେଲ ଲିଟର ପିଛା କେତେ ରହିଛି

  • ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୧୦୩.୫୪ ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୯୨.୧୨ ଟଙ୍କା ରହିଛି
  • ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ୧୦୯.୫୪ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୯୯.୯୨ଟଙ୍କା ରହିଛି
  • କୋଲକାତାରେ ପେଟ୍ରୋଲର ମୂଲ୍ୟ ୧୦୪.୨୩ ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ୯୫.୨୩ ଟଙ୍କା ରହିଛି
  • ଚେନ୍ନାଇରେ ମଧ୍ୟ ପେଟ୍ରୋଲ ଲିଟର ୧୦୧.୦୧ ଟଙ୍କା ଏବଂ ଡିଜେଲ ଲିଟର ୯୬.୬୦ଟଙ୍କା ରହିଛି

ସମଗ୍ର ବିଶ୍ୱରେ ଅଶୋଧିତ ତୈଳର ଚାହିଦା ଦ୍ରୁତ ଗତିରେ ବଢୁଛି । ଅଶୋଧିତ ତୈଳ ଚାହିଦା ବଢିବା ହେତୁ ପେଟ୍ରୋଲ ଏବଂ ଡିଜେଲ ଉତ୍ପାଦନର ପ୍ରଭାବ ଦେଖିବାକୁ ମିଳୁଛି । ଯାହା ଫଳରେ ପେଟ୍ରୋଲ୍‌ ଓ ଡିଜେଲ୍‌ ମବଲ୍ୟରେ ପରିବର୍ତ୍ତନ ଘଟୁଛି । ଗତକାଲି ଅଶୋଧିତ ମୂଲ୍ୟର ବ୍ୟାରେଲ ପିଛା ୦.୪୫ ଡଲାର ବୃଦ୍ଧି ପାଇ ୮୨.୪୦ ଡଲାରରେ ପହଞ୍ଚିଥିଲା । 

କେମିତି ଜାଣିବେ ପେଟ୍ରୋଲ ଡିଜେଲର ନୂଆ ଦର

ଦେଶରେ ପ୍ରତିଦିନ ସକାଳ ୬ଟାରେ ତେଲ ଦରର ନୂଆ ମୂଲ୍ୟ ପ୍ରକାଶ ପାଇଥାଏ । ଯାହାକୁ କେବଳ ଗୋଟିଏ ମ୍ୟାସେଜ୍ ଦ୍ୱାରା ଫୋନ୍‌ରେ ହିଁ ପେଟ୍ରୋଲ ଡିଜେଲ୍‌ ଦର ଜାଣିପାରିବେ । ଏଥିପାଇଁ ଗ୍ରାହକମାନଙ୍କୁ ଇଣ୍ଡିଆନ୍‌ ଓଏଲ୍‌ SMS ସେବାର ମୋବାଇଲ୍ ନମ୍ବର 9224992249 କୁ RSP <ସ୍ପେସ୍> ପେଟ୍ରୋଲ ପମ୍ପ ଡିଲର କୋଡ୍ ଲେଖି ଏକ SMS ପଠାଇବାକୁ ପଡିବ । ଗ୍ରାହକମାନେ ୱେବ୍‌ସାଇଟ୍‌ରେ ନିଜ ଅଞ୍ଚଳର RSP କୋଡ୍ କୁ ଜାଣିପାରିବେ । ଏହି ମ୍ୟାସେଜ୍‌ଟି ପଠାଇବା ପରେ ଆପଣଙ୍କ ଫୋନକୁ ନୂଆ ପେଟ୍ରୋଲ୍‌ ଡିଜେଲ୍‌ର ଦର ବିଷୟରେ ସୂଚନା ପାଇପାରିବେ ।