/odishatv-khabar/media/post_attachments/uploadimage/library/16_9/16_9_0/IMAGE_1633525023.jpg)
Mumbai Drugs Case
ମୁମ୍ବାଇ : ଦିନକୁ ଦିନ ଅଧିକ ଜଟିଳ ହେଉଛି ମୁମ୍ବାଇ କ୍ରୁଜ୍ ରେଭ୍ ପାର୍ଟି ମାମଲା । ଡ୍ରଗ୍ସ ମାମଲାକୁ ନେଇ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ପରି ସେଲିବ୍ରିଟି ଓ ହାଇପ୍ରୋଫାଇଲ ବ୍ୟକ୍ତିଙ୍କୁ ଗିରଫ କରି NCB ପୁରା ଦେଶରେ ହଲଚଲ୍ ସୃଷ୍ଟି କରିଥିବା ବେଳେ ଏବେ NCB ଓ ଏହାର ଅଧିକାରୀ ସମୀର ୱାଙ୍ଖଡ଼େଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ମହାରାଷ୍ଟ୍ରର ମନ୍ତ୍ରୀ ନଓ୍ୱାବ ମଲ୍ଲିକ। ଏନେଇ NCB ପକ୍ଷରୁ କଡା ଜବାବ ଦିଆଯାଇଛି ।
ମନ୍ତ୍ରୀ ନୱାବ ମଲ୍ଲିକଙ୍କ ଅଭିଯୋଗ ଅନୁଯାୟୀ NCB କ୍ରୁଜ ରେଭ୍ ପାର୍ଟି ମାମଲା ନେଇ ଗିରଫ କରିଥିବା ତିନି ଅଭିଯୁକ୍ତ ତଥା ରିଷଭ ସଚ୍ଚଦେବ, ପ୍ରତୀକ ଗାବା ଓ ଅମିର ଫର୍ଣ୍ଣିଚର ଓ୍ୱାଲାଙ୍କୁ ଛାଡ଼ି ଦେଇଛି । ବିଜେପି ଓ ସମୀର ଓ୍ୱାଙ୍ଖଡ଼େଙ୍କ ମଧ୍ୟରେ କିଛି କଥାବାର୍ତ୍ତା ହୋଇଥିବା ସେ ସନ୍ଦେହ କରିଛନ୍ତି । ମୁମ୍ବାଇ ପୋଲିସର ଆଣ୍ଟି ନାର୍କୋଟିକ୍ସ ସେଲ୍ ଏହାର ତଦନ୍ତ କରିବା ଉଚିତ ବୋଲି ସେ ଦାବି କରିଥିଲେ।
Also Read
ଏନେଇ NCB ପକ୍ଷରୁ ହୋଇଥିବା ପ୍ରେସମିଟରେ NCBର ଡେପୁଟି ଡିଜି ଘନଶ୍ୟାମ ସିଂହ କହିଛନ୍ତି ଯେ ଏହି ରେଡ୍ କୌଣସି ସେଲିବ୍ରିଟି କିମ୍ବା ହାଇପ୍ରୋଫାଇଲ ବ୍ୟକ୍ତିକୁ ଦେଖି ହୋଇନାହିଁ ବରଂ ଏହି ମାମଲାରେ ସମସ୍ତ ବଳିଷ୍ଠ ପ୍ରମାଣ ପାଇବା ପରେ ହିଁ ଏନସିବି ପକ୍ଷରୁ ଚଢାଉ ହୋଇଛି । ଗତ ୬ ମାସ ଧରି NCB ଏହି ଡ୍ରଗ୍ସ ପାର୍ଟି ଉପରେ ନଜର ରଖିଥିଲା । ଅକ୍ଟୋବର ୨ ତାରିଖରେ କ୍ରୁଜ୍ ପାର୍ଟି ଉପରେ ଚଢାଉ କରିଥିଲା NCB। ଏହି ରେଡରେ ୮ ଜଣଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରାଯାଇଥିଲା । NCB ର ପଚରାଉଚରା ପରେ ୬ ଜଣଙ୍କୁ ଛଡ଼ା ଯାଇଥିଲା । NCB ର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।
NCB କୁ ଏକ ନିରପେକ୍ଷ ସଂସ୍ଥା କହିବା ସହ ତଦନ୍ତ ସଂପୂର୍ଣ୍ଣ ନିୟମ ଆଧାରିତ ଥିଲା ବୋଲି ଡିଜି ଘନଶ୍ୟାମ ସିଂହ କହିଛନ୍ତି । NCB ଅନୁଯାୟୀ ଏହି ମାମଲାରେ ୯ ଜଣଙ୍କର ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । କାର୍ଯ୍ୟାନୁଷ୍ଠାନ ବେଳେ ବିଭିନ୍ନ ଧରଣର ଡ୍ରଗ୍ସ ଜବତ କରାଯାଇଥିଲା। ଏବେ NCB ପକ୍ଷରୁ ଶାହାରୁଖଙ୍କ ପୁଅ ଆର୍ୟନଙ୍କ ଡ୍ରାଇଭରଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। NCB ଡିଜି ଘନଶ୍ୟାମ ସିଂହଙ୍କ କହିବା ଅନୁଯାୟୀ ଏହି ମାମଲାରେ ୩ ଜଣଙ୍କୁ ନୁହେଁ ବରଂ ୬ ଜଣଙ୍କୁ ଛଡାଯାଇଛି। ଏହି ୬ ଜଣଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ନ ମିଳିବାରୁ ସେମାନଙ୍କୁ ଛଡାଯାଇଛି। NCB ଉପରେ ଲାଗିଥିବା ଅଭିଯୋଗ ଭିତ୍ତିହୀନ ବୋଲି ଘନଶ୍ୟାମ ସିଂହ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)