Advertisment

ହ୍ରାସ ପାଇଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ଦୀପାବଳୀ ଓ ଧନତେରାସ ପୂର୍ବରୁ କମିଲା ସୁନା ଦର।‌ ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ୪୩,୯୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ୪୭,୯୮୦ ଟଙ୍କା ହୋଇଛି। ଦେଶର ପ୍ରମୁଖ ସହରମାନଙ୍କରେ ମଧ୍ୟ ସୁନା ଦରରେ ଅଳ୍ପ ପରିବର୍ତ୍ତନ ଆସିଛି ।

author-image
Pallipuspa Samal
Gold Rate Today

Gold Rate Today

ନୂଆଦିଲ୍ଲୀ: ଦୀପାବଳୀ ଓ ଧନତେରାସ ପୂର୍ବରୁ କମିଲା ସୁନା ଦର।‌ ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ୪୩,୯୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ୪୭,୯୮୦ ଟଙ୍କା ହୋଇଛି। ଦେଶର ପ୍ରମୁଖ ସହରମାନଙ୍କରେ ମଧ୍ୟ ସୁନା ଦରରେ ଅଳ୍ପ ପରିବର୍ତ୍ତନ ଆସିଛି ।

Advertisment

ନୂଆଦିଲ୍ଲୀରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୭,୦୦୦ ଟଙ୍କା ଓ ୫୧,୨୭୦ ଟଙ୍କା ରହିଛି। ସେହିପରି ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୭,୦୫୦ ଟଙ୍କା ଓ ୪୮,୦୫୦ ଟଙ୍କା ଥିବା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୪୪,୯୪୦ ଟଙ୍କା ଓ ୪୯,୩୭୦ ଟଙ୍କା ହୋଇଛି।

Advertisment

ଦେଶର ବିଭିନ୍ନ ପ୍ରମୁଖ ସହରରେ ଭିନ୍ନ ଭିନ୍ନ ସୁନା ଦର ରହିଛି । ପୂର୍ବ ଭାରତର କୋଲକୋତାରେ ସୁନାର ମୂଲ୍ୟ ୨୨ କ୍ୟାରେଟ ମୂଲ୍ୟରେ ୪୭,୩୫୦ ଟଙ୍କା ଓ ୨୪ କ୍ୟାରେଟ ମୂଲ୍ୟ ୫୦,୦୫୦ ଟଙ୍କା ରହିଛି । ସେହିପରି ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୫,୩୦୬ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୯,୪୨୫ ଟଙ୍କା ଥିବା ରେକର୍ଡ ହୋଇଛି । ଏହାଛଡ଼ା ଆଜି ରୁପାର ମୂଲ୍ୟ ମଧ୍ୟ କମ୍ ରହିଛି। ଆଜି ରୁପା କିଲୋଗ୍ରାମ ୬୪,୬୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Gold Rate Today
Advertisment
Advertisment