• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାତ୍ର ୮ ବର୍ଷ ବୟସରେ ଲକ୍ଷପତି । ଏହି ବିରଳ ଉପଲବଧି ହାସଲ କରିଛନ୍ତି ଗାଜିଆବାଦର ଜଣେ ତୃତୀୟ ଶ୍ରେଣୀ ଛାତ୍ରୀ ଅଭିଜିତା ଗୁପ୍ତା । ବହି ଲେଖି ଏଥିରୁ ସେ ଏହି ଆୟ କରିପାରିଛନ୍ତି । ତାଙ୍କ ଦ୍ୱାରା ଲିଖିତ ବହି ଦି ଲିଟିଲ୍ ଥିଙ୍ଗ୍‌ସ ନିକଟରେ ପ୍ରକାଶିତ ହୋଇଛି । ଏଥିପାଇଁ ତାଙ୍କୁ ରୟାଲଟି ବାବଦ ୩ ଲକ୍ଷ ଟଙ୍କା ପ୍ରକାଶକଙ୍କ ପକ୍ଷରୁ ମିଳିଛି । ଏହା ତାଙ୍କ ଦ୍ୱାରା ଲିଖିତ ତୃତୀୟ ପୁସ୍ତକ । ଯାହା ପ୍ରକାଶିତ ହୋଇଛି ।

ପୂର୍ବରୁ ତାଙ୍କ ଦ୍ୱାରା ଲିଖିତ Happiness All Around ଗତବର୍ଷ ନଭେମ୍ବରରେ ଏବଂ We Will Surely Sustain ଚଳିତ ବର୍ଷ ଫେବ୍ରୁଆରୀରେ ରିଲିଜ ହୋଇଥିଲା । ଏହି ୩ଟି ଯାକ ବହି ଇନ୍‌ଭିନ୍ସବିଲ୍ ପବ୍ଲିଶର୍ସ ଦ୍ୱାରା ପ୍ରକାଶିତ ହୋଇଥିଲା । ଏହି ବହି ସବୁ ଛୋଟ ଗଳ୍ପ ଏବଂ କବିତା ସଙ୍କଳନ । ଦୁଇଟି ଯାକ ବହିର ପ୍ରାୟ ୯ ହଜାର ୭୦୦ କପି ବିକ୍ରି ହୋଇଛି ।

ବିଶ୍ୱର କନିଷ୍ଠ ଲେଖକ ଭାବେ ସେ ଇଣ୍ଟରନ୍ୟସନାଲ ବୁକ ଅଫ ରେକର୍ଡସରେ ନିଜ ନାମ ଲିପିବଦ୍ଧ କରାଇ ସାରିଛନ୍ତି । ଇଣ୍ଡିଆ ବୁକ ଅଫ ରେକର୍ଡସ ବି ତାଙ୍କୁ ଗଳ୍ପ ଏବଂ କବିତା ଲେଖିବାରେ ସର୍ବକନିଷ୍ଠ ଲେଖକର ମାନ୍ୟତା ଦେଇଛି । ଏସିଆ ବୁକ ଅଫ ରେକର୍ଡସ ମଧ୍ୟ ତାଙ୍କୁ ଗ୍ରାଣ୍ଡମାଷ୍ଟର ଇନ ରାଇଟିଂରେ ସମ୍ମାନୀତ କରିଛି ।