• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

jammu-and-kashmir-helicopter-crashes-in-udhampur-district
ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଜମ୍ମୁ-କଶ୍ମୀରର ଉଦ୍ଧମ ପୁର ଜିଲ୍ଲାରେ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଦ୍ଧମପୁର ରେଞ୍ଜର ଡିଆଇଜି ସୁଲେମାନ ଚୌଧୁରୀ ମଙ୍ଗଳବାର ଏ ନେଇ  ସୂଚନା ଦେଇଛନ୍ତି।

Narendra Giri
ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲା : ୬ ଜଣଙ୍କୁ ଗିରଫ କଲା ପୋଲିସ୍

ପ୍ରୟାଗରାଜର ଆଖଡ଼ା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ଗତକାଲି ତାଙ୍କର ଆଶ୍ରମର କୋଠରୀରୁ ମିଳିଥିଲା । ବାଘମ୍ବରୀ ମଠରେ ତାଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ସନ୍ଦେହଜନକ ଅବସ୍ଥାରେ ମହନ୍ତଙ୍କ ମୃତ୍ୟୁ ହେବା ସହ ପୋଲିସ ଏକ ସାତରୁ ଆଠ ପୃଷ୍ଠାର ସୁଇସାଇଡ୍ ନୋଟ୍ ଉଦ୍ଧାର କରିଥିଲା ।

 3 children saved womans life
୫ ଘଣ୍ଟା ଧରି ନଦୀର ପ୍ରଖର ସ୍ରୋତରେ ଭାସୁଥିଲେ ମହିଳା, ଜୀବନକୁ ବାଜି ଲଗାଇ ଉଦ୍ଧାର କଲେ ୩ ପିଲା

ଭଗବାନ ଯାହାକୁ ଘଣ୍ଟ ଘୋଡେଇ ରଖିବେ, ତାକୁ କିଏ ବା ମାରିପାରିବ ?   ଛତିଶଗଡର ମୁଙ୍ଗେଲି ଜିଲ୍ଲାର ଲୋରମୀ ଅଞ୍ଚଳରେ ଏମିତି ଏକ ହୃଦୟସ୍ପର୍ଶୀ ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି।

  • Tuesday, 21 September 2021
kochi
କ୍ଷଣିକେ ବଦଳିଗଲା ଭାଗ୍ୟ ! ରାତାରାତି ୧୨ କୋଟି ଟଙ୍କାର ମାଲିକ ପାଲଟିଗଲେ ଅଟୋ ଡ୍ରାଇଭର୍

କେରଳର କୋଚି ନିକଟ ମାରାଡୁର ବାସିନ୍ଦା ଜୟପାଲାନ୍ । ସେ ତାଙ୍କର ୯୫ ବର୍ଷ ବୟସ୍କା ମା, ପତ୍ନୀ ଏବଂ ଦୁଇ ପିଲାଙ୍କ ସହ ରୁହନ୍ତି । ଏକ ଗରିବ ପରିବାରରେ ତାଙ୍କର ଜନ୍ମ । ଦାନା ମୁଠାଏ ପାଇଁ ପିଲାଦିନୁ ଆଜି ପର୍ଯ୍ୟନ୍ତ କଠିନ ପରିଶ୍ରମ କରୁଛନ୍ତି । ବର୍ତ୍ତମାନ ଅଟୋ ଚଳାଇ ଦୁଃଖକଷ୍ଟରେ ପାଞ୍ଚ ପ୍ରାଣୀ କୁଟୁମ୍ବ ପୋଷୁଥିଲେ

ଭାରତରେ ଲଞ୍ଚ ହେବ ହାଇବ୍ରିଟ୍ ଫ୍ଲାଇଙ୍ଗ କାର୍
ଭାରତରେ ଖୁବ ଶୀଘ୍ର ଲଞ୍ଚ ହେବ ଫ୍ଲାଇଙ୍ଗ କାର୍‌

ଭାରତରେ ଖୁବ ଶୀଘ୍ର ପ୍ରଥମ ଥର ପାଇଁ ଲଞ୍ଚ ହେବ ହାଇବ୍ରିଡ ଫ୍ଲାଇଙ୍ଗ କାର । ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସ୍କିଣ୍ଡିଆ ଏହି ବିଷୟରେ ସୂଚନା ଦେଇଛନ୍ତି । ଏହାସହ ସେ କହିଛନ୍ତି, ଭିନାଟା ଏରୋମୋବିଲିଟିର ଯୁବ ଦଳ ଦ୍ୱାରା ଏସିଆର ପ୍ରଥମ ହାଇବ୍ରିଡ ଫ୍ଲାଇଙ୍ଗ କାର ଯାହାର ମଡେଲ ଦେଖିବାକୁ ଅତ୍ୟନ୍ତ ଆନନ୍ଦଦାୟକ ଅଟେ ।

Mahant Narendra Giri
ସନ୍ଦେହଘେରରେ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ? ରହସ୍ୟ ବଢ଼ାଉଛି ସୁଇସାଇଡ୍ ନୋଟ୍

ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ମହନ୍ତ ଶିଷ୍ୟମାନଙ୍କ ସହ ଅପରାହ୍ନ ୧ଟାରେ ଭୋଜନ କରିଥିଲେ । ତା’ପରେ ପ୍ରତିଦିନ ଭଳି ବିଶ୍ରାମ କରିବା ପାଇଁ ନିଜ କୋଠରୀକୁ ପ୍ରବେଶ କରିଥିଲେ । ତବେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମହନ୍ତ ବାହାରକୁ ନଆସିବାରୁ ଚିନ୍ତିତ ହୋଇପଡ଼ିଥିଲେ ତାଙ୍କ ଶିଷ୍ୟମାନେ । ଶେଷରେ କବାଟ ଭାଙ୍ଗି ମହନ୍ତଙ୍କ କୋଠରୀରେ ପ୍ରବେଶ କରିଥିଲେ ।

High Level meeting with Biden and Modi
ଆମେରିକା ଗସ୍ତରେ ମୋଦି; ୨୪ରେ ବାଇଡେନ୍‌ଙ୍କ ସହ ବୈଠକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି ଆସନ୍ତା ୨୪ ରେ  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ। ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସାକ୍ଷାତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଓ୍ୱାଶିଂଟନରେ ବିଶ୍ୱର ଏହି ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ  ବୋଲି ହ୍ୱାଇଟ ହାଉସ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Sonia Gandhi and Rahul Gandhi
ପଞ୍ଜାବ ପରେ ବଦଳିବ କି ରାଜସ୍ଥାନ ରାଜନୀତି ପାଣିପାଗ ?

ରାଜସ୍ଥାନ ରାଜନୀତରେ ନୂଆ ସମୀକରଣ ସମ୍ଭାବନା ନେଇ ମିଳିଲା ସଙ୍କେତ। କାହିଁକି ବରିଷ୍ଠ ନେତାଙ୍କ ମଧ୍ୟରେ ଚାଲିଛି ଘନଘନ ଆଲୋଚନା ? କ’ଣ ହୋଇପାରେ ଏହାର ଉଦ୍ଦେଶ୍ୟ ?

narendra Giri
ଆଖଡ଼ା ପରିଷଦର ସଭାପତି ନରେନ୍ଦ୍ର ଗିରିଙ୍କ ରହସ୍ୟ ଜନକ ମୃତ୍ୟୁ

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଞ୍ଚଲ୍ୟ । ଆଖଡ଼ା ପରିଷଦର ସଭାପତି ନରେନ୍ଦ୍ର ଗିରିଙ୍କ ରହସ୍ୟ ଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ୟୁପି ପୋଲିସର ସୂଚନା ଅନୁଯାୟୀ, ବାଗମ୍ବରୀ ମଠର ଏକ କୋଠରୀରୁ ମହନ୍ତ ନରେନ୍ଦ୍ର ଗିରିଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ।

  • Monday, 20 September 2021
Rajinder Pal singh Bhatia
ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରାଜିନ୍ଦର୍ ପାଲ୍‌ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଛତିଶଗଡ଼ର ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରାଜିନ୍ଦର୍ ପାଲ୍ ସିଂହ ଭାଟିଆଙ୍କ ମୃତଦେହ ଉଦ୍ଧାର । ତାଙ୍କ ଘରେ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

Neeraj chopra
ଅଭିନୟର ଯାଦୁ ଦେଖାଇଲେ ନୀରଜ ଚୋପ୍ରା,ଆଶ୍ଟର୍ଯ୍ୟ ହେଲେ ଫ୍ୟାନ୍ସ

ଟୋକିଓ ଅଲିମ୍ପିକ୍ସ ୨୦୨୦ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଏବେ ବେସ୍ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏକ ବିଜ୍ଞାପନରେ ନୀରଜଙ୍କ ଅଭିନୟ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଅଲିମ୍ପିଆନ୍ ନୀରଜ ଚୋପ୍ରା ତାଙ୍କର ନୂତନ ବିଜ୍ଞାପନ ଭିଡିଓ (ନୀରଜ ଚୋପ୍ରା ଏଡି) ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ବିଜ୍ଞାପନରେ ନୀରଜ ଅଲଗା ଅଲଗା ଭୂମିକାରେ ଅଭିନୟ କରି ସୁନାର ଦାମ୍ ବିଷୟରେ କହୁଥିବାର ନଜର ଆସିଛନ୍ତି ।

Jawan became God
ଭଗବାନ ସାଜିଲେ ଆର୍‌ପିଏଫ୍ ଯବାନ : ବୃଦ୍ଧଙ୍କୁ କଲେ ସେବା

ବିହାରରେ ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ, ଜଣେ ଆର୍‌ପିଏଫ୍ ଯବାନ (ଆର୍‌ପିଏଫ୍ କନ୍‌ଷ୍ଟେବଲ୍ ଭାଇରାଲ୍ ଭିଡିଓ) ରେଳ ଷ୍ଟେସନ୍‌ରେ ପଡ଼ିଥିବା ଅସହାୟ ତଥା ବୃଦ୍ଧଙ୍କୁ ସେବା କରୁଥିବା ଦେଖାଯାଇଛି। ଆର୍‌ପିଏଫ୍ ଯବାନ ନିଜେ ଏହି ବ୍ୟକ୍ତିଙ୍କୁ ସାବୁନରେ ଗାଧୋଇ ଦେଇଛନ୍ତି ଏବଂ ପରେ ତାଙ୍କୁ ସଫା ସୁତୁରା କରି ଏକ ପୋଷାକ ପିନ୍ଧେଇ ଦେଇଛନ୍ତି। ଏହି ଭିଡିଓରେ ପୋଲିସର ଏକ ଭିନ୍ନ ଭୂମିକା ଦେଖିବାକୁ ମିଳୁଛି।

Charanjit Singh Channi
ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚରଣଜିତ୍‌ ସିଂ ଚନ୍ନୀ

ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ୍‌ ସିଂ ଚନ୍ନୀ ଶପଥ ନେଇଛନ୍ତି। ଆଜି ଚଣ୍ଡୀଗଡ଼ ରାଜଭବନରେ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସେହିପରି ସୁଖଜିନ୍ଦର ସିଂ ରନ୍ଧାୱା ଏବଂ ଓମ୍‌ ପ୍ରକାଶ ସୋନି ମନ୍ତ୍ରୀ ପଦ ପାଇଁ ଶପଥ ପାଠ କରିଛନ୍ତି।

SBI's 'Mega Offer
SBI ର 'ମେଗା ଅଫର', ମାସକୁ ରୋଜଗାର କରନ୍ତୁ ୬୦ ହଜାର ଟଙ୍କା, ଜାଣନ୍ତୁ ସବିଶେଷ ତଥ୍ୟ

ଯଦି ଘରେ ବସି ଆପଣ କୌଣସୀ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆଣିଛୁ ଏକ ଦମ୍‌ଦାର ବିଜନେସ୍ ଆଇଡିଆ । ଏହି ବ୍ୟବସାୟ ଆରମ୍ଭ କରି ଆପଣ ପ୍ରତି ମାସରେ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରିପାରିବେ । ଏମିତି ସୁଯୋଗ ଦେଇଛି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଏସବିଆଇ । ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍‌ର ଫ୍ରାଞ୍ଚାଇଜ୍ ନେଇ ଆପଣ ସହଜରେ ମୋଟା ଅଙ୍କର ଟଙ୍କା ରୋଜଗାର କରିପାରିବେ ।

Kid Invents Unique Machine
ମଲ୍ଟି ଟାସ୍କିଂ ମେସିନ୍ ତିଆରି କଲେ କୁନି ଛାତ୍ରୀ, ୨୨ ପ୍ରକାର କାମ କରିବ ଗୋଟିଏ ମେସିନ୍

ମଧ୍ୟପ୍ରଦେଶର ଦଶମ ଶ୍ରଣୀର ଛାତ୍ରୀ ନବଶ୍ରୀ ଠାକୁର । ନବଶ୍ରୀଙ୍କ ପିତାମାତା ମୂଲ ଲାଗି ପରିବାର ଚଳାନ୍ତି । ଘରର କାମ କରିବା ସହିତ ରୋଜଗାର ପାଇଁ ମଧ୍ୟ ସମୟ ଦିଅନ୍ତି । ମାଆଙ୍କର ପରିଶ୍ରମକୁ ଦେଖନ୍ତି ନବଶ୍ରୀ । ଏନେଇ ଇନସ୍ପାୟାର ଆୱାଡ଼ ଯୋଜନା ପାଇଁ ସେ ଏକ ମଡେଲ ତିଆରି କଲେ ଯାହା ଦ୍ୱାରା ଏକା ସାଙ୍ଗରେ ଅନେକ ଗୁଡିଏ କାମ କରି ହେବ । ଏହି ପ୍ରକଳ୍ପ ନେଇ ନବଶ୍ରୀ ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

Space X | 4 Space Tourists
ଇତିହାସ ରଚିଲା ସ୍ପେସ୍ ଏକ୍ସ, ଅନ୍ତରୀକ୍ଷରୁ ଫେରିଲେ ୪ ସାଧାରଣ ନାଗରିକ

ଇତିହାସ ରଚିଲା ସ୍ପେସ୍ ଏକ୍ସ। ସାଧାରଣ ନାଗରିକଙ୍କୁ ଅନ୍ତରୀକ୍ଷ ପରିକ୍ରମା କରାଇ ପୃଥିବୀ ପୃଷ୍ଠକୁ ପୁଣି ଥରେ ଫେରିଛି ଡ୍ରାଗନ୍ କ୍ୟପସୁଲ୍ସ । ସ୍ପେସ୍ ଏକ୍ସର ଅନ୍ତରୀକ୍ଷ ଜାନ ବହୁତ ଦିନ ଧରି ପୃଥିବିର ପରକ୍ରମା କରିବା ପରେ ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିଛି । ଫ୍ଲୋରିଡା ଉପକୂଳରେ ଆଣ୍ଟଲାଟିକ୍ ମହାସାଗରରେ ଏହା ଅବତରଣ କରିଛି ।

 Arvind Kejriwal
କେଜ୍ରିୱାଲଙ୍କ ବେକାରୀ କାର୍ଡ, ଚାକିରି ନଦେଇ ପାରିଲେ ମାସକୁ ୫ ହଜାର ଦିଆଯିବ

ଆମ୍‌ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ଉତ୍ତରାଖଣ୍ଡ ଗସ୍ତ ରାଜନୀତିକୁ ଆହୁରି ଉଷ୍ମତା ଦେଇଛି । କାରଣ, ଆଜି କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳରେ ବଡ଼ ଘୋଷଣା କରିଛନ୍ତି ।

Charanjeet Singh Channi
ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ

ଚରଣଜିତ ସିଂ ଚନ୍ନୀ ହେବେ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ। କଂଗ୍ରେସ ହାଇକମାଣ୍ଡ ବିଧାୟକଙ୍କ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନେଇଛନ୍ତି। ଏହାର କିଛି ସମୟ ପୂର୍ବରୁ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ସୂଚନା ଦେଇଥିଲେ ଯେ ବିଧାୟକଙ୍କ ସହ ପର୍ଯ୍ୟବେକ୍ଷକଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଚରଣଜିତ ସିଂ ଚନ୍ନୀ ସନ୍ଧ୍ୟା ୬.୩୦ ରେ ରାଜ୍ୟପାଳଙ୍କୁ ଭେଟି ପାରନ୍ତି ନଚେତ ସୋମବାର ସମୟ ମାଗିପାରନ୍ତି।

Sukhjinder Singh Randhawa
ବାଜି ମାରିଲେ ସୁଖଜିନ୍ଦର ସିଂହ ରନ୍ଧାଓ୍ୱା, ଧରିବେ ପଞ୍ଜାବ ଶାସନ ଡୋରି

ବାଜି ମାରିଲେ ସୁଖଜିନ୍ଦର ରନ୍ଧାଓ୍ୱା । ସେ ହୋଇପାରନ୍ତି ପଂଜାବର ନୂଆ ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକରେ ରନ୍ଧାଓ୍ୱାଙ୍କ ନାଁରେ ମୋହର ବାଜିଥିବା ଜଣାପଡ଼ିଛି । ଏହା ପରେ ଅନୁମୋଦନ ପାଇଁ ହାଇକମାଣ୍ଡଙ୍କ ପାଖକୁ ପଠାଯାଇଛି ରନ୍ଧାଓ୍ୱାଙ୍କ ନାଁ ।

covid-vaccination
୧୧ ଦିନରେ ୧୦ କୋଟି ଲୋକଙ୍କ ଟିକାକରଣ

ଦେଶରେ ୧୧ ଦିନରେ ୧୦ କୋଟି ଡୋଜ ଟିକାକରଣ କରାଯାଇଛି । ଦେଶରେ ବର୍ତ୍ତମାନ ତୀବ୍ର ବେଗରେ ଟିକାକରଣ ଚାଲିଛି । ଗତ ଶୁକ୍ରବାର ଦିନ ୨.୫୦ କୋଟି ଲୋକଙ୍କ ଟିକାକରଣ ହୋଇଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୮୦ କୋଟିରୁ ଅଧିକ ଡୋଜ ଟିକା ଦିଆଯାଇଛି ।

Central Government Introduces New Regulations To Make Inter Country Adoptions Easier
ପୋଷ୍ୟ ସନ୍ତାନକୁ ବିଦେଶ ନେବା ସହଜ ହେଲା, ନୂଆ ନିୟମ ଜାରି କଲେ ସରକାର

ଜାରି ହେଲା ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟାରେ ନୂଆ ନିୟମ । ପୌଷ୍ୟ ସନ୍ତାନ ଗ୍ରହଣ କରିଥିବା ଦମ୍ପତିମାନେ ଏବେ ଅତି ସହଜରେ ନିଜ ସନ୍ତାନକୁ ବଦେଶ ନେଇଯାଇପାରିବେ । ଏନେଇ ଶିଶୁ ବିକାଶ ମନ୍ତ୍ରୀଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ହେଗ ଦ୍ୱାରା ପ୍ରମାଣିତ ସମସ୍ତ ଦେଶ ପାଇଁ NOC ଜାରି କରିବାରେ ସକ୍ଷମ ହେବ। ହେଗ୍‌ ହେଉଛି ଏକ ଆର୍ନ୍ତଜାତୀୟ ଚୁକ୍ତି ଯାହାକି ପୋଷ୍ୟ ସନ୍ତାନମାନଙ୍କର ସୁରକ୍ଷା ଏବଂ ସହଯୋଗ ଉପରେ ଧ୍ୟାନ ଦେବ । ପୋଷ୍ୟ ସନ୍ତାନ ଗ୍ରହଣ କ୍ଷେତ୍ରରେ ଭାରତ ମଧ୍ୟ ଏହାର ନିୟମକୁ ସ୍ୱୀକୃତି ପ୍ରଦାନ କରିଛି ।

Mirage-2000 aircraft
୨୪ଟି ପୁରୁଣା ମିରାଜ୍ -୨୦୦ ଯୁଦ୍ଧ ବିମାନ କିଣିବ ଭାରତ, ଏୟାରଷ୍ଟ୍ରାଇକ୍ ଓ କାରଗିଲ ଯୁଦ୍ଧରେ ପାକିସ୍ତାନ ପାଇଁ ଯମ ସାଜିଥିଲା

ମିରାଜ୍‌ ୨୦୦ କିଣିବା ପାଇଁ ଭାରତୀୟ ବାୟୁସେନା IAF ଫ୍ରାନ୍ସ୍ ସହ ଏକ ଚୁକ୍ତିନାମା କରିଛି । ମିରାଜ୍ ୨୦୦୦ ବିମାନର ଜାହାଜକୁ ବଜାୟ ରଖିବା ପାଇଁ ଫ୍ରାନ୍ସ ବାୟୁସେନା ଠାରୁ ପର୍ଯ୍ୟାୟକ୍ରମେ ମିରାଜ୍ ବିମାନ କିଣିବା ପାଇଁ ଭାରତୀୟ ବାୟୁସେନା ମଧ୍ୟରେ ଏକ ଚୁକ୍ତିନାମା କରାଯାଇଛି ।

Punjab Congress crisis
କିଏ ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ? ରେସରେ ନବଜୋତ ସିଂହ ସିଦ୍ଧୁଙ୍କ ସହ ପ୍ରଦେଶ କଂଗ୍ରେସର ୪ ନେତା

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କ୍ୟାପଟେନ ଅମରିନ୍ଦର ସିଂ ବୈଠକରେ ସାମିଲ ହୋଇନଥିଲେ । କଂଗ୍ରେସ ବିଧାୟକ ଦଳ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ହରିଶ ରାଓ୍ୱତ କହିଥିଲେ ଯେ, ସିଏଲପି ମିଟିଂରେ ପାସ ହୋଇଥିବା ଦୁଇଟି ପ୍ରସ୍ତାବ ଦଳୀୟ ହାଇକମାଣ୍ଡଙ୍କ ନିକଟକୁ ପଠାଯାଇଛି ।

Midnapore
ପଶ୍ଚିମବଙ୍ଗରେ ବେହାଲ କଲାଣି ବର୍ଷା, ଗଲାଣି ୭ ଜଣଙ୍କ ଜୀବନ

ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଫଳରେ ପଶ୍ଚିମବଙ୍ଗର ଅନେକ ଅଞ୍ଚଲରେ ପ୍ରବଳ ବନ୍ୟା । ବିଶେଷ କରି ପୂର୍ବ ଓ ପଶ୍ଚିମ ମେଦିନାପୁର ଜିଲ୍ଲାରେ ବନ୍ୟାର ସ୍ଥିତି ଗମ୍ଭୀର ରହିଛି । ଦୁଇ ଜିଲ୍ଲାର ବିସ୍ତୃତ ଅଞ୍ଚଳ ଜଳବନ୍ଦୀ ହୋଇଥିବାରୁ ସେଠରେ ତିନି ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।

  • Saturday, 18 September 2021
Rajnath Singh
ରାମ ଲାଲାର ହେବ ଜଳାଭିଷେକ, ୧୧୫ ଦେଶରୁ ଆସିଲା ଜଳ

ଅଯୋଧ୍ୟାରେ ରାମ ମନ୍ଦିର ର୍ନିମାଣ ପାଇଁ ୧୧୫ ଟି ଦେଶରୁ ଆସିଛି ଜଳ । ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୂଚନା ଦେଇଛନ୍ତି । ଆଜି ଏହି ସୂଚନା ଦେଇ ସେ କହିଛନ୍ତି ଯେ, ରାମ ଲଲ୍ଲାର ଜଳାଭିଷେକ ପାଇଁ ସମସ୍ତ ଦେଶରୁ ଜଳ ଆସିବା ଉଚିତ ।