Advertisment

ଆର୍ୟନଙ୍କୁ ୧୧ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେବା ପାଇଁ ଆବେଦନ କଲା NCB

ବଢ଼ିଲା ସୁପରଷ୍ଟାର ଶାହାରୁଖ୍ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ପାଇଁ ଅଡୁଆ ମୁମ୍ବାଇରୁ ଗୋଆ ଯାଉଥିବା ବିଳାସମୟ କର୍ଡେଲିଆ କ୍ରୁଜରେ ରେଭ୍ ପାର୍ଟି, ଡ୍ରଗ୍ସ ଲିଙ୍କ ମାମଲା ଗିରଫ ହୋଇଥିବା ଆର୍ୟନଙ୍କୁ ଆସନ୍ତା ୧୧ ତାରିଖ ଯାଏଁ ରିମାଣ୍ଡରେ ନେବାକୁ ଆବେଦନ କରିଛି ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ-ଏନିସିବି

author-image
Sarbeswar
Aryan Khan

Aryan Khan

ମୁମ୍ବାଇ: ବଢ଼ିଲା ସୁପରଷ୍ଟାର ଶାହାରୁଖ୍ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ପାଇଁ ଅଡୁଆ ମୁମ୍ବାଇରୁ ଗୋଆ ଯାଉଥିବା ବିଳାସମୟ କର୍ଡେଲିଆ କ୍ରୁଜରେ ରେଭ୍ ପାର୍ଟି, ଡ୍ରଗ୍ସ ଲିଙ୍କ ମାମଲା ଗିରଫ ହୋଇଥିବା ଆର୍ୟନଙ୍କୁ ଆସନ୍ତା ୧୧ ତାରିଖ ଯାଏଁ ରିମାଣ୍ଡରେ ନେବାକୁ ଆବେଦନ କରିଛି ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ-ଏନିସିବି । ଆଜି ଆର୍ୟନଙ୍କ ରିମାଣ୍ଡ ସରିବା ପରେ କୋର୍ଟରେ ହାଜର କରାଯାଇଛି। ଅଧିକା ୪ ଦିନ ନେଇ ଡ୍ରଗ୍ସ କାରବାରରେ ବିଦେଶୀ ଲିଙ୍କ୍ ସମ୍ପର୍କରେ ତଥ୍ୟ ହାସଲ ପାଇଁ ରିମାଣ୍ଡ ଆବେଦନ କରିଛି ଏନସିବି।

Advertisment

ସେପଟେ କର୍ଡେଲିଆ କ୍ରୁଜ୍ ଏମ୍ପ୍ରେସରେ ରେଭ୍ ପାର୍ଟି ଚାଲିଥିବା ବେଳେ କ୍ରୁଜ୍ ବୁଲିବାକୁ ଯାଇଥିଲେ ରାଉରକେଲାର ୩୭ ଜଣ ଯୁବକ। ମନୀଷ ରାଜଗରିଆ ଏବଂ ଅଭିନ୍ ସାହୁଙ୍କ ସହ ଅନ୍ୟ ୩୫ ଜଣ ଯୁବକ କ୍ରୁଜ୍ ଦେଖିବାକିୁ ଯାଇଥିଲେ ବୋଲି ସୂଚନା ଦେଇଛନ୍ତି ମନୀଷ ରାଜଗରିଆଙ୍କ ବାପା ଉଦୟ ରାଜଗରିଆ। ଘଟଣା ଦିନ କ୍ରୁଜ୍ ଉପରେ ଏନସିବିର ରେଡ୍ ବେଳେ ସୁପରଷ୍ଟାର ଶାହାରୁଖ୍ ଖାନ୍ ପୁଅ ଆର୍ୟନ ତାଙ୍କ ସାଙ୍ଗ ଅର୍ବାଜ ମର୍ଚାଣ୍ଟଙ୍କ ସମେତ ଏହି ଦୁଇ ଗିରଫ ଓଡ଼ିଆ ଯୁବକ ମଧ୍ୟ ରହିଥିଲେ। କ୍ରୁଜ୍ ଡ୍ରଗ୍ସ ଲିଙ୍କରେ ବର୍ତ୍ତମାନ ସୁଦ୍ଧା ଗିରଫଦାରୀ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି।

Advertisment

ସେପଟେ ଏହି ଅନ୍ତର୍ଜାତୀୟ ନିଶା ରାକେଟ୍‌ର ଖିଅ ଖୋଜିବାକୁ ତଦନ୍ତ ପରିସୀମାକୁ ବଢ଼ାଇଛି NCB। ମୁମ୍ବାଇ ଏନସିବି ସହ ଦିଲ୍ଲୀ ଏନସିବିର ଏକ ସ୍ୱତନ୍ତ୍ର ଟିମ୍ ବି ତଦନ୍ତ କରୁଛି। କ୍ରୁଜ୍‌ର ସିଇଓଙ୍କୁ ଜେରା ପାଇଁ ସମନ କରିବା ସହ ଘଟଣା ଦିନର ସିସିଟିଭି ଓ ମେନିଫେଷ୍ଟୋ ମଗାଇଛି NCB।  ସେହିପରି ପୋଲିସର ବିନା ଅନୁମତିରେ କ୍ରୁଜ୍‌ରେ କେମିତି ଆୟୋଜନ କରାଯାଇଥିଲା ରେଭ୍ ପାର୍ଟି ? ଏହି ପାର୍ଟି ଆୟୋଜନ ପଛରେ କିଏ କିଏ ପ୍ରଭାବଶାଳୀ ଅଛନ୍ତି ? ଏନେଇ ଏକ ମାମଲା ରୁଜୁ କରି ସେସବୁର ତଦନ୍ତ କରୁଛି ମୁମ୍ବାଇ ପୋଲିସ। ତେବେ NDPS ଆକ୍ଟ-୧୯୮୫ ଧାରା ଅନୁଯାୟୀ ନିଶା ଖାଉଥିଲେ ସର୍ବନିମ୍ନ ୬ ମାସ ଏବଂ ବିକ୍ରି କରୁଥିଲେ ସର୍ବାଧିକ ୧୦ ବର୍ଷର ଦଣ୍ଡବିଧାନ ସହ ୧ ଲକ୍ଷ ଟଙ୍କା ଜୋରିମାନାର ପ୍ରାବଧାନ ରହିଛି। 

NCB Aryan Khan
Advertisment
Advertisment