ବୈଷୟିକ ତ୍ରୁଟିର ସମାଧାନ ପରେ ଅନ୍ୟ ଏକ ଟ୍ୱିଟ୍ କରିଥିଲେ ଫେସବୁକ୍ କର୍ତ୍ତୃପକ୍ଷ । ଗତ କିଛି ଘଣ୍ଟା ଧରି ଫେସବୁକ୍ ସେବା ଯୋଗାଇ ପାରିନଥିଲା, ଏଥିପାଇଁ ଆମେ ଦୁଃଖିତ । ପରିବାର ତଥା ବନ୍ଧୁ ପରିଜନଙ୍କ ସହ ଯୋଗାଯୋଗ କରିବା ପାଇଁ ଆପଣ ସୋସିଆଲ ମିଡ଼ିଆରେ ଉପରେ କେତେ ନିର୍ଭରଶୀଳ ସେ ସର୍ମ୍ପକରେ ଆମେ ଅବଗତ ।
ତେଲ ଦରରେ ଲାଗୁନି ଲଗାମ୍ । ଲଗାତାର କିଛି ଦିନ ହେବ ତେଲ ଦର ବଢିବାରେ ଲାଗିଥିବାବେଳେ ଆଜି ପୁଣି ବଢିଛି ପେଟ୍ରୋଲ ଏବଂ ଡିଜେଲ ଦର । ଯାହା ଫଳରେ ସାଧାରଣ ଲୋକମାନଙ୍କ ଚଳିବା କଷ୍ଟକର ହୋଇପଡୁଛି ।
ତେବେ ୩ ଅଭିଯୁକ୍ତଙ୍କ ପକ୍ଷରୁ ଦାଖଲ ଜାମିନ ଆବେଦନ ଶୁଣାଣିଯୋଗ୍ୟ ନୁହେଁ ବୋଲି କୋର୍ଟ କହିଥିଲେ । ତେଣେ ୭ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଗତକାଲି ଗିରଫ ୧୮ ଜଣଙ୍କ ମଧ୍ୟରୁ ଆର୍ୟନଙ୍କ ସମେତ ୮ ଜଣଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛି ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ
କ୍ରାଇମବ୍ରାଞ୍ଚ୍ ନିକଟରେ ହାଜର ହେବାକୁ ଆଶିଷ ମିଶ୍ରାଙ୍କୁ ନିର୍ଦ୍ଦେଶ । ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ମାମଲାରେ ଆଜି ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ୍ ନିକଟରେ ହାଜର ହେବେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା । ଆଜି ଦିନ ୧୧ଟା ବେଳେ ସେ ପୋଲିସ ନିକଟରେ ହାଜର ହେବେ ବୋଲି ସୂଚନା ମିଳିଛି ।
ବିସ୍ତାରବାଦୀ ଚୀନ୍ ଟାର୍ଗେଟରେ ଭାରତ । ସବୁବେଳେ ନିଜ ଦେଶର ପରିସୀମା ବଢ଼ାଇବା ଚକରରେ ବିସ୍ତାରବାଦୀ ଚୀନର ଟାର୍ଗେଟରେ ଭାରତ । କେଉଁଠି ପାନେ ଖାଉଛି, ତ କେଉଁଠି ଆଲୋଚନାରେ ବସୁଛି । ହେଲେ ବଦଭ୍ୟାସ ଛାଡ଼ି ପାରୁନି ଡ୍ରାଗନ୍ ।
ମୁମ୍ବାଇ କ୍ରୁଜ୍ ପାର୍ଟିରେ ଡ୍ରଗ୍ସ କାରବାର ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ମିଳିଲାନି ଜାମିନ୍। ଜାମିନ ଆବେଦନ ଖାରଜ କଲେ ମୁମ୍ବାଇ କୋର୍ଟ। ତେବେ ଆଜି ପୁଣି ନିରାଶ ହେଲେ ଆର୍ୟନ।
ଚଳିତ ଥରର ନୋବେଲ ଶାନ୍ତି ପୁରସ୍କାର ପାଇବେ ଦୁଇ ଜଣ ସାମ୍ବାଦିକ । ଆମେରିକୀୟ ସାମ୍ବାଦିକ ମାରିଆ ରେସା ଓ ଋ଼ଷିଆର ସାମ୍ବାଦିକ ଦିମିତ୍ରି ମୁରାତୋଭଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଘୋଷଣା କରାଯାଇଛି । ବିଶ୍ୱ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, ବାକ୍ ସ୍ୱାଧିନତା ପାଇଁ କାର୍ଯ୍ୟ କରିଥିବାରୁ ଏହି ସବୋର୍ଚ୍ଚ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯିବ।
ବାୟୁସେନା ପ୍ରତିଷ୍ଠା ଦିବସ ଅବସରରେ ଉତ୍ତରପ୍ରଦେଶ ହିଣ୍ଡନ ଏୟାରବେସ୍ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବାୟୁସେନାର ବିଭିନ୍ନ ବିମାନ ପକ୍ଷରୁ ସାମରିକ କୌଶଳ ପ୍ରଦର୍ଶନ କରାଯିବା ସହ ଲଢୁଆ ବିମାନ ମଧ୍ୟ ପ୍ରଦର୍ଶିତ ହେବ।
ଦୀର୍ଘ ୬୮ ବର୍ଷ ପରେ ପୁଣି TATA ପାଖକୁ ଫେରିଲା ଏୟାର ଇଣ୍ତିଆ ବିମାନ। ଏୟାର ଇଣ୍ଡିଆର ଘରୋଇକରଣକୁ ନେଇ ବଡ ଖବର ଆସିଛି । ଋଣଗ୍ରସ୍ତ ଏୟାର ଇଣ୍ଡିଆ ବିକ୍ରୟ କରିବାକୁ ସରକାରଙ୍କ ଉଦ୍ୟମ ଶେଷରେ ସଫଳ ହେଲା। ଏୟାରଇଣ୍ଡିଆ ବିଡ୍କୁ ହାତେଇଲା TATA । ଏକ ସାମ୍ବାଦିକ ସମ୍ମିଳନୀ କରି ନିବେଶ ଏବଂ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗ (DIPAM) ଏହି ସୂଚନା ଦେଇଛି ।
ଟାଟା ଗ୍ରୁପ୍ସରେ ପୁଣି ଥରେ ଏୟାର୍ ଇଣ୍ଡିଆର ଘରବାହୁଡ଼ା । ଦୀର୍ଘ ୬୮ ବର୍ଷ ପରେ ପୁଣି ଟାଟା ହାତକୁ ଫେରିଛି ଏୟାର୍ ଇଣ୍ଡିଆ । କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆକୁ ବିକିବା ଲାଗି ୨୦୧୭ ମସିହାରେ ସରକାର ପକ୍ଷରୁ ନିଲାମ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ୨୦୨୦ ଡିସେମ୍ବର ସୁଦ୍ଧା ସରକାର ୭ଟି ଏକ୍ସପ୍ରେସନ ଅଫ୍ ଇଣ୍ଟରେଷ୍ଟ ପାଇଥିଲେ । ତେବେ ଟାଟା ସନ୍ସ ଓ ଅଜୟ ସିଂହଙ୍କ ସ୍ପାଇସ ଜେଟ୍ ପକ୍ଷରୁ ବିଡ୍ ଦାଖଲ କରାଯାଇଥିଲା ।
ଇଣ୍ଟରନେଟ୍ ଦୁନିଆରେ ଅନେକ ଡ୍ୟାନ୍ସ ଭିଡିଓ ଦିନକୁ ଦିନ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓଗୁଡିକ ମଧ୍ୟରୁ କିଛି ଦେଖିବା ପରେ ପୂରା ଦିନ ଖୁସି ହୋଇଯାଏ। ଏବେ ଗୋଟିଏ ଆଶ୍ଚର୍ଯ୍ୟଜନକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚା ସୃଷ୍ଟି କରୁଛି। ଏହି ଭିଡିଓ ଦେଖିବା ପରେ, ସମସ୍ତଙ୍କ ମୁହଁରେ ଖୁସି ଆସିବ। ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ଆମେରିକୀୟ ବ୍ୟକ୍ତି ଲଭ୍ରାତ୍ରୀ ଫିଲ୍ମର ଗୀତରେ ଗର୍ବା କରୁଥିବା ଦେଖିବାକୁ ମିଳେ।
ଭାରତ ଏବଂ ନେପାଳ ମଧ୍ୟରେ ରେଳ ଯୋଗାଯୋଗ ପାଇଁ ଏକ ନୂଆ ପ୍ରସ୍ତାବ ଗୃହୀତ ହୋଇଛି। ନିକଟରେ ଭାରତର ରକ୍ସୋଲ ଠାରୁ ନେପାଳର କାଠମାଣ୍ଡୁ ଯାଏଁ ରେଳ ଚଳାଚଳ ନେଇ ଏକ ବୈଠକ ବଅସିଥିଲା। ଯେଉଁଥିରେ ଭାରତ ନେପାଳ ସମ୍ପର୍କକୁ ନେଇ ଆଲୋଚନା କରାଯାଇଥିଲା। ତେବେ ଏହି ପ୍ରକଳ୍ପକୁ ସ୍ୱୀକୃତି ଦିଆଯାଇଛି । ଏହି ପ୍ରକଳ୍ପ ପାଇଁ ୨୩୭ ବିଲିୟନ ଟଙ୍କା ବ୍ୟୟର ପ୍ରସ୍ତାବ ଦିଆଯାଇଛି।
ପୁଣିଥରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବିବାଦୀୟ ଆତ୍ମଘୋଷିତ ଧର୍ମଗୁରୁ ଗୁରମିତ ରାମ ରହିମ । ହରିୟାଣାର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଡେରା ମ୍ୟାନେଜର ରଣଜିତ ସିଂହ ହତ୍ୟା ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।
ମୁମ୍ବାଇ କ୍ରୁଜ୍ ପାର୍ଟିରେ ଡ୍ରଗ୍ସ କାରବାର ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ମିଳିଲାନି ଜାମିନ୍। ଜାମିନ ଆବେଦନ ଖାରଜ କଲେ ମୁମ୍ବାଇ କୋର୍ଟ। ତେବେ ଆଜି ପୁଣି ନିରାଶ ହେଲେ ଆର୍ୟନ।
ଦୀର୍ଘ ୬୮ ବର୍ଷ ପରେ ପୁଣି TATA ପାଖକୁ ଫେରିଲା ଏୟାର ଇଣ୍ତିଆ ବିମାନ। ଏୟାର ଇଣ୍ଡିଆର ଘରୋଇକରଣକୁ ନେଇ ବଡ ଖବର ଆସିଛି । ଋଣଗ୍ରସ୍ତ ଏୟାର ଇଣ୍ଡିଆ ବିକ୍ରୟ କରିବାକୁ ସରକାରଙ୍କ ଉଦ୍ୟମ ଶେଷରେ ସଫଳ ହେଲା। ଏୟାରଇଣ୍ଡିଆ ବିଡ୍କୁ ହାତେଇଲା TATA । ଏକ ସାମ୍ବାଦିକ ସମ୍ମିଳନୀ କରି ନିବେଶ ଏବଂ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗ (DIPAM) ଏହି ସୂଚନା ଦେଇଛି ।
ଚଳିତ ଥରର ନୋବେଲ ଶାନ୍ତି ପୁରସ୍କାର ପାଇବେ ଦୁଇ ଜଣ ସାମ୍ବାଦିକ । ଆମେରିକୀୟ ସାମ୍ବାଦିକ ମାରିଆ ରେସା ଓ ଋ଼ଷିଆର ସାମ୍ବାଦିକ ଦିମିତ୍ରି ମୁରାତୋଭଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଘୋଷଣା କରାଯାଇଛି । ବିଶ୍ୱ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, ବାକ୍ ସ୍ୱାଧିନତା ପାଇଁ କାର୍ଯ୍ୟ କରିଥିବାରୁ ଏହି ସବୋର୍ଚ୍ଚ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯିବ।
ପିଏମ୍ କିଷାନ ସମ୍ମାନନିଧି ଯୋଜନାରେ ଆପଣ ସାମିଲ ଅଛନ୍ତି କି? ଯଦି ହଁ ତେବେ ଆପଣଙ୍କ ପାଇଁ ଏହା ବଡ଼ ଖବର। ଯଦି କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳୁଥିବା ଆର୍ଥିକ ଟଙ୍କା ଯଦି ଆପଣ ପାଇନାହାନ୍ତି ତେବେ ଚିନ୍ତା କରନ୍ତୁ ନାହିଁ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଆପଣ ଟଙ୍କା ପାଇପାରିବେ। କିନ୍ତୁ ଏଠାରେ ସ୍ପଷ୍ଟ କରୁଛୁ କି, କେବଳ ୟୁପି ଚାଷୀମାନେ ଏହାର ଲାଭ ଉଠାଇପାରିବେ।
କୁଆଡେ ଗଲେ ଖେରୀ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା ? ଲଖିମ୍ପୁର ଖେରୀ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଆଜି କ୍ରାଇମ୍ ବ୍ରାଞ୍ଚର ନିକଟରେ ଉପସ୍ଥିତ ହୋଇନାହାଁନ୍ତି । ଯାହା ଏବେ କାହାକୁ ଜଣାନାହିଁ ।
ସରପଂଚଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ। କାରଖାନା ଚାଲୁ କରିବା ଲାଗି ମାଗୁଥିଲେ ଦେଢ ଲକ୍ଷ ଲାଂଚ। ତେବେ ଗୁଜରାଟ୍ର ଦୁର୍ନୀତି ନିବାରଣ ବ୍ୟୁରୋ ଘଟଣାର ପର୍ଦ୍ଦାଫାସ କରିବା ସହ ସରପଂଚକୁ ଗିରଫ କରିଛି। ଯାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି।
ଉତ୍ତରପ୍ରଦେଶ ଲଖିମପୁର ହିଂସା ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଆଉ ଉତ୍ତର ପ୍ରଦେଶ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ରାଜ୍ୟ ସରକାରଙ୍କ ପଦକ୍ଷେପ ଯଥେଷ୍ଟ ନୁହେଁ ବୋଲି ସଫା ସଫା କହିଛନ୍ତି କୋର୍ଟ
ଦିନକୁ ଦିନ ବଢିବାରେ ଲାଗିଛି ଦୁର୍ଘଟଣା। ସ୍ଥିତି ଏମିତି ହେଲାଣି ଯେ, ଦୁର୍ଘଟଣାର ଶିକାର ହୋଇ ରାସ୍ତା ଉପରେ ହିଁ ଅନେକ ଲୋକ ପ୍ରାଣ ହରାଉଛନ୍ତି। ଯାହାକୁ ନେଇ କେନ୍ଦ୍ର ସରକାରଙ୍କର ଚିନ୍ତା ବଢିଛି। ଦୁର୍ଘଟଣାକୁ ଏଡ଼ାଇବା ପାଇଁ କେନ୍ଦ୍ରଠୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଅନେକ ଯୋଜନା କରିଛନ୍ତି ସତ କିନ୍ତୁ କିଛି ଲାଭ ହେଉନାହିଁ।
ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାରର ଇ-ଅକ୍ସନ। ଅଲିମ୍ପିଆନ୍ ନୀରଜ ଚୋପ୍ରାଙ୍କ ଜାଭଲିନ ସର୍ବାଧିକ ଦେଢ କୋଟି। ଲଭଲିନାଙ୍କ ବକ୍ସିଂ ଗ୍ଲୋଭ୍ସକୁ ୯୧ ଲକ୍ଷର ବିଡ୍। ନମାମୀ ଗଂଗେ ମିଶନରେ ବ୍ୟବହୃତହେବ ସମସ୍ତ ଅର୍ଥ
ଏତଲାରେ ଅଛି କେତେ ଜଣଙ୍କ ନାଁ ? ମାମଲାରେ କେଉଁମାନେ ଅଛନ୍ତି ଅଭିଯୁକ୍ତ? ସେମାନଙ୍କୁ ଗିରଫ କରାଗଲାଣି କି ନାହିଁ? କେତେଜଣଙ୍କୁ ଗିରଫ କଲାଣି ପୋଲିସ? ଲଖିମପୁର ଖେରି ହିଂସାକାଣ୍ଡ ମାମଲାର ଶୁଣାଣି କରି, ଏହିସବୁ ଦିଗରୁ ଉତ୍ତରପ୍ରଦେଶ ସରକାରଙ୍କୁ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ । ଆଜି ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ବିଦ୍ୱେଷର ମଞ୍ଜି ବୁଣୁଛି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI । ସୀମା ସେପଟୁ ଆତଙ୍କୀଙ୍କୁ ଅନୁପ୍ରବେଶ କରାଇ, କାଶ୍ମୀରରେ ହିଂସା ସୃଷ୍ଟି ପାଇଁ ଚଳାଇଛି ହୀନ ପ୍ରୟାସ । ଗତ କିଛି ଦିନ ହେଲାଣି ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି । ପୂର୍ବରୁ ସେମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରୁଥିବା ବେଳେ, ଏବେ ସାଧାରଣ ଲୋକଙ୍କୁ ନିଶାନା କରୁଛନ୍ତି
ରାସ୍ତାରେ ଆଉ ଗଡି ପାରିବନି ପୁରୁଣା ଗାଡି। ପୁରୁଣା ଗାଡି ରାସ୍ତାକୁ ଉଠାଇଲେ ଦେବେ ମୋଟା ଅଙ୍କର ଫାଇନ। ୧୫ ବର୍ଷ କିମ୍ବା ତା’ଠାରୁ ପୁରୁଣା ଗାଡି ପାଇଁ ନିୟମ କଡାକଡି କରିଛନ୍ତି ସରକାର। ଯଦି ଆପଣଙ୍କ ପାଖରେ ପୁରୁଣା ଗାଡି ଅଛି, ତେବେ ଆଜିଠାରୁ ହୋଇ ଯାଆନ୍ତୁ ସତର୍କ