କମୁଛି କିଙ୍ଗ ଖାନଙ୍କ କ୍ରେଜ। ପୁଅ ଦୋଷ କରିବା ପରେ ଏବେ ଶାହାରୁଖଙ୍କୁ ସବୁ କିଛି ଶୁଣିବାକୁ ପଡୁଛି। ଅପବାଦ ମୁଣ୍ଡାଇବା ସହ ଆର୍ଥିକ ଅବସ୍ଥା ବିଗାଡିବାରେ ଲାଗିଛି। ଡ୍ରଗ୍ସ ମାମଲାରେ ପୁଅ ଆର୍ଯ୍ୟନ ଗିରଫ ହେବା ପରେ ଶାହରୁଖ୍ ଖାନ୍ଙ୍କ ବ୍ରାଣ୍ଡ ଭାଲ୍ୟୁ ସଙ୍କଟ ଆଡକୁ ମୁହାଁଇଛି
ଦେଶରେ ଆଜି ସାମାନ୍ୟ କମିଛି ସଂକ୍ରମଣ। ଗତ ୨୪ ଘଂଟା ମଧ୍ୟରେ ଦେଶରେ ମୋଟ୍ ୨୧,୨୫୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଛି। ଏହାସହ ୨୪ ଘଂଟାରେ ମୋଟ୍ ୨୭୧ ଜଣଙ୍କ ପ୍ରାଣ ନେଇଛି ମହାମାରୀ
ନିର୍ମାଣ ହେଉଛି ଭାରତର ପ୍ରଥମ ଭର୍ଟିକାଲ୍ ଲିଫ୍ଟ ସି ବ୍ରିଜ୍ । କେନ୍ଦ୍ରମନ୍ତ୍ରୀ ଅଶ୍ୱୀନି ବୈଷ୍ଣବ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉପହାର ସଦୃଶରେ ମିଳିଥିବା ବିଭିନ୍ନ ସାମଗ୍ରୀର ନିଲାମ ଶେଷ ହୋଇଛି। ପ୍ରଧାନମନ୍ତ୍ରୀଙ୍କୁ ଅଲିମ୍ପିକ୍ସ ବିଜୟୀ ଦେଇଥିବା ଉପହାରର ନିଲାମ ମଧ୍ୟ ଶେଷ ହୋଇଛି । ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରାଙ୍କ ଜାଭଲିନ୍ ସବୁଠାରୁ ଅଧିକ ଅର୍ଥାତ୍ ଦେଢ କୋଟି ଟଙ୍କାରେ ନିଲାମ ହୋଇଛି।
ଅରୁଣାଚଳପ୍ରଦେଶରେ LAC ନିକଟରେ ପୁଣି ଭାରତ-ଚୀନ୍ ସେନା ମୁହାଁମୁହିଁ ହୋଇଛନ୍ତି। ଗତ ସପ୍ତାହରେ Line of Actual Control( LAC) ନିକଟରେ ପାଟ୍ରୋଲିଂ ବେଳେ କିଛି ଘଣ୍ଟା ଧରି ଭାରତ-ଚୀନ୍ ସେନା ମୁହାଁମୁହିଁ ହୋଇଥିଲେ।
ମାସ୍କ ନ ପିନ୍ଧିଲେ ଦେବାକୁ ପଡିବ ୫୦୦ ଟଙ୍କା ଜରିମାନା । ଆଗାମୀ ୬ ମାସ ପର୍ଯ୍ୟନ୍ତ ଷ୍ଟେସନ୍ରେ ଲାଗୁ ହେବ ଏହି ନିୟମ । କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ଷ୍ଟେସନ୍ ଓ ଟ୍ରେନ୍ରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ରେଳ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।
ବାୟୁସେନା ପ୍ରତିଷ୍ଠା ଦିବସ ଅବସରରେ ଉତ୍ତରପ୍ରଦେଶ ହିଣ୍ଡନ ଏୟାରବେସ୍ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବାୟୁସେନାର ବିଭିନ୍ନ ବିମାନ ପକ୍ଷରୁ ସାମରିକ କୌଶଳ ପ୍ରଦର୍ଶନ କରାଯିବା ସହ ଲଢୁଆ ବିମାନ ମଧ୍ୟ ପ୍ରଦର୍ଶିତ ହେବ।
କମିବାର ନାଁ ଧରୁନି ପେଟ୍ରୋଲ-ଡିଜେଲ ମୂଲ୍ୟ । ଦେଶରେ ଆଜି ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଗତ କିଛି ଦିନ ଧରି ରାଜଧାନୀ ଦିଲ୍ଲୀ ସମେତ ସମସ୍ତ ମହାନଗର ନିଗମରେ ତୈଳ ଦରର ଲଗାତାର ବୃଦ୍ଧି ପାଇବାରେ ଲାଗିଛି ।
ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ। ଆର୍ୟନଙ୍କୁ ୧୧ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ ଏନସିବି ଆବେଦନ କରିଥିଲେ ମଧ୍ୟ କୋର୍ଟ ଏଥିପାଇଁ ଅନୁମତି ଦେଇ ନାହାନ୍ତି
ନିରାଶ ହେଲେ ଆର୍ୟନ। ଜେଲ ଗଲେ କିଙ୍ଗ୍ ଖାନଙ୍କ ପୁଅ। କ୍ରୁଜ୍ ପାର୍ଟିରେ ଡ୍ରଗ୍ସ କାରବାର ନେଇ ଗିରଫଦାରୀ ପ୍ରସଙ୍ଗରେ ଆର୍ୟନ ଖାନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତ ପଠାଯାଇଛି।।
ଦେଶର ଧନୀ ତାଲିକାରେ ପୁଣି ଏକ ନମ୍ବର ସ୍ଥାନ ବଜାୟ ରଖିଲେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ । ଗତ ବର୍ଷକ ମଧ୍ୟରେ ଅମ୍ବାନୀଙ୍କ ଆୟ ୪ ବିଲିୟନ ଆମେରିକୀୟ ଡଲାର ବୃଦ୍ଧି ପାଇଛି । ୯୯ ଦଶମିକ ୭ ବିଲିୟନ ଆମେରିକୀୟ ଡଲାରର ସମ୍ପତ୍ତି ସହ ଲଗାତାର ଦେଶର ଶହେ ଧନୀ ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛନ୍ତି ଅମ୍ବାନୀ ।
ଲଖିମପୁର ଖେରି ହିଂସାକାଣ୍ଡ ଘଟଣାକୁ ନେଇ ଆଜି ସୁପ୍ରମିକୋର୍ଟରେ ଶୁଣାଣି ହୋଇଛି। ଘଟଣାରେ ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ଷ୍ଟାଟସ୍ ରିପୋର୍ଟ ମାଗିବା ସହ କାଲି ସୁଦ୍ଧା ରିପୋର୍ଟ ଦାଖଲ କରିବା ଲାଗି କହିଛନ୍ତି।
ବଢ଼ିଲା ସୁପରଷ୍ଟାର ଶାହାରୁଖ୍ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ପାଇଁ ଅଡୁଆ ମୁମ୍ବାଇରୁ ଗୋଆ ଯାଉଥିବା ବିଳାସମୟ କର୍ଡେଲିଆ କ୍ରୁଜରେ ରେଭ୍ ପାର୍ଟି, ଡ୍ରଗ୍ସ ଲିଙ୍କ ମାମଲା ଗିରଫ ହୋଇଥିବା ଆର୍ୟନଙ୍କୁ ଆସନ୍ତା ୧୧ ତାରିଖ ଯାଏଁ ରିମାଣ୍ଡରେ ନେବାକୁ ଆବେଦନ କରିଛି ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ-ଏନିସିବି
କରୋନା ପାଇଁ ଆଗାମୀ ୩ ମାସ ଯାଏଁ ସତର୍କ ରହିବାକୁ ପରାମର୍ଶ ଦେଲେ କେନ୍ଦ୍ର ସରକାର। ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ଏହି ୩ ମାସ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ସତର୍କ ରହିବା ସହ ବିଶେଷ ବାହାରକୁ ନବାହାରିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି। ଭର୍ଚୁଆଲରେ ସମସ୍ତ ପର୍ବପର୍ବାଣୀ ପାଳନ କରନ୍ତୁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ୍ କହିଛନ୍ତି ।
କ୍ରୁଜ୍ ଡ୍ରଗ୍ସ ଲିଙ୍କରେ ବର୍ତ୍ତମାନ ସୁଦ୍ଧା ଗିରଫଦାରୀ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ସେପଟେ ଆଜି ରିମାଣ୍ଡ ଅବଧି ସରିବା ପରେ ସ୍ୱତନ୍ତ୍ର କୋର୍ଟରେ ଆର୍ୟନଙ୍କୁ ହାଜର କରିଛି ଏନ୍ସିବି। ମିଳିଥିବା ଖବର ଅନୁସାରେ ଅକ୍ଟୋବର ୧୧ ଯାଏ ଆର୍ୟନଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଛି ଏନସିବି।
କିଙ୍ଗଖାନଙ୍କ ଲାଡଲା ଆର୍ଯ୍ୟନଙ୍କୁ ନେଇ ଉଠୁଛି ପଡୁଛି ସାରା ଦେଶ। ଆର୍ଯ୍ୟନଙ୍କୁ ଦୋଷମୁକ୍ତ କରିବା ପାଇଁ ଶାହାରୁଖଙ୍କ ସପକ୍ଷରେ ବାହାରିଛନ୍ତି ଅନେକ ସେଲିବ୍ରେଟି। ହେଲେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ନଛୋଡ ବନ୍ଧା। ସେଲିବ୍ରିଟିଙ୍କ ପୁଅକୁ ଗିରଫ କରିବାକୁ ସାହସ ଜୁଟାଇଥିବା ଏନସିବିର ଦବଙ୍ଗଗିରିକୁ ଚାରିଆଡୁ ମିଳୁଛି ଢେର ସାରା ପ୍ରଶଂସା
ଦେଶରେ ପୁଣି ଥରେ ବଢିଲା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଚ୍ ୨୨,୪୩୧ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାସହ ୨୪ ଘଂଟାରେ ଦେଶରେ ୩୧୮ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ଏହାସହ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩,୩୮,୯୪,୩୧୨ରେ ପହଞ୍ଚିଛି
ବିଜେପି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନୂଆ ତାଲିକା ଘୋଷଣା ହୋଇଛି। ଜାତୀୟ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ,ମୂରଲୀ ମନୋହର ଯୋଶୀଙ୍କ ସମେତ ଅମିତ ଶାହା ଓ ରାଜନାଥ ସିଂ ପ୍ରମୁଖ ରହିଛନ୍ତି
ପୁଣି କାଶ୍ମୀରରେ ଆତଙ୍କବାଦୀଙ୍କ ବର୍ବର କାଣ୍ତ। ମଙ୍ଗଳବାର ଆତଙ୍କବାଦୀଙ୍କ ଆଖିମୁଜା ଗୁଳିମାଡରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଜାମ୍ମୁ କାଶ୍ମୀରରେ ଆତଙ୍କ ଖେଳିଯାଇଛି। ଆତଙ୍କବାଦୀ ମାନେ ଗୋଟିଏ ଦିନରେ କାଶ୍ମୀରର ବିଭିନ୍ନ ସ୍ଥାନରେ ଗୁଳି ଚାଳନା କରିଥିଲେ। ଏହି ଘଟଣା ଉପରେ ଭାରତୀୟ ସେନାର ସର୍ଚ ଅପରେସନ୍ ଆରମ୍ଭ ହୋଇଛି।
ଦେଶର ଧନୀ ତାଲିକାରେ ପୁଣି ଏକ ନମ୍ବର ସ୍ଥାନ ବଜାୟ ରଖିଲେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ । ଗତ ବର୍ଷକ ମଧ୍ୟରେ ଅମ୍ବାନୀଙ୍କ ଆୟ ୪ ବିଲିୟନ ଆମେରିକୀୟ ଡଲାର ବୃଦ୍ଧି ପାଇଛି । ୯୯ ଦଶମିକ ୭ ବିଲିୟନ ଆମେରିକୀୟ ଡଲାରର ସମ୍ପତ୍ତି ସହ ଲଗାତାର ଦେଶର ଶହେ ଧନୀ ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛନ୍ତି ଅମ୍ବାନୀ ।
ବିଜେପି ଏହାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାଁ ଘୋଷଣା କରିଛି। ଏଥର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟିରେ ମାନେକା ଗାନ୍ଧି ଓ ବରୁଣ ଗାନ୍ଧିଙ୍କୁ ସାମିଲ କରାଯାଇ ନାହିଁ। କମିଟିରେ ବିନୟ କଟିୟାରଙ୍କୁ ମଧ୍ୟ ସ୍ଥାନ ମିଳିନି।
ଲଖିମପୁର ଖେରି ହିଂସାକାଣ୍ଡ ଘଟଣାକୁ ନେଇ ଆଜି ସୁପ୍ରମିକୋର୍ଟରେ ଶୁଣାଣି ହୋଇଛି। ଘଟଣାରେ ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ଷ୍ଟାଟସ୍ ରିପୋର୍ଟ ମାଗିବା ସହ କାଲି ସୁଦ୍ଧା ରିପୋର୍ଟ ଦାଖଲ କରିବା ଲାଗି କହିଛନ୍ତି।
ରିୟାଠୁ ଆରମ୍ଭ କରି ଆର୍ଯ୍ୟନ୍ ପର୍ଯ୍ୟନ୍ତ ସମସ୍ତଙ୍କୁ ଜେରା କରିଛନ୍ତି ଏହି ୩ ଅଫିସର। ବ୍ଲୁପ୍ରିଣ୍ଟ ପ୍ରସ୍ତୁତଠାରୁ ଗିରଫ କରିବା ପର୍ଯ୍ୟନ୍ତ ସବୁଥିରେ ରହିଛି ଏମାନଙ୍କ ହାତ। ଗିରଫ ପରେ ବି କରୁଛନ୍ତି ଜେରା। ଏବେ ଜାଣନ୍ତୁ ସେହି ୩ ସିଂଘମ ଅଫିସର କିଏ?
ଗଣତନ୍ତ୍ରରେ ନ୍ୟାୟ ଏକ ଅଧିକାର। ନ୍ୟାୟ ପାଇଁ ମୋର ସଂଗ୍ରାମ ଜାରି ରଖିବି। ଗତକାଲି ସମସ୍ତ ପୀଡ଼ିତ ପରିବାରକୁ ଭେଟି ଥିଲି ଓ ସମସ୍ତେ ନ୍ୟାୟ ଦାବି କରିଛନ୍ତି। ନିରପେକ୍ଷ ତଦନ୍ତକୁ ନିଶ୍ଚିତ କରିବା ପାଇଁ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଇସ୍ତଫା ଦେବା ଆବଶ୍ୟକ: ପ୍ରିୟଙ୍କା ଗାନ୍ଧି
ଗତକାଲି ରାତି ପ୍ରାୟ ୯ଟା ସମୟରେ କର୍ଣ୍ଣାଟକର ବେଲଗାଡ଼ିର ବାରାଲା ଅଙ୍କଲଗି ଗ୍ରାମରେ ପ୍ରବଳ ବର୍ଷା ହେତୁ ଗୋଟିଏ ଘର ଭୁଶୁଡ଼ି ପଡ଼ିବାରୁ ଦୁଇ ଶିଶୁଙ୍କ ସମେତ ସାତଜଣଙ୍କର ମୃତ୍ୟୁ ଘଟିଛି।