Advertisment

୨ ଦିନ ପରେ ଅନ୍ଧାର ହୋଇଯିବ ଦିଲ୍ଲୀ !

ଦୁଇ ଦିନ ପରେ ସମ୍ପୂର୍ଣ୍ଣ ଅନ୍ଧାର ହୋଇଯିବ ରାଜଧାନୀ ଦିଲ୍ଲୀ? ଏକଥା ଆମେ ନୁହେଁ ଖୋଦ୍‌ ଦିଲ୍ଲୀର ଜଣେ ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଦିଲ୍ଲୀରେ କୋଇଲା ଅଭାବ ଦେଖାଯାଇଛି। ତେଣୁ ଆଗାମୀ ଦୁଇ ଦିନ ମଧ୍ୟରେ ଯଦି ଆବଶ୍ୟକୀୟ କୋଇଲା ନମିଳିଲେ ତେବେ ପରିସ୍ଥିତି ସଙ୍ଗୀନ ହୋଇପାରେ ଅର୍ଥାତ୍‌ ଦିଲ୍ଲୀରେ ଅନ୍ଧାର ମାଡ଼ିଆସିବ।

author-image
Sarbeswar
undefined

power crisis

ନୂଆଦିଲ୍ଲୀ: ଦୁଇ ଦିନ ପରେ ସମ୍ପୂର୍ଣ୍ଣ ଅନ୍ଧାର ହୋଇଯିବ ରାଜଧାନୀ ଦିଲ୍ଲୀ? ଏକଥା ଆମେ ନୁହେଁ ଖୋଦ୍‌ ଦିଲ୍ଲୀର ଜଣେ ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଦିଲ୍ଲୀରେ କୋଇଲା ଅଭାବ ଦେଖାଯାଇଛି। ତେଣୁ ଆଗାମୀ ଦୁଇ ଦିନ ମଧ୍ୟରେ ଯଦି ଆବଶ୍ୟକୀୟ କୋଇଲା ନମିଳିଲେ ତେବେ ପରିସ୍ଥିତି ସଙ୍ଗୀନ ହୋଇପାରେ ଅର୍ଥାତ୍‌ ଦିଲ୍ଲୀରେ ଅନ୍ଧାର ମାଡ଼ିଆସିବ।

Advertisment

ଦିଲ୍ଲୀର ଶକ୍ତି ମନ୍ତ୍ରୀ ସତ୍ୟେନ୍ଦ୍ର ଜେନ୍‌ କହିଛନ୍ତି ଯେ ପୂର୍ବରୁ ଦିଲ୍ଲୀରେ ଅମ୍ଳଜାନର ସଙ୍କଟ ଦେଖାଦେଇଥିଲା, ଆଉ ଏବେ କୋଇଲା ସଂକଟ ଦେଖାଯାଉଛି। ଯଦି ନିର୍ଦ୍ଧାରିତ ସମୟରେ କୋଇଲା ଯୋଗାଣ ହୋଇନପାରେ ତେବେ ସ୍ଥିତି ଜଟିଳ ହୋଇପାରେ। ସେ ଆହୁରି ମଧ୍ୟ କହିଛନ୍ତି, ଦେଶରେ ଅନେକ ସହରରେ ବିଜୁଳି ଉତ୍ପାଦନ କେନ୍ଦ୍ର ଅଛି। ଯେଉଁମାନେ କୋଇଲାରୁ ହିଁ ବିଦ୍ୟୁତ୍ ଉତ୍ପନ୍ନ କରୁଛନ୍ତି କିନ୍ତୁ ଏବେ କୋଇଲାର ଅଭାବ ଦେଖାଯିବା କାରଣରୁ ସ୍ଥିତି ଏପରି ହୋଇଛି।

ଯେଉଁ ପାୱାର ପ୍ଲାଣ୍ଟରୁ ଦିଲ୍ଲୀକୁ ବିଜୁଳି ଯୋଗାଇ ଦିଆଯାଉଛି, ସମସ୍ତଙ୍କୁ ସର୍ବନିମ୍ନ କୋଇଲା ଷ୍ଟକ୍ ରଖିବାକୁ ପଡିବ, କିନ୍ତୁ ବର୍ତ୍ତମାନ ଏହାକୁ ଗୋଟିଏ ଦିନକୁ ହ୍ରାସ କରାଯାଇଛି। ଏହାସହ ସେ କହିଛନ୍ତି ଯେ ରେଳ ୱାଗନରେ କୋଇଲା ଯଥାଶୀଘ୍ର ପରିବହନ ହେବାର ଦରକାର। ବର୍ତ୍ତମାନ ସମୟରେ ଅନେକ ପ୍ଲାଣ୍ଟଗୁଡିକ ପୂର୍ବରୁ ୩.୪ ଲକ୍ଷ ମେଗାୱାଟ ପରିବର୍ତ୍ତେ କେବଳ ୫୫ ପ୍ରତିଶତ କ୍ଷମତା ଉପରେ ଚାଲିଛି। ତେଣୁ ଦରକାର ହେଉଥିବା ପାୱାର ପ୍ଲାଣ୍ଟ ଗୁଡ଼ିକ ଯୋଗାଣ କରିପାରୁନାହାନ୍ତି।

Advertisment

ମନ୍ତ୍ରୀ କହିଛନ୍ତି ଆମର ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରର କ୍ଷମତା ମଧ୍ୟ ୪୫ ହଜାର ମେଗାୱାଟରୁ ୩୦ ହଜାର ମେଗାୱାଟକୁ ଖସି ଆସିଛି। ବର୍ତ୍ତମାନ ସମୟରେ ଆମେ ୪୫ ହଜାର ମେଗାୱାଟ ଉତ୍ପାଦନ ହେଉ । କେବଳ ଏତିକି ନୁହେଁ ବଂର ସେ କହିଛନ୍ତି ବିଜୁଳି ଦର ଯେତେ ମହଙ୍ଗା ହେଉ ନା କାହିଁକି ଆମେ କିଣିବା ପାଇଁ ପ୍ରସ୍ତତ ଅଛୁ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଜୁଳି ସଟେଜ୍‌କୁ ନେଇ ଆପ୍‌ ସରକାର ରାଜନୀତିର ଗନ୍ଧ ବାରିଛି। ଦଳ କହିଛି, ଜଣେ ବ୍ୟକ୍ତି ଜାଣିଶୁଣି ଏପରି କରୁଛନ୍ତି। ଏପରି ସ୍ଥିତିରେ ରାଜନୀତି କରିବା ଆଦୌ ଠିକ୍‌ ନୁହେଁ। ପୂର୍ବରୁ କରୋନା ପିକ୍‌ ସମୟରେ ମଧ୍ୟ ଦିଲ୍ଲୀବାସୀ ଅକ୍ସିଜେନ୍‌ ପାଇନଥିଲେ ଆଉ ଏବେ ବିଜୁଳି ସଂକଟ କରାଯାଉଛି। ତେଣୁ ଅନୁରୋଧ କରୁଛୁ କି ଜାଣିଶୁଣି ଏପରି କରାନଯାଉ।

ଏହାସହ ଦିଲ୍ଲୀ ମନ୍ତ୍ରୀ ଜେନ କହିଛନ୍ତି ଯେ ବାୱାନାରେ ଆମର ୧୩୦୦ ମେଗାୱାଟ ପ୍ଲାଣ୍ଟ ଅଛି, ଯାହା ଗ୍ୟାସ ଉପରେ ଚାଲିଥାଏ, ଗତକାଲି ସେଠାରେ ଗ୍ୟାସ ଯୋଗାଣ ବନ୍ଦ ହୋଇଯାଇଥିଲା। ଏନେଇ ଦିଲ୍ଲୀ ସରକାର କେନ୍ଦ୍ରକୁ ଚିଠି ଲେଖି ଅବଗତ କରାଇଛନ୍ତି। ଯେହେତୁ କେନ୍ଦ୍ର ସରକାର ଦିଲ୍ଲୀର ଅନେକ ବିଜୁଳି ପ୍ଲାଣ୍ଟକୁ ନିୟନ୍ତ୍ରିତ କରୁଛନ୍ତି ତେଣୁ ଦିଲ୍ଲୀବାସୀ ଯେପରି ବିଜୁଳି ପାଇବାରୁ ବଂଚିତ ନହେବେ ସେଥିପ୍ରତି କେନ୍ଦ୍ର ପଦକ୍ଷେପ ନେବା ଜରୁରୀ। ଆଉ ଯଦି କେନ୍ଦ୍ର କର୍ଣ୍ଣପାତ ନକରେ ତେବେ ସୋମବାରଠାରୁ ଦିଲ୍ଲୀ ଅନ୍ଧାର ହୋଇଯିବ ବୋଲି ମନ୍ତ୍ରୀ କହିଛନ୍ତି।

India Delhi Electricity Supply
Advertisment
Advertisment