Advertisment

ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲା; ବିଭିନ୍ନ ସ୍ଥାନରେ ଏନ୍‌ସିବିର ଚଢାଉ

ମୁମ୍ବାଇ କ୍ରୁଜରେ ଡ୍ରଗ୍ସ ପାର୍ଟିକୁ ନେଇ ଏନସିବିର ଏକ ଟିମ୍‌ ବିଭିନ୍ନ ସ୍ଥାନରେ ରେଡ୍ କରିଛି । ଏଥିରେ ଫିଲ୍ମ ପ୍ରଯୋଜକ ଇମତିଆଜ ଖତ୍ରୀଙ୍କ ବାସଭବନ ଓ ତାଙ୍କ ଅଫିସ ଉପରେ ଏନସିବି ଟିମ୍ ରେଡ୍ କରିଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
ncb-raid-continues-in-mumbai-bandra-area-another-drug-peddler-detained

ncb-raid-continues-in-mumbai-bandra-area-another-drug-peddler-detained

ନୂଆଦିଲ୍ଲୀ: ମୁମ୍ବାଇ କ୍ରୁଜରେ ଡ୍ରଗ୍ସ ପାର୍ଟିକୁ ନେଇ ଏନସିବିର ଏକ ଟିମ୍‌ ବିଭିନ୍ନ ସ୍ଥାନରେ ରେଡ୍ କରିଛି । ଏଥିରେ ଫିଲ୍ମ ପ୍ରଯୋଜକ ଇମତିଆଜ ଖତ୍ରୀଙ୍କ ବାସଭବନ ଓ ତାଙ୍କ ଅଫିସ ଉପରେ ଏନସିବି ଟିମ୍ ରେଡ୍ କରିଛି । ଗତକାଲି ଜାମିନ୍ ଖାରଜ ହେବା ପରେ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍‌ରେ ରାତି କାଟିଥିଲେ ଶାହାରୁଖଙ୍କ ପୁଅ ଆର୍ୟନ ଖାନ । ଆର୍ୟନଙ୍କ ସମେତ ବନ୍ଧୁ ଅରବାଜ ସେଠ୍ ମର୍ଚାଣ୍ଟ, ମୁନମୁନ୍ ଧର୍ମେଚାଙ୍କ ଜାମିନ୍ ଆବେଦନକୁ ମୁମ୍ବାଇ ଏସ୍ପ୍ଲାନେଡ ମାଜିଷ୍ଟ୍ରେଟ୍ କୋର୍ଟ ପକ୍ଷରୁ ଖାରଜ କରିଦିଆଯାଇଛି ।

Advertisment

୭ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଗତକାଲି ନାର୍କୋଟିକ୍ କଣ୍ଟ୍ରୋଲ୍ ବୁ୍ୟରୋ ଗିରଫ ୧୮ ଜଣଙ୍କ ମଧ୍ୟରୁ ଆର୍ୟନଙ୍କ ସମେତ ୮ ଜଣଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛି । ଏହି ୮ ଜଣଙ୍କ ମଧ୍ୟରୁ ପୁରୁଷ କଏଦୀଙ୍କୁ ଆର୍ଥର ରୋଡ୍ ଜେଲ୍ ଏବଂ ମହିଳା କଏଦୀଙ୍କୁ ବାଇକୁଲା ଜେଲ୍‌ରେ ରଖାଯାଇଥିବାର ସୂଚନା ମିଳିଛି ।

ସୂଚନାଅନୁସାରେ,ଆଜି ଏନ୍‌ସିବି ଜଣେ ପ୍ରଡ୍ୟୁସର ଓ ଚଳଚିତ୍ର ନିର୍ମାତାଙ୍କ ଘରେ ରେଡ୍ କରିଛି । ଏହାରି ମଧ୍ୟରେ ଜଣେ ଡ୍ରଗ୍ସ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ଗିରଫ ଡ୍ରଗ୍ସ ବ୍ୟବସାୟୀଙ୍କ ମାଧ୍ୟମରେ ଏନ୍‌ସିବି ଅଧିକ ତଥ୍ୟ ଜାଣିପାରିବ ବୋଲି ଆଶା ରଖିଛି। ଏହା ପୂର୍ବରୁ ଆର୍ଯ୍ୟନ୍ ଖାନ୍‌ଙ୍କ ଜାମିନ୍‌ ଆବେଦନକୁ ଖାରଜ କରିଦିଆଯାଇଥିଲା । ଡ୍ରଗ୍ସ ମାମଲାରେ ଅଧିକ ତଥ୍ୟ ସଂଗ୍ରହ କରିବାକୁ ପଡିବ ବୋଲି ଏନ୍‌ସିବି କୋର୍ଟକୁ କହିଛି ।

Advertisment

ସୂଚନା ଅନୁସାରେ, ଅକ୍ଟୋବର ୩ ତାରିଖରେ ଗୋଆ-ବନ୍ଧ କ୍ରୁଜ୍ ଉପରେ କରାଯାଇଥିବା ଚଢାଉରେ ଆର୍ଯ୍ୟନ୍ ଖାନ୍, ମୁମୁନ୍ ଧାମେଚା ଏବଂ ଅରବାଜ୍ ମର୍ଜେଣ୍ଟଙ୍କୁ ଗିରଫ କରାଯାଇଥିଲାବେଳେ ତା’ପର ଦିନ ଅନ୍ୟ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ରିମାଣ୍ଡ ଅବଧି ଶେଷ ହେବା ପରେ ଅଭିଯୁକ୍ତଙ୍କୁ ମୁଖ୍ୟ ମେଟ୍ରୋପୋଲିଟନ୍‌ ମାଜିଷ୍ଟ୍ରେଟ୍ ଏବଂ ଏନ୍‌ ନିର୍ଲିକର ନିକଟରେ ହାଜର କରାଯାଇଥିଲା । ସେଠାରୁ ସେମାନଙ୍କୁ ୧୪ ଦିନ ପାଇଁ ହେପାଜତ୍‌କୁ ପଠାଯାଇଥିଲା ।

Drug Case NCB Drug Peddlers Attack NCB Raiding Team
Advertisment
Advertisment