Advertisment

ଜେଲ୍‌ରୁ ବାହାରିଲେ ଶାହରୁଖ ଖାନଙ୍କ ପୁଅ ଆର୍ୟନ

୨୮ ଦିନ ପରେ ଜେଲ୍‌ରୁ ବାହାରିଲେ କିଙ୍ଗ୍‌ ଖାନ୍‌ ଶାହରୁଖଙ୍କ ପୁଅ ଆର୍ୟନ ଖାନ୍‌। ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇ ସେ ଜେଲ୍‌ରେ ଥିଲେ। ବମ୍ବେ ହାଇକୋର୍ଟରୁ ଆର୍ୟନଙ୍କୁ ଜାମିନ ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Aryan Khan

Aryan Khan

ମୁମ୍ବାଇ: ୨୮ ଦିନ ପରେ ଆଜି ଜେଲ୍‌ରୁ ବାହାରିଛନ୍ତି କିଙ୍ଗ୍‌ ଖାନ୍‌ ଶାହରୁଖଙ୍କ ପୁଅ ଆର୍ୟନ ଖାନ୍‌। ଆର୍ଥର ରୋଡ୍ ଜେଲ୍‌ରୁ କଡ଼ା ସୁରକ୍ଷାବଳୟ ଭିତରେ ମନ୍ନତକୁ ଫେରିଛନ୍ତି ଆର୍ୟନ। ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ୟନ ଗିରଫ ହେବାପରେ ଆର୍ଥର ରୋଡ୍‌ ଜେଲ୍‌ରେ ଥିଲେ। ତେବେ ଗୁରୁବାର ବମ୍ବେ ହାଇକୋର୍ଟ ଆର୍ୟନଙ୍କ ଜାମିନ ମଞ୍ଜୁର କରିଥିଲେ। 

Advertisment

ଜେଲ୍‌ରୁ ମୁକୁଳିବା ପ୍ରକ୍ରିୟା ସରିବା ପରେ ଆର୍ୟନଙ୍କୁ ଘରକୁ ନେବା ଲାଗି ଶାହରୁଖଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ରବି ଆଜି ସକାଳେ ଆର୍ଥର ରୋଡ୍‌ ଜେଲ୍‌ରେ ପହଞ୍ଚିଥିଲେ। ଆର୍ୟନ ମନ୍ନତକୁ ଫେରିବା ଖୁସିରେ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ଖୁସିର ମାହୋଲ ଖେଳି ଯାଇଛି। ମନ୍ନତ ଭିତରରେ ଓ ବାହାରେ ସେଲିବ୍ରେସନ୍ ଆରମ୍ଭ ହୋଇଛି। ମନ୍ନତକୁ ବିଭିନ୍ନ ରଙ୍ଗ ବେରଙ୍ଗ ଲାଇଟ୍‌ରେ ସଜା ଯାଇଛି। 

ଆସନ୍ତା ଦୁଇ ତାରିଖରେ ଶାହରୁଖଙ୍କ ଜନ୍ମଦିନ। ତାପୂର୍ବରୁ ଆର୍ୟନ ଜେଲ୍‌ରୁ ଘରକୁ ଫେରିଥିବାରୁ ମନ୍ନତରେ ସେଲିବ୍ରେସନ ଦ୍ୱିଗୁଣିତ ହୋଇଛି। ସେହିଭଳି ମନ୍ନତ ବାହାରେ ଶାହରୁଖଙ୍କ ଫ୍ୟାନ୍ ବାଣ ଫୁଟାଇ ଆର୍ୟନଙ୍କୁ ସ୍ୱାଗତ କରିଛନ୍ତି। ଆର୍ୟନଙ୍କ ସହ ଗିରଫ ହୋଇଥିବା ଅନ୍ୟ ଦୁଇ ଜଣ ଅରବାଜ୍ ମର୍ଚାଣ୍ଟ୍‌ ଓ ମୁନ୍‌ମୁନ୍‌ ଧମେଚା ଆଜି ସଂଧ୍ୟାରେ ଜେଲ୍‌ରୁ ବାହାରିପାରନ୍ତି।

Advertisment

ମୁମ୍ବାଇ କ୍ରୁଜ୍ ଡ୍ରଗସ୍ ପାର୍ଟି ମାମଲାରେ ଗିରଫ ହେବା ପରେ ବମ୍ବେ ହାଇକୋର୍ଟରୁ ଆର୍ୟନ ଖାନ୍‌ଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିଛି। ପ୍ରତି ଶୁକ୍ରବାର ସେ ଏନ୍‌ସିବି କାର୍ଯ୍ୟାଳୟରେ ହାଜର ହେବେ ଓ ବିଦେଶକୁ ଯାଇପାରିବେନି। ଏପରିକି ଗ୍ରେଟର ମୁମ୍ବାଇକୁ ଗଲେ ବି ପୋଲିକ୍‌ ଜଣାଇବେ ଆର୍ୟନ।

ସୂଚନାଥାଉ କି, ଅକ୍ଟୋବର ୨ ତାରିଖ ରାତିରେ ମୁମ୍ବାଇରୁ ଗୋଆ ଯାତ୍ରା କରିବାକୁ ଥିବା କର୍ଡେଲିଆ କ୍ରୁଜ୍ ଏମ୍ପ୍ରେସରେ ରେଭ୍ ପାର୍ଟି ଆୟୋଜନ ହୋଇଥିଲା। ପାର୍ଟିରେ ଡ୍ରଗ୍ସ ସେବନ କରାଯାଉଥିବା ନେଇ ସୂଚନା ମିଳିବା ପରେ ଏନ୍‌ସିବି ଚଢ଼ଉ କରିଥିଲା।  ପାଣି ଜାହାଜ ଭିତରେ ଡ୍ରଗ୍ସ ପାର୍ଟିରେ ବହୁ ବଡ଼ ବ୍ୟବସାୟୀଙ୍କ ଝିଓ ଓ ପୁଅ ବି ସାମିଲ ହୋଇଥିଲେ ସୂଚନା ମିଳିଥିଲା ଏହାପରେ ଏହି ମାମଲାରେ କିଛି ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିଲା ଓ ପରେ ସେମାନଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଶାହରୁଖଙ୍କ ପୁଅ ଆର୍ୟନ ଥିଲେ। 

Aryan Khan Mumbai Rave Party Mumbai Cruise Rave Party SRK Son Aryan Khan Shah Rukh Khan NCB Drugs Case
Advertisment
Advertisment