Advertisment

ଦେଶରେ ଆଜି ପୁଣି ବଢିଲା ସଂକ୍ରମଣ: ୨୪ ଘଂଟାରେ ୨୨ ହଜାର ଆକ୍ରାନ୍ତ ଚିହ୍ନଟ

ଦେଶରେ ପୁଣି ଥରେ ବଢିଲା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଚ୍‌ ୨୨,୪୩୧ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାସହ ୨୪ ଘଂଟାରେ ଦେଶରେ ୩୧୮ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ଏହାସହ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୩୮,୯୪,୩୧୨ରେ ପହଞ୍ଚିଛି

author-image
Sarbeswar
ଅଦ୍ୟତନ ହୋଇଛି
undefined

corona

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ବଢିଲା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଚ୍‌ ୨୨,୪୩୧ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାସହ ୨୪ ଘଂଟାରେ ଦେଶରେ ୩୧୮ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ଏହାସହ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୩୮,୯୪,୩୧୨ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ୪,୪୯,୮୫୬ ଏତିକି ଜଣକ ପ୍ରାଣ ନେଇଛି ମହାମାରୀ। ସେହିପରି ଭାବରେ ଦେଶରେ ଗତ ୨୪ ଘଂଟାରେ କରୋନାରୁ ୨୪ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି। ଏହାସହ ସୁସ୍ଥଙ୍କ ସଂଖ୍ୟା ୩,୩୨,୦୦,୨୫୮ ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦେଶରେ ଏବେ ବି ୨,୪୪,୧୯୮ ରହିଛି। ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ଚିନ୍ତା ବଢିଛି।

Advertisment

ଏପଟେ, ପାର୍ବଣ ଋତୁ ଆସୁଥିବା ବେଳେ ଧୀରେ ଧୀରେ ଖସୁଛି ସଂକ୍ରମଣ ଗ୍ରାଫ୍ । ଦୁଇ ଦିନ ହେବ ରାଜ୍ୟରେ ୫୦୦ ଉପର ରହୁଛି ସଂକ୍ରମଣ । ଗତକାଲି ୫୯୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୫୮୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୮୩ ଆକ୍ରାନ୍ତ ଅଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୩୭ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ଅଛନ୍ତି ୨୪୫ ଜଣ ।

Advertisment

୫୮୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରୁ ୧୯ ଜଣ, ବରଗଡ଼ରୁ ୨ଜଣ, ଭଦ୍ରକରୁ ୩ ଜଣ, ବଲାଙ୍ଗିର ୩ ଜଣ, କଟକରୁ ୪୬ ଜଣ, ଦେବଗଡ଼ରୁ ୨ଜଣ, ଢ଼େଙ୍କାନାଳରୁ ୪ ଜଣ, ଗଜପତି ୫, ଗଞ୍ଜାମରୁ ୪ ଜଣ, ଜଗତସିଂହପୁରରୁ ୨୪ ଜଣ, ଯାଜପୁରରୁ ୨୪ଜଣ, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୧ ଜଣ , କନ୍ଧମାଳରୁ ୨ ଜଣ, କେନ୍ଦ୍ରାପଡ଼ାରୁ ୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୨୮୨ ଜଣ, କୋରାପୁଟରୁ ୧ଜଣ, ମୟୁରଭଞ୍ଜରୁ ୨୨ଜଣ, ନବରଙ୍ଗପୁରର ୧ଜଣ, ନୟାଗଡ଼ରୁ ୫ ଜଣ, ପୁରୀରୁ ୨୧ ଜଣ, ସମ୍ବଲପୁରରୁ ୨୧ ଜଣ, ସୋନପୁରରୁ ୧ ଜଣ, ସୁନ୍ଦରଗଡ଼ରୁ ୭ ଜଣ ଓ ଷ୍ଟେଟପୁଲରୁ ୬୬ ଜଣ ଚିହ୍ନଟ ହୋଇଛନ୍ତି ।

India COVID19 Corona Virus
Advertisment
Advertisment