ଝୁଲନ୍ତା ଅବସ୍ଥାରେ ମିଳିଲା ମହିଳା ବ୍ୟାଙ୍କ ଅଧିକାରୀଙ୍କ ମୃତଦେହ। ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆତ୍ମହତ୍ୟା ପାଇଁ ସେ ୨ ଜଣ ପୋଲିସ୍ କର୍ମୀ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଦାୟୀ କରିଛନ୍ତି।
ଅଲବିଦା ପାୱାରଷ୍ଟାର ପୁନିତ ରାଜକୁମାର। ପରିବାର ପ୍ରୀୟଜନ ଓ ହଜାର ହଜାର ସଂଖ୍ୟାରେ ଥିବା ତାଙ୍କ ଫ୍ଯାନଙ୍କ ଉପସ୍ଥିତିରେ ପୁନିତଙ୍କୁ ଦିଆଯାଇଛି ଶେଷ ବିଦାୟ । ବେଙ୍ଗାଳୁରୁର କାନ୍ତିରବା ଷ୍ଟୁଡିଓରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ପୁନିତଙ୍କ ଶେଷକୃତ୍ୟ ହୋଇଛି । ଦେଖନ୍ତୁ ସେହି ସମୟରେ ପୁରା ଚିତ୍ର ।
G20 ସମ୍ମିଳନୀରେ ସାମିଲ ହୋଇ କୋଭିଡ୍ ମହାମାରୀ ବିରୋଧରେ ଏକାଠି ଲଢେଇ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ଏଥିପାଇଁ ଦେଶ ଦେଶ ମଧ୍ୟରେ ଉତ୍ତମ ସମନ୍ୱୟର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।
ଆସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଆଜି ଦିନିକିଆ ଗୋଆ ଗସ୍ତରେ ଯାଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଆଉ ସେଠାରେ ସେ ଦଳ ପାଇଁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି
ଦୀପାବଳୀ ଓ ଧନତେରାସ ପୂର୍ବରୁ କମିଲା ସୁନା ଦର। ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ୪୩,୯୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ୪୭,୯୮୦ ଟଙ୍କା ହୋଇଛି। ଦେଶର ପ୍ରମୁଖ ସହରମାନଙ୍କରେ ମଧ୍ୟ ସୁନା ଦରରେ ଅଳ୍ପ ପରିବର୍ତ୍ତନ ଆସିଛି ।
୨୮ ଦିନ ପରେ ଆଜି ଜେଲ୍ରୁ ବାହାରିଛନ୍ତି କିଙ୍ଗ୍ ଖାନ୍ ଶାହରୁଖଙ୍କ ପୁଅ ଆର୍ୟନ ଖାନ୍। ଆର୍ଥର ରୋଡ୍ ଜେଲ୍ରୁ କଡ଼ା ସୁରକ୍ଷାବଳୟ ଭିତରେ ମନ୍ନତକୁ ଫେରିଛନ୍ତି ଆର୍ୟନ।ଆର୍ୟନ ଜେଲ୍ରୁ ମୁକୁଳିବା ରାସ୍ତା ସଫା ହେବା ପଛରେ ଏହିସବୁ କାରଣ ଥିବା ଜଣାପଡ଼ିଛି।
ଭାରତ ବିରୋଧରେ ପୁଣି ଷଡ଼ଯନ୍ତ୍ର କରୁଛି ଚୀନ୍ ? ହାତରେ ନମାରି ଭାତରେ ମାରିବାକୁ ଚାହୁଁଛି ? ସବୁ ଠିକଠାକ୍ ଥିବା ବେଳେ ହଠାତ୍ କଳା ପଡ଼ିଗଲା ଅରୁଣାଚଳ ପ୍ରଦେଶର କାମେଙ୍ଗ ନଦୀର ଜଳ । ଫଳରେ ନଦୀରେ ଥିବା ହଜାର ହଜାର ମାଛ ମରି ଉପରେ ଭାସୁଛନ୍ତି
ଇଟାଲି ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମାରିଓ ଏବଂ ମୋଦିଙ୍କ ମଧୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ଉଭୟଙ୍କ ମଧ୍ୟରେ ଦୁଇ ଦେଶ ମଧ୍ୟରେ ରହିଥିବା ବନ୍ଧୁତ୍ୱକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଆଲୋଚନା କରିଛନ୍ତି ଦୁଇ ନେତା ।
୨୮ ଦିନ ପରେ ଜେଲ୍ରୁ ବାହାରିଲେ କିଙ୍ଗ୍ ଖାନ୍ ଶାହରୁଖଙ୍କ ପୁଅ ଆର୍ୟନ ଖାନ୍। ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇ ସେ ଜେଲ୍ରେ ଥିଲେ। ବମ୍ବେ ହାଇକୋର୍ଟରୁ ଆର୍ୟନଙ୍କୁ ଜାମିନ ମିଳିଛି।
ଆଉ ଚଳିବ ନାହିଁ ବାବୁଙ୍କ ମନମାନି। ଏଣିତି ସ୍ମାର୍ଟ ୱାଚ୍ ପିନ୍ଧିବେ ସବୁ କର୍ମଚାରୀ। ସରକାର ଆଣିଲେ ନୂଆ ନିୟମ। ଜାଣନ୍ତୁ, କେବେଠୁ ଲାଗୁ ହେବ ଏହି ନୂଆ ନିୟମ
ରୋମ୍ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଇଟାଲି ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘୀଙ୍କୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଦୁଇ ଦେଶ ମଧ୍ୟରେ ରହିଥିବା ବନ୍ଧୁତ୍ୱକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଆଲୋଚନା କରିଛନ୍ତି ଦୁଇ ନେତା ।
ଆଜି ବି ଆର୍ଥର ରୋଡ୍ ଜେଲରେ ରାତି କାଟିବେ ଆର୍ୟନ ଖାନ୍। ଗତକାଲି ହାଇକୋର୍ଟରୁ ବେଲ୍ ପାଇଥିଲେ ବି ଔପଚାରିକତା ପୂରଣ ହୋଇନପାରିବାରୁ, ଆଜି ବି ଜେଲରୁ ତାଙ୍କୁ ମୁକୁଳାଇପାରି ନାହାନ୍ତି ବାପା ଶାହରୁଖ ଓ ତାଙ୍କ ଲିଗାଲ୍ ଟିମ୍
ମାତ୍ର ୮ ବର୍ଷ ବୟସରେ ଲକ୍ଷପତି । ଏହି ବିରଳ ଉପଲବଧି ହାସଲ କରିଛନ୍ତି ଗାଜିଆବାଦର ଜଣେ ତୃତୀୟ ଶ୍ରେଣୀ ଛାତ୍ରୀ ଅଭିଜିତା ଗୁପ୍ତା । ବହି ଲେଖି ଏଥିରୁ ସେ ଏହି ଆୟ କରିପାରିଛନ୍ତି ।
ପ୍ରତି ଶୁକ୍ରବାର ଆର୍ୟନ ଖାନ ଏନସିବି ଅଫିସରେ ହାଜର ହେବେ । ଗ୍ରେଟର ମୁମ୍ୱାଇ ଛାଡି ବାହାରକୁ ଗଲେ ଏନସିବିକୁ ଜଣାଇବେ । ସୋସିଆଲ ମିଡିଆରେ ବି କେସ ସଂପର୍କରେ କିଛି ପ୍ରତିକ୍ରିୟା ରଖିପାରିବେନି।
ଟିଏମ୍ସିରେ ଯୋଗଦେଲେ ଭେଟେରାନ୍ ଟେନିସ ଖେଳାଳି ଲିଆଣ୍ଡର ପେସ୍ । ଅଭିନେତ୍ରୀ ନଫିସା ଅଲ୍ଲୀ, ସାମାଜିକ କର୍ମୀ ମୃଣାଲିନୀ ଦେଶପ୍ରଭୁଙ୍କ ପରେ ଲିଆଣ୍ଡର ପେସ୍ ଟିଏମ୍ସିରେ ଯୋଗଦେଇଛନ୍ତି ।
ମୁମ୍ବାଇ କ୍ରୁଜ୍ ପାର୍ଟିରୁ ଗିରଫ ହୋଇଥିବା ରାଉରକେଲାର ମନୀଷ ରାଜଘରିଆ ଜାମିନ ପାଇବା ପରେ ଓଡ଼ିଶା ଫେରିଛନ୍ତି । ସେ ଓଟିଭିକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ତାଙ୍କୁ ସେଠାରେ ଟ୍ରାପ୍ କରାଯାଇଥିଲା, ଜାଣିଶୁଣି ଫସାଯାଇଥିଲା ।
ପରଲୋକରେ କନ୍ନଡ ସୁପରଷ୍ଟାର ରାଜକୁମାର ପୁନୀତ । ହୃଦଘାତରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳଙ୍କୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା । ଏ ଖବରରେ ମର୍ମହାତ ହୋଇଛନ୍ତି ପୁନୀତଙ୍କ ଅସଂଖ୍ୟ ଫାନ
ବଙ୍ଗ ପରେ ଏବେ ଗୋଆରେ କେନ୍ଦ୍ର ଉପରେ ବର୍ଷିଲେ ଦିଦି। କହିଲେ, ମୁଁ ଏଠାକୁ ମୁଖ୍ୟମନ୍ତ୍ରୀ ହେବାକୁ ଆସିନାହିଁ। କିନ୍ତୁ ଏଠାରେ କେନ୍ଦ୍ରର ଦାଦାଗିରି ଚଳାଇ ଦେବି ନାହିଁ। ପାନାଜୀ ଗସ୍ତରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଅଛନ୍ତି। ଆଉ ସେଠାରେ ସ୍ଥାନୀୟ ଭାଷାରେ ଲୋକଙ୍କୁ ସମ୍ବୋଧନ କରିଥିଲେ। ଆଉ କହିଥିଲେ, ଆପଣମାନଙ୍କ ପାଖକୁ ଆସି ବହୁତ ଖୁସି ଲାଗୁଛି
ଶାହାରୁଖ୍ ଖାନ୍ଙ୍କ ଅଡ଼ୁଆ ବଢିବାରେ ଲାଗିଛି। ଏବେ ବଲିଉଡ଼୍ର ଏହି ଚର୍ଚ୍ଚିତ ଅଭିନେତାଙ୍କ ସହ ଫିଲ୍ମ କରିବାକୁ ଆଗ୍ରହୀ ହେଉନାହାନ୍ତି ହିରୋଇନ୍। ଯାହାକୁ ନେଇ ଚିନ୍ତାରେ ପ୍ରଡ୍ୟୁସର ଓ ଡାଇରେକ୍ଟର। କ୍ରୁଜ୍ରେ ଡ୍ରଗ୍ସ୍ ପାର୍ଟି ମାମଲାରେ ଶାହାରୁଖ ଖାନ୍ଙ୍କ ପୁଅ ଗିରଫ ହୋଇଥିଲେ, ଗତକାଲି ତାଙ୍କର ଜାମିନ ମଧ୍ୟ ହୋଇଛି
ମିଛ କହୁଛନ୍ତି କି ୱାଙ୍ଖେଡ଼୍? ନିଜ ଧର୍ମକୁ ଲୁଚାଉଛନ୍ତି କି? ପୂର୍ବ ପତ୍ନୀଙ୍କ ବାପା ଦେଲେ ଚାଂଚଲ୍ୟକର ବୟାନ। ନୱାବ୍ ମଲ୍ଲିକ କି ଆଣିଥିଲେ ସମାନ ଅଭିଯୋଗ
ଆଜି ଜେଲରୁ ମୁକୁଳି ପାରନ୍ତି ଶାହରୁଖ୍ ଖାନଙ୍କ ପୁଅ ଆର୍ୟ୍ୟନ ଖାନ୍ । ଆର୍ଥର ରୋଡ୍ ଜେଲ୍ ରେ ଗତ ୨୨ ଦିନ ଧରି ଥିବା ଆର୍ୟନଙ୍କୁ ମିଳିଛି ଜାମିନ୍ । ଜେଲ୍ କର୍ତ୍ତୃପକ୍ଷଙ୍କ ପାଖରେ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ପହଞ୍ଚିବା ପରେ ଆଜି ସେ ମୁକୁଳି ପାରନ୍ତି । ତେବେ ଆର୍ୟ୍ୟନଙ୍କୁ ଆଣିବାକୁ ଖୋଦ୍ ଶାହରୁଖଙ୍କ ଯିବା ନେଇ ଚର୍ଚ୍ଚା ହେଉଛି । ଏଥିପାଇଁ ଜେଲ୍ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଅକ୍ଟୋବର ୨: ଗାନ୍ଧି ଜୟନ୍ତୀରେ ମଝି ଦରିଆରେ ଥିବା କର୍ଡେଲିଆ କ୍ରୁଜରେ ଡ୍ରଗ୍ ପାର୍ଟି ହେଉଥିବା ସୂଚନା ପାଇ ରେଡ୍ କଲା ନାର୍କୋଟିକ୍ସ ବ୍ୟୁରୋ। ସେଠାରୁ ଆର୍ୟନଙ୍କ ସମେତ ପ୍ରାୟ ୧୪ ଜଣଙ୍କୁ ଆଣି ଅଟକ ରଖିଲା
କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି ଗାଇଡ୍ଲାଇନ୍ସ ।ଏବେ ବି ଦେଶରେ ସଂକ୍ରମଣ ଲାଗିରହିଥିବାରୁ ସବୁ ଜନଗହଳି ସ୍ଥାନରେ ଯେପରି କୋଭିଡ୍ ନିୟମ କଡ଼ାକଡ଼ି ପାଳନ ହେବ, ସେନେଇ କଡ଼ା ନିର୍ଦ୍ଦେଶ ରହିଛି ଗାଇଡ୍ଲାଇନ୍ସରେ। ତାସହ ଦେଶବ୍ୟାପି ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଂଟ୍ ଏବଂ ଟିକାକରଣକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।
NEET-UG ୨୦୨୧ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଁ NTAକୁ ଅନୁମତି । ଖୁବଶୀଘ୍ର ଘୋଷଣା ହେବ NEET-UG ରେଜଲ୍ଟ । ରେଜଲ୍ଟ ପ୍ରକାଶ ପାଇଁ NTAକୁ ଅନୁମତି ଦେଲେ ସୁପ୍ରିମକୋର୍ଟ ।
ସ୍ୱାଧିନ ଭାରତର ସବୁଠାରୁ ସଫଳ ପ୍ରଧାନମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦି । ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମୋଦିଙ୍କୁ ଭୁୟସୀ ପ୍ରଶଂସା କରିବା ବେଳେ ଅମିତ ଶାହ ଏଭଳି କହିଛନ୍ତି ।