ବହୁ ଚର୍ଚ୍ଚିତ ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ମାମଲାରେ ଗିରଫ ହୋଇଛନ୍ତି କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା। ୧୧ ଘଣ୍ଟାକୁ ଉର୍ଦ୍ଧ୍ୱ ସମୟ ଧରି ଏସଆଇଟିର ମାରାଥନ ଜେରା ପରେ ଗତକାଲି ରାତିରେ ଆଶିଷଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ
ଆଶିଷଙ୍କ ଆସିବା ନେଇ ପ୍ରାକ୍ ସୂଚନା ପାଇବା ପୂର୍ବରୁ କ୍ରାଇମବ୍ରାଞ୍ଚ ଅଫିସ୍ ସାମ୍ନାରେ ପୋଲିସ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ହଠାତ୍ ଅଫିସ ସାମ୍ନାରେ ସ୍କୁଟରରେ ଦୁଇଜଣ ଆସିଥିଲେ।
ବିସ୍ତାରବାଦୀ ଚୀନ୍ ଟାର୍ଗେଟରେ ଭାରତ । ସବୁବେଳେ ନିଜ ଦେଶର ପରିସୀମା ବଢ଼ାଇବା ଚକରରେ ବିସ୍ତାରବାଦୀ ଚୀନର ଟାର୍ଗେଟରେ ଭାରତ । କେଉଁଠି ପାନେ ଖାଉଛି, ତ କେଉଁଠି ଆଲୋଚନାରେ ବସୁଛି । ହେଲେ ବଦଭ୍ୟାସ ଛାଡ଼ି ପାରୁନି ଡ୍ରାଗନ୍ । LAC ବିବାଦକୁ ନେଇ ଆସନ୍ତାକାଲି ଭାରତ-ଚୀନ ମଧ୍ୟରେ କମାଣ୍ତର ସ୍ତରୀୟ ବୈଠକ ବସିବ ।
ୟୁପିର ଲଖିନପୁର ଦୁର୍ଘଟଣାକୁ ନେଇ ଉଷ୍ମ ହେବାରେ ଲାଗିଛି ରାଜନୀତି। ଆଉ ଆଜି ସାମ୍ବାଦିକ ସମ୍ମିଳନୀ କରି ୟୁପି ସରକାର ଉପରେ ପ୍ରବଳ ବର୍ଷିଛନ୍ତି ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ। ଆଜି ଘଟଣାରେ ସାମ୍ବାଦିକ ସମ୍ମିଳନୀ କରି ତଦନ୍ତ କେମିତି ଚାଲିଛି? ସରକାର କଣ କରୁଛନ୍ତି ଏବଂ ଘଟଣାରେ ମାଷ୍ଟରମାଇଣ୍ଡ କିଏ ତାହାକୁ ନେଇ ଅନେକ କହିଛନ୍ତି
ଦିନକୁ ଦିନ ଅଧିକ ଜଟିଳ ହେଉଛି ମୁମ୍ବାଇ କ୍ରୁଜ୍ ରେଭ୍ ପାର୍ଟି ମାମଲା । ଡ୍ରଗ୍ସ ମାମଲାକୁ ନେଇ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ପରି ସେଲିବ୍ରିଟି ଓ ହାଇପ୍ରୋଫାଇଲ ବ୍ୟକ୍ତିଙ୍କୁ ଗିରଫ କରି NCB ପୁରା ଦେଶରେ ହଲଚଲ୍ ସୃଷ୍ଟି କରିଥିବା ବେଳେ ଏବେ NCB ଓ ଏହାର ଅଧିକାରୀ ସମୀର ୱାଙ୍ଖଡ଼େଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ମହାରାଷ୍ଟ୍ରର ମନ୍ତ୍ରୀ ନଓ୍ୱାବ ମଲ୍ଲିକ । ଏନେଇ NCB ପକ୍ଷରୁ କଡା ଜବାବ ଦିଆଯାଇଛି ।
ଦୁଇ ଦିନ ପରେ ସମ୍ପୂର୍ଣ୍ଣ ଅନ୍ଧାର ହୋଇଯିବ ରାଜଧାନୀ ଦିଲ୍ଲୀ? ଏକଥା ଆମେ ନୁହେଁ ଖୋଦ୍ ଦିଲ୍ଲୀର ଜଣେ ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଦିଲ୍ଲୀରେ କୋଇଲା ଅଭାବ ଦେଖାଯାଇଛି। ତେଣୁ ଆଗାମୀ ଦୁଇ ଦିନ ମଧ୍ୟରେ ଯଦି ଆବଶ୍ୟକୀୟ କୋଇଲା ନମିଳିଲେ ତେବେ ପରିସ୍ଥିତି ସଙ୍ଗୀନ ହୋଇପାରେ ଅର୍ଥାତ୍ ଦିଲ୍ଲୀରେ ଅନ୍ଧାର ମାଡ଼ିଆସିବ।
ତିନି ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଥିବା ଡେନମାର୍କର ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡ୍ରିକ୍ସନ୍ ଶନିବାର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି ବୈଠକରେ ମେଟେ ମୋଦୀଙ୍କର ବିଦେଶ ନୀତିକୁ ପ୍ରଶଂସା କରିବା ସହ ଦୁଇ ଦେଶ ମଧ୍ୟରେ ସମ୍ପର୍କର ସମୀକ୍ଷା କରିବା ଦିଗରେ ଆଲୋଚନା କରିଥିଲେ ।
କଂଗ୍ରେସ-ତୃଣମୂଳ କଂଗ୍ରେସ ମଧ୍ୟରେ ବଢୁଛି ବିବାଦ। କଂଗ୍ରେସର ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ବୟାନକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା। କଂଗ୍ରେସ ଦଳରେ ଲାଗୁଥିବା କନ୍ଦଳ ପାଇଁ ସେ ସିଧାସଳଖ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସିର ମୁଖ୍ୟ ମମତା ବାନାର୍ଜୀଙ୍କୁ ଦାୟୀ କରିଛନ୍ତି। ଏହାସହ ସେ କହିଛନ୍ତି ନିଜାର ରାଜନୈତିକ ଉଦ୍ଦେଶ୍ୟ ପାଇଁ ମମତା ଏପରି ହୀନ ରାଜନୀତି କରୁଛନ୍ତି।
ବର୍ଷାରେ ଭାସିଲା ହାଇଦ୍ରାବାଦ ସହର । ସଂପୂର୍ଣ୍ଣ ସହର ଜଳମଗ୍ନ ହୋଇ ପଡିଛି । ସହରରେ ୧୦ରୁ ୧୨ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଛି । ସରୁରନଗର ଅଂଚଳରେ ସବୁଠାରୁ ଅଧିକ ୧୩ ସେଣ୍ଟିମିର ବର୍ଷା ରେକର୍ଡ କରାଯାଇଛି । ଗତକାଲି ସଂଧ୍ୟାରୁ ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିଲା ।
ଉତ୍ତରପ୍ରଦେଶ ଲଖିମପୁର ଘଟଣାକୁ ନେଇ ଥମିବାରେ ନା ନେଉନାହିଁ ଚର୍ଚ୍ଚା। କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଲଖିମପୁର ହିଂସା ମାମଲାରେ ଅଭିଯୁକ୍ତ କୁହାଯାଉଛି । ଆଶିଷ ମିଶ୍ରା ଆଜି କ୍ରାଇମବ୍ରାଞ୍ଚ୍ ପାଖରେ ହାଜର ହୋଇଛନ୍ତି, ଯେଉଁଠାରେ ତାଙ୍କୁ ନିରନ୍ତର ପଚରାଉଚରା ମଧ୍ୟ କରାଯାଉଥିବା ସୂଚନା ମିଳିଛି
ଦେଶରେ ଆଜି କମିଛି ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଟ୍ ୧୯,୭୪୦ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨୪୮ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍ ୩,୩୯,୩୫,୩୦୯ରେ ପହଞ୍ଚିଛି ମୋଟ୍ ସଂକ୍ରମଣଙ୍କ ସଂଖ୍ୟା। ସେହିପରି ଭାବରେ ମୃତକଙ୍କ ସଂଖ୍ୟା ୪,୫୦,୩୭୫ରେ ପହଞ୍ଚିଛି।
ଦିନକୁ ଦିନ ଅଧିକ ଘନଉଛି ମୁମ୍ବାଇ କ୍ରୁଜ୍ ରେଭ୍ ପାର୍ଟି ମାମଲା । ଡ୍ରଗ୍ସ ମାମଲାକୁ ନେଇ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ପରି ସେଲିବ୍ରିଟି ଓ ହାଇପ୍ରୋଫାଇଲ ବ୍ୟକ୍ତିଙ୍କୁ ଗିରଫ କରି ଏନସିବି ପୁରା ଦେଶରେ ହଲଚଲ୍ ସୃଷ୍ଟି କରିଥିବା ବେଳେ ଏବେ ଏନସିବି ଓ ଏହାର ଅଧିକାରୀ ସମୀର ୱାଙ୍ଖଡ଼େଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ମହାରାଷ୍ଟ୍ରର ମନ୍ତ୍ରୀ ନଓ୍ୱାବ ମଲ୍ଲିକ
କଥାବାର୍ତ୍ତା ନ କରିବାରୁ ପ୍ରେମିକର ହତ୍ୟା କରିଛନ୍ତି ଯୁବକ । ହତ୍ୟାକାଣ୍ଡ କରି ରାଜସ୍ଥାନର ଝାଲାବାଡ୍ ଜିଲ୍ଲାର ପିଡାୱା ଥାନାରେ ଆତ୍ମସମର୍ପଣ କଲେ ଯୁବକ । ପିଡାୱା ଥାନା ନିକଟାବର୍ତ୍ତୀ ଅଞ୍ଚଳରେ ଥିବା ବାକି ପୁର ଗାଁର ନିବିସୀ ଜୁବେର ଖାନ୍ ନାମକ ଜଣେ ଯୁବକ ନିଜ ଗାଁର ଝିଅ ପୂଜା ମେହେରଙ୍କ ସହ ଏକପାଖିଆ ପ୍ରେମ କରୁଥିଲେ।
ମୁମ୍ବାଇ କ୍ରୁଜରେ ଡ୍ରଗ୍ସ ପାର୍ଟିକୁ ନେଇ ଏନସିବିର ଏକ ଟିମ୍ ବିଭିନ୍ନ ସ୍ଥାନରେ ରେଡ୍ କରିଛି । ଏଥିରେ ଫିଲ୍ମ ପ୍ରଯୋଜକ ଇମତିଆଜ ଖତ୍ରୀଙ୍କ ବାସଭବନ ଓ ତାଙ୍କ ଅଫିସ ଉପରେ ଏନସିବି ଟିମ୍ ରେଡ୍ କରିଛି ।
କ୍ରାଇମବ୍ରାଞ୍ଚ ନିକଟରେ ହାଜର ହୋଇଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା । ବାପାଙ୍କ ସହ କ୍ରାଇମ ବ୍ରାଞ୍ଚରେ ହାଜର ହୋଇଛନ୍ତି ଆଶିଷ ମିଶ୍ରା
ବୈଷୟିକ ତ୍ରୁଟିର ସମାଧାନ ପରେ ଅନ୍ୟ ଏକ ଟ୍ୱିଟ୍ କରିଥିଲେ ଫେସବୁକ୍ କର୍ତ୍ତୃପକ୍ଷ । ଗତ କିଛି ଘଣ୍ଟା ଧରି ଫେସବୁକ୍ ସେବା ଯୋଗାଇ ପାରିନଥିଲା, ଏଥିପାଇଁ ଆମେ ଦୁଃଖିତ । ପରିବାର ତଥା ବନ୍ଧୁ ପରିଜନଙ୍କ ସହ ଯୋଗାଯୋଗ କରିବା ପାଇଁ ଆପଣ ସୋସିଆଲ ମିଡ଼ିଆରେ ଉପରେ କେତେ ନିର୍ଭରଶୀଳ ସେ ସର୍ମ୍ପକରେ ଆମେ ଅବଗତ ।
ତେଲ ଦରରେ ଲାଗୁନି ଲଗାମ୍ । ଲଗାତାର କିଛି ଦିନ ହେବ ତେଲ ଦର ବଢିବାରେ ଲାଗିଥିବାବେଳେ ଆଜି ପୁଣି ବଢିଛି ପେଟ୍ରୋଲ ଏବଂ ଡିଜେଲ ଦର । ଯାହା ଫଳରେ ସାଧାରଣ ଲୋକମାନଙ୍କ ଚଳିବା କଷ୍ଟକର ହୋଇପଡୁଛି ।
ତେବେ ୩ ଅଭିଯୁକ୍ତଙ୍କ ପକ୍ଷରୁ ଦାଖଲ ଜାମିନ ଆବେଦନ ଶୁଣାଣିଯୋଗ୍ୟ ନୁହେଁ ବୋଲି କୋର୍ଟ କହିଥିଲେ । ତେଣେ ୭ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଗତକାଲି ଗିରଫ ୧୮ ଜଣଙ୍କ ମଧ୍ୟରୁ ଆର୍ୟନଙ୍କ ସମେତ ୮ ଜଣଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛି ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ
କ୍ରାଇମବ୍ରାଞ୍ଚ୍ ନିକଟରେ ହାଜର ହେବାକୁ ଆଶିଷ ମିଶ୍ରାଙ୍କୁ ନିର୍ଦ୍ଦେଶ । ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ମାମଲାରେ ଆଜି ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ୍ ନିକଟରେ ହାଜର ହେବେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା । ଆଜି ଦିନ ୧୧ଟା ବେଳେ ସେ ପୋଲିସ ନିକଟରେ ହାଜର ହେବେ ବୋଲି ସୂଚନା ମିଳିଛି ।
ବିସ୍ତାରବାଦୀ ଚୀନ୍ ଟାର୍ଗେଟରେ ଭାରତ । ସବୁବେଳେ ନିଜ ଦେଶର ପରିସୀମା ବଢ଼ାଇବା ଚକରରେ ବିସ୍ତାରବାଦୀ ଚୀନର ଟାର୍ଗେଟରେ ଭାରତ । କେଉଁଠି ପାନେ ଖାଉଛି, ତ କେଉଁଠି ଆଲୋଚନାରେ ବସୁଛି । ହେଲେ ବଦଭ୍ୟାସ ଛାଡ଼ି ପାରୁନି ଡ୍ରାଗନ୍ ।
ମୁମ୍ବାଇ କ୍ରୁଜ୍ ପାର୍ଟିରେ ଡ୍ରଗ୍ସ କାରବାର ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ମିଳିଲାନି ଜାମିନ୍। ଜାମିନ ଆବେଦନ ଖାରଜ କଲେ ମୁମ୍ବାଇ କୋର୍ଟ। ତେବେ ଆଜି ପୁଣି ନିରାଶ ହେଲେ ଆର୍ୟନ।
ଚଳିତ ଥରର ନୋବେଲ ଶାନ୍ତି ପୁରସ୍କାର ପାଇବେ ଦୁଇ ଜଣ ସାମ୍ବାଦିକ । ଆମେରିକୀୟ ସାମ୍ବାଦିକ ମାରିଆ ରେସା ଓ ଋ଼ଷିଆର ସାମ୍ବାଦିକ ଦିମିତ୍ରି ମୁରାତୋଭଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଘୋଷଣା କରାଯାଇଛି । ବିଶ୍ୱ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, ବାକ୍ ସ୍ୱାଧିନତା ପାଇଁ କାର୍ଯ୍ୟ କରିଥିବାରୁ ଏହି ସବୋର୍ଚ୍ଚ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯିବ।
ବାୟୁସେନା ପ୍ରତିଷ୍ଠା ଦିବସ ଅବସରରେ ଉତ୍ତରପ୍ରଦେଶ ହିଣ୍ଡନ ଏୟାରବେସ୍ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବାୟୁସେନାର ବିଭିନ୍ନ ବିମାନ ପକ୍ଷରୁ ସାମରିକ କୌଶଳ ପ୍ରଦର୍ଶନ କରାଯିବା ସହ ଲଢୁଆ ବିମାନ ମଧ୍ୟ ପ୍ରଦର୍ଶିତ ହେବ।
ଦୀର୍ଘ ୬୮ ବର୍ଷ ପରେ ପୁଣି TATA ପାଖକୁ ଫେରିଲା ଏୟାର ଇଣ୍ତିଆ ବିମାନ। ଏୟାର ଇଣ୍ଡିଆର ଘରୋଇକରଣକୁ ନେଇ ବଡ ଖବର ଆସିଛି । ଋଣଗ୍ରସ୍ତ ଏୟାର ଇଣ୍ଡିଆ ବିକ୍ରୟ କରିବାକୁ ସରକାରଙ୍କ ଉଦ୍ୟମ ଶେଷରେ ସଫଳ ହେଲା। ଏୟାରଇଣ୍ଡିଆ ବିଡ୍କୁ ହାତେଇଲା TATA । ଏକ ସାମ୍ବାଦିକ ସମ୍ମିଳନୀ କରି ନିବେଶ ଏବଂ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗ (DIPAM) ଏହି ସୂଚନା ଦେଇଛି ।
ଟାଟା ଗ୍ରୁପ୍ସରେ ପୁଣି ଥରେ ଏୟାର୍ ଇଣ୍ଡିଆର ଘରବାହୁଡ଼ା । ଦୀର୍ଘ ୬୮ ବର୍ଷ ପରେ ପୁଣି ଟାଟା ହାତକୁ ଫେରିଛି ଏୟାର୍ ଇଣ୍ଡିଆ । କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆକୁ ବିକିବା ଲାଗି ୨୦୧୭ ମସିହାରେ ସରକାର ପକ୍ଷରୁ ନିଲାମ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ୨୦୨୦ ଡିସେମ୍ବର ସୁଦ୍ଧା ସରକାର ୭ଟି ଏକ୍ସପ୍ରେସନ ଅଫ୍ ଇଣ୍ଟରେଷ୍ଟ ପାଇଥିଲେ । ତେବେ ଟାଟା ସନ୍ସ ଓ ଅଜୟ ସିଂହଙ୍କ ସ୍ପାଇସ ଜେଟ୍ ପକ୍ଷରୁ ବିଡ୍ ଦାଖଲ କରାଯାଇଥିଲା ।