Advertisment

ଆଜି ଭାରତୀୟ ବାୟୁସେନା ପ୍ରତିଷ୍ଠା ଦିବସ

ବାୟୁସେନା ପ୍ରତିଷ୍ଠା ଦିବସ ଅବସରରେ ଉତ୍ତରପ୍ରଦେଶ ହିଣ୍ଡନ ଏୟାରବେସ୍‌ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବାୟୁସେନାର ବିଭିନ୍ନ ବିମାନ ପକ୍ଷରୁ ସାମରିକ କୌଶଳ ପ୍ରଦର୍ଶନ କରାଯିବା ସହ ଲଢୁଆ ବିମାନ ମଧ୍ୟ ପ୍ରଦର୍ଶିତ ହେବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Indian Air Force Day

Indian Air Force Day

ନୂଆଦିଲ୍ଲୀ: ଆଜି ଭାରତୀୟ ବାୟୁସେନାର ୮୯ ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଉତ୍ତରପ୍ରଦେଶ ହିଣ୍ଡନ ଏୟାରବେସ୍‌ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବାୟୁସେନାର ବିଭିନ୍ନ ବିମାନ ପକ୍ଷରୁ ସାମରିକ କୌଶଳ ପ୍ରଦର୍ଶନ କରାଯିବା ସହ ଲଢୁଆ ବିମାନ ମଧ୍ୟ ପ୍ରଦର୍ଶିତ ହେବ। ବାୟୁସେନା ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାୟୁ ଯୋଦ୍ଧା ଓ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Advertisment

ବାୟୁସେନାର ଆକାଶଗଙ୍ଗା ଟିମ୍‌ ଡେୟାର ଡେଭିଲ ଶୋ’ ପ୍ରଦର୍ଶନ କରିବେ। ଆମେରିକା, ଚୀନ, ଋଷିଆ ପରେ ଭାରତୀୟ ବାୟୁସେନା ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି। ଭାରତୀୟ ବାୟୁସେନା ପାଖରେ ୧୪ଶହ ଏୟାରକ୍ରାଫ୍ଟ ଥିବାବେଳେ ୧ ଲକ୍ଷ ୭୦ ହଜାରରୁ ଅଧିକ ଯବାନ ଓ ଅଧିକାରୀ ଦେଶରେ ସେବା କରୁଛନ୍ତି।

Advertisment

୧୯୩୨ ମସିହା ଆଜିର ଦିନରେ ଭାରତୀୟ ବାୟୁସେନା ସ୍ଥାପନ କରାଯାଇଥିଲା। ଏହା ପରଠାରୁ ଭାରତୀୟ ବାୟୁସେନା ଦେଶପାଇଁ ଅନେକ ସେବା କରି ଆସୁଛି। ସ୍ୱାଧୀନତା ପରେ ଭାରତୀୟ ବାୟୁସେନା ଚୀନ ଓ ପାକିସ୍ତାନ ସହ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି। ଭାରତୀୟ ସୀମାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ବାୟୁସେନାର ଉଦ୍ୟମ ପ୍ରଶଂସନୀୟ। ଏଥିସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଭାରତୀୟ ବାୟୁସେନା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥାଏ।  

Air Force Day Air Force Day 2021
Advertisment
Advertisment