Advertisment

କେମିତି ଆର୍ୟନଙ୍କ ଜେଲ୍‌ରୁ ମୁକୁଳିବା ରାସ୍ତା ହେଲା ସଫା, ଜାଣନ୍ତୁ ଏହି ୪ କାରଣ...

୨୮ ଦିନ ପରେ ଆଜି ଜେଲ୍‌ରୁ ବାହାରିଛନ୍ତି କିଙ୍ଗ୍‌ ଖାନ୍‌ ଶାହରୁଖଙ୍କ ପୁଅ ଆର୍ୟନ ଖାନ୍‌। ଆର୍ଥର ରୋଡ୍ ଜେଲ୍‌ରୁ କଡ଼ା ସୁରକ୍ଷାବଳୟ ଭିତରେ ମନ୍ନତକୁ ଫେରିଛନ୍ତି ଆର୍ୟନ।ଆର୍ୟନ ଜେଲ୍‌ରୁ ମୁକୁଳିବା ରାସ୍ତା ସଫା ହେବା ପଛରେ ଏହିସବୁ କାରଣ ଥିବା ଜଣାପଡ଼ିଛି।

author-image
Rajalaxmi Sahoo
aryan khan

aryan khan

ମୁମ୍ବାଇ: ୨୮ ଦିନ ପରେ ଆଜି ଜେଲ୍‌ରୁ ବାହାରିଛନ୍ତି କିଙ୍ଗ୍‌ ଖାନ୍‌ ଶାହରୁଖଙ୍କ ପୁଅ ଆର୍ୟନ ଖାନ୍‌। ଆର୍ଥର ରୋଡ୍ ଜେଲ୍‌ରୁ କଡ଼ା ସୁରକ୍ଷାବଳୟ ଭିତରେ ମନ୍ନତକୁ ଫେରିଛନ୍ତି ଆର୍ୟନ। ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ୟନ ଗିରଫ ହେବାପରେ ଆର୍ଥର ରୋଡ୍‌ ଜେଲ୍‌ରେ ଥିଲେ। ଗୁରୁବାର ବମ୍ବେ ହାଇକୋର୍ଟ ଆର୍ୟନଙ୍କ ଜାମିନ ମଞ୍ଜୁର କରିଥିଲେ। ଅରବାଜ୍ ମର୍ଚାଣ୍ଟ୍‌ ଓ ମୁନ୍‌ମୁନ୍‌ ଧମେଚାଙ୍କୁ ମଧ୍ୟ ଜାମିନ ମିଳିଛି। ତେବେ ଆର୍ୟନ ଜେଲ୍‌ରୁ ମୁକୁଳିବା ରାସ୍ତା ସଫା ହେବା ପଛରେ ଏହିସବୁ କାରଣ ଥିବା ଜଣାପଡ଼ିଛି।

Advertisment
  • ଆର୍ୟନଙ୍କ ଓକିଲ ମୁକୁଲ ରୋହତଗି ବମ୍ବେ ହାଇକୋର୍ଟରେ ଆର୍ୟନଙ୍କୁ ମୁକୁଳିବା ଲାଗି ଦମ୍‌ଦାର ଦଲିଲ ଉପସ୍ଥାପନା କରିଥିଲେ। ଆର୍ୟନଙ୍କ ପକ୍ଷରୁ ମୁକୁଲ ରୋହତଗି କହିଥିଲେ, ‘ମୁଁ ଅରବାଜ୍‌ଙ୍କ ସହ ଯାଇଥିଲି ଓ ତାଙ୍କ ପାଖରେ ୬ ଗ୍ରାମ ଡ୍ରଗ୍ସ ଥିଲା। ହେଲେ ଏନ୍‌ସିବି ଷଡ଼ଯନ୍ତ୍ର କରି ଆଉ କିଛି ଯୋଡ଼ିଥିଲା। ଅନ୍ୟ ୫ ଜଣ ଯାହା କରୁଛନ୍ତି, ମୋ ଉପରେ ମଧ୍ୟ ସମାନ ନିୟମ ଲାଗୁ କରାଯାଉଛି। ଜାହାଜରେ ୧୩୦୦ ଲୋକ ଥିଲେ। ମୁଁ ଅରବାଜ୍ ଓ ଅଚିତ୍‌ ଅଭିଯୁକ୍ତ ନଂ ୧୭କୁ ଜାଣିଥିଲି ବୋଲି କିଛି ପ୍ରମାଣ ନାହିଁ। ତେବେ ଡିଲର୍‌ଙ୍କ ପାଖରେ ୨.୬ ଗ୍ରାମ ନୁହେଁ ବରଂ ୨୦୦ ଗ୍ରାମ ଡ୍ରଗ୍ସ ଥିଲା। ହେଲେ ଏନ୍‌ସିବି କହୁଛି, ଏହା ସଂଯୋଗବଶତଃ ନୁହେଁ। ଯଦି ଏହା ସଂଯୋଗବଶତଃ ନୁହେଁ, ତା’ହେଲେ ଏହା ଷଡ଼ଯନ୍ତ୍ର। ସଂଯୋଗବଶତଃ ସହ ଷଡ଼ଯନ୍ତ୍ରର କୌଣସି ଲେଣଦେଣ ନାହିଁ। ଯଦି ଗୋଟିଏ ରୁମ୍‌ରେ ୨ଜଣ ଲୋକ ଭୋଜନ କରୁଛନ୍ତି, ତା’ହେଲେ କ’ଣ ପୁରା ହୋଟେଲ୍‌କୁ ଧରିବେ ?
  • ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ୟନ, ଅରବାଜ୍, ମୁନ୍‌ମୁନ୍‌ଙ୍କୁ ଜାମିନ୍‌ ମିଳିବା ପୂର୍ବରୁ ମନୀଷ ରାଜ୍‌ଗରିୟା ଓ ଅଭିନ ସାହୁଙ୍କୁ କୋର୍ଟ ଜାମିନ୍‌ ପ୍ରଦାନ କରିଥିଲେ। ମନୀଷଙ୍କ ପାଖରେ ଡ୍ରଗ୍ସ ଥିଲା ବୋଲି ଦେଖା ଯାଇଥିଲା। ହେଲେ panchnama କପିରେ ଏହା ସ୍ପଷ୍ଟ ଥିଲା ଯେ, ଡ୍ରଗ୍ସ ମନୀଷଙ୍କ ନିକଟରୁ ମିଳି ନଥିଲା। ସେହିପରି ଅଭିନଙ୍କ ବିରୋଧରେ ୨ ଥର ବ୍ୟାନ୍‌ ହୋଇଥିବା ନିଶାଦ୍ରବ୍ୟ ଖାଇବାର ଅଭିଯୋଗ ହୋଇଥିଲା। ହେଲେ ତାଙ୍କୁ ଜାମିନ ମିଳିଥିଲା। 
  • ଆର୍ୟନ, ଅରବାଜ୍, ମୁନ୍‌ମୁନ୍‌ଙ୍କ ରେକର୍ଡ ବି ଦେଖା ଯାଇଥିଲା। ପୂର୍ବରୁ ଏହି ୩ ଜଣ କୌଣସି ଅପରାଧିକ ମାମଲାରେ ସମ୍ପୃକ୍ତ ନଥିଲେ। ତେଣୁ ଏସବୁ ଘଟଣା ଓ ଅନ୍ୟାନ୍ୟ ଘଟଣାକୁ ଦୃଷ୍ଟିରେ ରଖି କୋର୍ଟ ଏହି ୩ ଜଣଙ୍କୁ ଜାମିନ ପ୍ରଦାନ କରିଥିଲା।
  • ଆର୍ୟନ ଖାନ ଓ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ବମ୍ୱେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଥିଲେ । ଜାମିନ ଆଦେଶରେ ୧୪ ଟି ସର୍ତ୍ତ ରଖିଥିଲେ ହାଇକୋର୍ଟ। ମୁମ୍ୱାଇ ଛାଡି ବାହାରକୁ ଗଲେ ଏନସିବିକୁ ଜଣାଇବେ। ସ୍ୱତନ୍ତ୍ର କୋର୍ଟରେ ପାସପୋର୍ଟ ସରେଣ୍ଡର କରିବେ। ସାକ୍ଷୀଙ୍କୁ ପ୍ରଭାବିତ କି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିବେ ନାହିଁ ଇତ୍ୟାଦି ସର୍ତ୍ତ ସାମିଲ ଅଛି। 
Aryan Khan Mumbai Cruise Rave Party Mumbai Rave Party NCB Drugs Case SRK Son Aryan Khan
Advertisment
Advertisment