/odishatv-khabar/media/post_attachments/uploadimage/library/16_9/16_9_0/IMAGE_1633789618.jpeg)
akhilesh-yadav
ଲକ୍ଷ୍ନୌ: ୟୁପିର ଲଖିନପୁର ଦୁର୍ଘଟଣାକୁ ନେଇ ଉଷ୍ମ ହେବାରେ ଲାଗିଛି ରାଜନୀତି। ଆଉ ଆଜି ସାମ୍ବାଦିକ ସମ୍ମିଳନୀ କରି ୟୁପି ସରକାର ଉପରେ ପ୍ରବଳ ବର୍ଷିଛନ୍ତି ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ। ଆଜି ଘଟଣାରେ ସାମ୍ବାଦିକ ସମ୍ମିଳନୀ କରି ତଦନ୍ତ କେମିତି ଚାଲିଛି? ସରକାର କଣ କରୁଛନ୍ତି ଏବଂ ଘଟଣାରେ ମାଷ୍ଟରମାଇଣ୍ଡ କିଏ ତାହାକୁ ନେଇ ପ୍ରତିକ୍ରିୟା ରଖଛନ୍ତି । ସେ କହିଛନ୍ତି ଯେ, ୟୁପି ସରକାରର ଆଇନକାନୁନ୍ ଜିପ୍ର ଚକାତଳେ ରହିଛି । କେବଳ ଏତିକି ନୁହେଁ ବରଂ ବିଜେପି ସରକାର ଆଇନକାନୁନ୍ରେ ଭେଦଭାବ କରୁଛି ବୋଲି ସେ କହିଛନ୍ତି। ଗାଡ଼ିର ଜିପ୍ ତଳେ ବିଜେପିର ଆଈନକାନୁନ ରହିଛି ବୋଲି ସେ ସିଧାସଳଖ ଅଭିଯୋଗ କରିଛନ୍ତି।
ଏହାସହ ଅଖିଲେଶ କହିଛନ୍ତି, ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। ବର୍ତ୍ତମାନ ସ୍ଥିତି ଯେମିତି ହେଲାଣି ଏବଂ ଯେପରି ଅପରାଧ ବଢୁଛି ତାହାକୁ ଦେଖିଲେ ଆଗାମୀ ନିର୍ବାଚନରେ ସରକାର ପରିବର୍ତ୍ତନ ସୁନିଶ୍ଚିତ ବୋଲି ସେ କହିଛନ୍ତି। କେବଳ ଏତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି,ଯଦି ବିଜେପି ସରକାର ଅପରାଧୀମାନଙ୍କୁ ଜେଲ ପଠାଉନାହାନ୍ତି, ତେବେ ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କାହିଁକି କରୁନାହାନ୍ତି। କ୍ରମାଗତ ଭାବରେ ୟୁପିରେ ଆଇନକାନୁନ୍ ବ୍ୟବସ୍ଥା ସ୍ଥାଣୁ ହେଲାଣି। ଦୋଷୀମାନେ ଦଣ୍ଡ ପାଉନାହାନ୍ତି ଯାହାଦ୍ୱାରା ଅପରାଧୀମାନେ ଅପରାଧ ଘଟାଇବାକୁ ସାହାସ କରୁଛନ୍ତି।
Also Read
ସେପଟେ, ଆଶିଷ୍ ମିଶ୍ରା କ୍ରାଇମବ୍ରାଞ୍ଚର ସମସ୍ତ ପ୍ରଶ୍ନର ଉତ୍ତର ଦେଇପାରିନଥିବା ସୂଚନା ମିଳିଛି। କୁହାଯାଉଛି, ହିଂସା ପୂର୍ବରୁ ଏହାର ପ୍ଲାନ କରାଯାଇଥିଲା। ଏବଂ ଏଥିରେ କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ପୁଅ ସାମିଲ ଥିଲେ ବୋଲି ସେ ଅଭିଯୋଗ ମଧ୍ୟ କରିଛନ୍ତି। ସୂଚନା ଅନୁସାରେ, କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଲଖିମପୁର ହିଂସା ମାମଲାରେ ଅଭିଯୁକ୍ତ କୁହାଯାଉଛି । ଆଶିଷ ମିଶ୍ରା ଆଜି କ୍ରାଇମବ୍ରାଞ୍ଚ୍ ପାଖରେ ହାଜର ହୋଇଛନ୍ତି, ଯେଉଁଠାରେ ତାଙ୍କୁ ନିରନ୍ତର ପଚରାଉଚରା ମଧ୍ୟ କରାଯାଉଥିବା ସୂଚନା ମିଳିଛି। କାର ଚଢାଇ କୃଷକଙ୍କୁ ମାରିଥିବା ପରି ସଙ୍ଗୀନ ମାମଲାରେ ଆଶିଷ ନାମ ରହିଛି। ତାଙ୍କୁ ଗିରଫ କରିବା ପାଇଁ ଦାବୀ ମଧ୍ୟ ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)


/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)