Advertisment

ଆଜି ବି ଜେଲ୍‌ରେ ରାତି କାଟିବେ ଆର୍ୟନ ଖାନ୍‌

ଆଜି ବି ଆର୍ଥର ରୋଡ୍ ଜେଲରେ ରାତି କାଟିବେ ଆର୍ୟନ ଖାନ୍। ଗତକାଲି ହାଇକୋର୍ଟରୁ ବେଲ୍ ପାଇଥିଲେ ବି ଔପଚାରିକତା ପୂରଣ ହୋଇନପାରିବାରୁ, ଆଜି ବି ଜେଲରୁ ତାଙ୍କୁ ମୁକୁଳାଇପାରି ନାହାନ୍ତି ବାପା ଶାହରୁଖ ଓ ତାଙ୍କ ଲିଗାଲ୍ ଟିମ୍

author-image
Sarbeswar
Aryan Khan

Aryan Khan

ମୁମ୍ବାଇ: ଆଜି ବି ଆର୍ଥର ରୋଡ୍ ଜେଲରେ ରାତି କାଟିବେ ଆର୍ୟନ ଖାନ୍। ଗତକାଲି ହାଇକୋର୍ଟରୁ ବେଲ୍ ପାଇଥିଲେ ବି ଔପଚାରିକତା ପୂରଣ ହୋଇନପାରିବାରୁ, ଆଜି ବି ଜେଲରୁ ତାଙ୍କୁ ମୁକୁଳାଇପାରି ନାହାନ୍ତି ବାପା ଶାହରୁଖ ଓ ତାଙ୍କ ଲିଗାଲ୍ ଟିମ୍ । ଏଥିପାଇଁ ଆଜି ଦିନ ତମାମ୍ ଧାଁଦୌଡ଼ ଲାଗିଥିଲେ ବି ସାଢ଼େ ୫ଟା ଭିତରେ ଜେଲରେ ରିଲିଜ ଅର୍ଡର୍ ଦାଖଲ ହୋଇପାରିନଥିଲା। ସେପଟେ ପୂର୍ବରୁ ଜାମିନ ପାଇ ରାଉରକେଲା ଫେରିଥିବା ଅନ୍ୟତମ ଅଭିଯୁକ୍ତ ମନୀଷ ରାଜଘରିଆ । ଓଟିଭି କ୍ୟାମେରା ଆଗରେ ବଖାଣିଛନ୍ତି ଚାଞ୍ଚଲ୍ୟକର କଥା।

Advertisment

ମନ୍ନତ, ସେସନ୍ କୋର୍ଟ ଓ ଆର୍ଥର୍ ରୋଡ୍ ଜେଲରେ ଆଜି ଦେଖିବାକୁ ମିଳିଥିଲା ଉତ୍ସୁକତା, ବ୍ୟଗ୍ରତା, ବ୍ୟସ୍ତତା ଓ ଅତି ଚଳଚଞ୍ଚଳ ପରିବେଶ। କେଉଁଠି ପୁଅ ଅର୍ବାଜକୁ ଜେଲରୁ ବାହାର କରିବାକୁ ବେଲ୍ ଅର୍ଡର୍ ନେଇ ବାପା ଅସଲମ୍ ମର୍ଚ୍ଚାଣ୍ଟଙ୍କ ଧାଁଦୌଡ଼, ତ ଆଉ କେଉଁଠି ଆର୍ୟନ ଖାନଙ୍କୁ ମନ୍ନତ ଫେରାଇ ନେବାକୁ ଚାଲିଥିଲା କସରତ। ହାଇକୋର୍ଟଙ୍କ ସର୍ତ୍ତ ଅନୁସାରେ, ଆର୍ୟନଙ୍କ ପାଇଁ ୧ ଲକ୍ଷ ଟଙ୍କାର ବେଲ୍ ବଣ୍ଡ୍ ସାଇନ୍ କରିବାକୁ ପହଞ୍ଚିଥିଲେ ଅଭିନେତ୍ରୀ ଜୁହି ଚାଓ୍ୱଲା । ହାଇକୋର୍ଟ ଗତକାଲି ଆର୍ୟନ, ଅର୍ବାଜ୍ ଓ ମୁନମୁନ୍ ଧମେଚାଙ୍କୁ ଜାମିନ ଦେଇଥିଲେ ବି, ବିଭିନ୍ନ ଔପଚାରିକତା ପରେ ଯାଇ ସେମାନେ ଜେଲରୁ ବାହାରିବା ସମ୍ଭବ ହୋଇଥିଲା। ତେଣୁ ସେସନକୋର୍ଟରେ ବେଲ୍ ବଣ୍ଡ୍ ସାଇନ୍ କରି, ରିଲିଜ ଅର୍ଡରକୁ ସାଢ଼େ ୫ଟା ଭିତରେ ଆର୍ଥର୍ ରୋଡ୍ ଜେଲ୍ ବେଲ୍ ବକ୍ସରେ ପକାଇବାକୁ ବ୍ୟଗ୍ର ଥିଲେ ସମସ୍ତେ।

ବେଲରେ ବାହାରିଥିଲେ ବି ପ୍ରତି ଶୁକ୍ରବାର ଏନସିବି ଅଫିସରେ ହାଜିରା ଦେବେ ଆର୍ୟନ୍ ଖାନ୍। ଅର୍ବାଜ୍ ଓ ମୁନମୁନ୍‌ଙ୍କ ପାଇଁ ସର୍ତ୍ତ ରହିଛି ଯେ, ସେମାନେ ଏହି ସମାନ ଅପରାଧରେ ଆଉ ସଂଶ୍ଳିଷ୍ଟ ହେବେନାହିଁ । ସହ-ଅଭିଯୁକ୍ତମାନଙ୍କ ସହ କେହି ଯୋଗାଯୋଗ କରିବାକୁ ଚେଷ୍ଟା କରିବେ ନାହିଁ। NDPS କୋର୍ଟଙ୍କ ବିନା ଅନୁମତିରେ ଦେଶ ଛାଡ଼ି ଯାଇପାରିବେ ନାହିଁ। NDPS କୋର୍ଟରେ ପାସପୋର୍ଟ ଦାଖଲ କରିବେ।

Advertisment

ମାମଲାର ଅଗ୍ରଗତି ସଂପର୍କରେ ସୋସିଆଲ୍ ମିଡିଆ କିମ୍ବା ଗଣମାଧ୍ୟମ ଆଗରେ କିଛି ପ୍ରକାଶ କରିବେ ନାହିଁ । ତଦନ୍ତକାରୀ ଅଧିକାରୀଙ୍କୁ ନଜଣାଇ ମୁମ୍ବାଇ ଛାଡ଼ି କୁଆଡ଼େ ଯାଇପାରିବେ ନାହିଁ। ପ୍ରତି ଶୁକ୍ରବାର ଦିନ ୧୧ଟାରୁ ୨ଟା ଭିତରେ NCB ଅଫିସରେ ହାଜିରା ଦେବାକୁ ପଡ଼ିବ । କୌଣସି ଯୁକ୍ତିଯୁକ୍ତ କାରଣ ନଥିଲେ ସମସ୍ତ ତାରିଖରେ କୋର୍ଟରେ ହାଜର ରହିବେ । NCB ଅଫିସରୁ ଡାକରା ଆସିଲେ ଯିବାକୁ ବାଧ୍ୟ । ଏଥିମଧ୍ୟରୁ କୌଣସି ଗୋଟିଏ ସର୍ତ୍ତ ଉଲ୍ଲଂଘନ ହେଲେ NCB ସିଧାସଳଖ ଜାମିନ ଖାରଜ କରିବା ପାଇଁ NDPS କୋର୍ଟରେ ଆବେଦନ କରିପାରିବେ ।

ଏପଟେ ମାମଲାରେ ଗିରଫ ହୋଇ ଜାମିନରେ ମୁକୁଳିଥିବା ଓଡ଼ିଆ ଯୁବକ ମନୀଷ ରାଜଘରିଆ ରାଉରକେଲା ଫେରିବା ପରେ, ଓଟିଭି କ୍ୟାମେରା ଆଗରେ ବଖାଣିଛନ୍ତି ଚାଞ୍ଚଲ୍ୟକର କଥା। କହିଛନ୍ତି, NCB ତାଙ୍କ ପାଖରୁ କୌଣସି ନିଶାଦ୍ରବ୍ୟ ପାଇନଥିଲା । ପୂର୍ବରୁ କ୍ରୁଜର ସୁରକ୍ଷାକର୍ମୀଙ୍କ ସହ ସାମାନ୍ୟ ବଚସା ହୋଇଥିଲା ଏବଂ ସେମାନେ ରାଗ ରଖି NCB ରେଡ୍ ବେଳେ ଆମକୁ ଫସାଇ ଦେଇଥିଲେ।

NCB Aryan Khan
Advertisment
Advertisment