ରାଜ୍ୟରେ ଏହି ୫ ସ୍ୱାମୀ-ସ୍ତ୍ରୀ କଳି ବେଶ୍ ଚର୍ଚ୍ଚିତ ହୋଇଥିଲା। ଟିଭିଠୁ ସୋସିଆଲ ମିଡ଼ିଆଲ ସବୁଠି ଦେଖିବାକୁ ମିଳିଥିଲା ଏହିମାନଙ୍କ ଆରୋପ-ପ୍ରତ୍ୟାରୋପର କଥା..ଦେଖନ୍ତୁ ଏହି ଭିଡ଼ିଓ…
ଭୋଜି ଖାଇ ଫେରିବା ବେଳେ ବିଳମ୍ବିତ ରାତିରେ ଟ୍ରକ୍ ପଛରେ ଏକ କାର୍ ଧକ୍କା ଦେବାରୁ ୪ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଛି ।
ଏବେ ଭାରତୀୟ ରାଜନୀତିରେ ଅନେକ ମହିଳାଙ୍କ ଯୋଗଦାନ ଦେଖିବାକୁ ମିଳେ। ଅନେକ ମଧ୍ୟ ବଡ ବଡ ପଦବୀରେ ଥିବା ପ୍ରମାଣ ରହିଛି। କିନ୍ତୁ ଆପଣ ଜାଣନ୍ତି କି ଭାରତରେ କିଏ ହୋଇଥିଲେ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ। ଆସନ୍ତୁ ଜାଣିବା ତାଙ୍କ ସଂଗ୍ରାମୀ ଜୀବନୀ ବିଷୟରେ।
ଦିନେ ଏଠି କଅଁଳୁ ନଥିଲା ଘାସ। ବନ୍ଧ୍ୟା ପାହାଡ ଭାବେ ଲୋକଙ୍କ ପାଖରେ ଥିଲା ତା’ର ପରିଚୟ। ଜଣେ ବ୍ୟକ୍ତିଙ୍କ ଛୁଆଁରେ ଏବେ ସବୁଜୀମାରେ ପରିପୂର୍ଣ୍ଣ ଏହି ଜାଗା। ଏଠାରେ ଏବେ ୩୦୦ ଲକ୍ଷରୁ ଅଧିକ ଗଛ ରହିଛି।
ଜନସାଧାରଣ ସବୁ ନିୟମ ପାଳନ କରି ସେମାନଙ୍କର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରନ୍ତୁ ବୋଲି ଉପସ୍ଥିତ ବିଶିଷ୍ଟ ବକ୍ତାମାନେ ମତପୋଷଣ କରିଥିଲେ।
'ମୋ ଭୋଟ୍ ମୋ ଅଧିକାର' ତଥା କୋଭିଡ ସମୟରେ ଉପଯୁକ୍ତ ବ୍ୟବହାର ଓ ଟୀକାକରଣ କାର୍ଯ୍ୟକ୍ରମକୁ ନେଇ କର୍ମଶାଳା । ସଚେଚନତାର କର୍ମଶାଳାର ପ୍ରଥମ ଦିନ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁଝର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧିନସ୍ଥ କ୍ଷେତ୍ର ଜନ ସଂପର୍କ କାର୍ଯ୍ୟାଳୟରେ ଛାତ୍ରଛାତ୍ରୀ,SHG ଗୋଷ୍ଠିର ମାଆ ମାନଙ୍କୁ ନେଇ କର୍ମଶାଳା ଅନୁଷ୍ଠିତ ।
୧୬ ରୁ ୨୪ ମଧ୍ୟରେ ଅଫଲାଇନ ପରୀକ୍ଷା ପାଇଁ ନୋଟିସ୍ ଜାରି କରିଛନ୍ତି।
କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅଧିନ ରଢ଼ିଗୁମା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଲାଗିଛି ମାଓ ବ୍ୟାନର । ସିପିଆଇ ମାଓବାଦୀ ବାଘୁନା ଡିଭିଜନାଲ କମିଟି ପକ୍ଷରୁ ଏହି ବ୍ୟାନର ଲାଗିବା ସହ ଭୋଟ ବର୍ଜନ କରିବାକୁ ଆହ୍ୱାନ ଦିଆଯାଇଛି । ମାଓ ବ୍ୟାନର ଦେଖି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ରାଷ୍ଟ୍ରପତିଙ୍କ ରାମନାଥ କୋବିନ୍ଦଙ୍କ ପୁରୀ ଗସ୍ତ ପାଇଁ ପୁରୀ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ଏନେଇ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବୈଠକ କରାଯାଇ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ କିପରି ଶୃଙ୍ଖଳିତ କରାଯିବ ସେନେଇ ସମସ୍ତ ଅଦିକାରୀଙ୍କ ସହ ଆଲୋଚନା ହୋଇଛି ।
ସଡ଼କ ଦୁର୍ଘଟଣାରେ ୨ ମୃତ । ବାଲେଶ୍ୱର ଖନ୍ତାପଡ଼ା ଥାନା ଦାଣ୍ଡକାଳି ମନ୍ଦିର ନିକଟରେ ହୋଇଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଆମ୍ପୁଲାନ୍ସ ସହ ଟ୍ରେଲର ଧକ୍କା ଫଳରେ ଦୁର୍ଘଟଣା ହୋଇଥିବା ଜଣାପଡିଛି ।
ଓଡ଼ିଶା ପାଇଁ ୫ଟି ରେଳ ପ୍ରକଳ୍ପ ମଞ୍ଜୁର କରାଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଭାଗିତାରେ ଏହି ପ୍ରକଳ୍ପର କ୍ରିୟାନ୍ୱୟନ ହେବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।
ବୈଜ୍ଞାନିକଙ୍କ ବଡ଼ ଖୁଲାସା। ଆଗାମୀ ଦିନରେ ଆକାଶରେ ଆଉ ଦେଖାଯିବନି ତାରା...କେବଳ ଏହି କାରଣକୁ କରାଯାଇଛି ଦାୟୀ। ଜାଣନ୍ତୁ କେବେଠୁ ଓ କାହିଁକି ଏମିତି ଘଟଣା ଘଟିବା ନେଇ ଆଶଙ୍କା କଲେ ଗବେଷକ
ହିନ୍ଦିରେ ଫିଲ୍ମଟିଏ ଅଛି। ଯାହାର ନାଁ- ପତି ପତ୍ନୀ ଔର୍ ୱ। ଏବେ ଓଡ଼ିଶାର ଦୁଇଜଣ ଚର୍ଚ୍ଚିତ ଅଭିନେତା ଅଭିନେତ୍ରୀଙ୍କ ବାସ୍ତବ ଜୀବନରେ ମଧ୍ୟ ଏହା ଦେଖିବାକୁ ମିଳିଛି। ବିଜେଡିର କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବୈବାହିକ କଳିରେ ଜଣେ ତୃତୀୟ ବ୍ଯକ୍ତି ସାମ୍ନାକୁ ଆସିଛନ୍ତି। ସେ ହେଲେ ଦିଲ୍ଲୀର ଜଣେ ଯୁବତୀ। ଯାହାଙ୍କ ନାଁରେ ବର୍ଷା ଗତକାଲି ମାମହାନି ଅଭିଯୋଗ ଆଣି ଥାନାରେ ପହଞ୍ଚିଛନ୍ତି।
ଜୋତା ପଲିସ୍ କଲେ କାର୍ତ୍ତିକ ରାଓଙ୍କର ପରିବାର ଚଳେ। ସେ ଭୂମିହୀନ, ବାସ ହୀନ, ଅର୍ଥହୀନ। ସରକାରଙ୍କ ପାଖକୁ ଦୌଡ଼ି ଦୌଡ଼ି ସେ ନୟାନ୍ତ ହୋଇଛନ୍ତି। ବହୁବାର ପ୍ରତାରଣାର ଶିକାର ହୋଇଛନ୍ତି। ଖାସ୍ ସେଇ ରାଗରେ ନିର୍ବାଚନ ଲଢ଼ୁଛନ୍ତି କାର୍ତ୍ତିକ ରାଓ।
ନିର୍ବାଚନ ପାଇଁ ବାଡ଼ି ପଟ କାଦୁଅ ନାଳ ପାର ହୋଇ ଉଭା ହେଲେ ନେତା। ହେଲେ ଭୋଟର କହୁଛନ୍ତି ମୋ ହାତରେ କାଦୁଅ ଲାଗିଛି, ତୁମ ପୁସିଂ କାର୍ଡ଼ ନେବିନି...ମାରିଦେଲୁରେ ନାରଣ, ଏ ତ କାର୍ଡ ନେଉନାହାନ୍ତି ଭୋଟ ଦେବେ ତ?
କାମ କରିବାର ଧାରା ଭୁଲ ଥିଲେ ରାଗ ଲାଗିବ। ରାଗିକି କଣ କେତେବେଳେ କହିଦେଇଥିବି କିନ୍ତୁ ମାଡ଼ କଥା ପୂରା ମିଛ। ୩୨ ବର୍ଷ ଚାକିରି ସମୟରେ ଲିମିଟ୍ କ୍ରସ କରିନି ବୋଲି ଖୋଲାକଥା କହିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ
ଏମାନେ ସବୁ ଖାଇଦେବେ....ମାତ୍ର ୧୩ କିମି ରାସ୍ତା ପାଇଁ ଖର୍ଚ୍ଚ ହୋଇଛି ୭ କୋଟି ଟଙ୍କା। ହେଲେ ସାତ ଦିନ ହୋଇନି ରାସ୍ତାରୁ ଉଠିଗଲାଣି ଗୋଡ଼ି, ଦେଖନ୍ତୁ କେତେ ଭଲ ତିଆରି ହୋଇଛି ପିଚୁ ରାସ୍ତା
ମୋବାଇଲ ସଜାଡ଼ିବାକୁ ଦୋକାନୀକୁ ଦେଇଥିଲେ ମୋବାଇଲ କିନ୍ତୁ ବ୍ୟାଙ୍କ ଆକାଉଣ୍ଟରୁ ଉଡ଼ିଗଲା ଅପରେସନ୍ ପାଇଁ ରଖିଥିବା ଟଙ୍କା, ଦେଖନ୍ତୁ କେମିତି ଏହା ସମ୍ଭବ ହେଲା?
ଯିଏ ଦିନେ ପରିବାର ଚଳାଉଥିଲେ, ସେ ନିଜେ ଚଳିବା କଷ୍ଟକର ହୋଇପଡ଼ିଛି। ଦୁର୍ଘଟଣାରେ ଗୋଡ ହରାଇ ଖଟିଆ ଉପରେ ପଡ଼ି ଚିକିତ୍ସା ପାଇଁ ସାହାଯ୍ୟ ମାଗୁଛନ୍ତି ଚାଣ୍ଡାଳ...ସହାୟତା ମିଳିଲେ ଲାଗିପାରନ୍ତି କୁତ୍ରିମ ଗୋଡ଼
କେତେବେଳେ ନକଲି ତେଲ, ଘିଅ ତ ଆଉ କେତେବେଳେ ନକଲି ଗୁଟଖା, ନକଲି ସସ, ନକଲି ଲଙ୍କାଗୁଣ୍ଡ ଆଦି କେତେ କଣ ପରେ ଏବେ ଦେଖିବାକୁ ମିଳିଛି ନକଲି ମଶାଧୂପ ।
ଭିଜିଲାନ୍ସ ଜାଲରେ ରାଜ୍ୟ ସରକାରଙ୍କ ଆଉ ଜଣେ କୁବେର ବାବୁ। ଭିଜିଲାନ୍ସ ସୁନ୍ଦରଗଡ଼ ADM ବିଶ୍ୱଜିତ୍ ମହାପାତ୍ରଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି।
ଆପଣଙ୍କ ଅନେକ ସମୟରେ ଆମ୍ଲେଟ୍ ତିଆରି କରିଥିବେ। କିନ୍ତୁ ଅଣ୍ଡା ଫଟେଇବା ବେଳେ ଏଥିରେ କେବେ କୁକୁଡା ଛୁଆ ବାହରିଛି କି? କିନ୍ତୁ ଏବେ ଭାଇରାଲ୍ ହେଉଥିବା ଏହି ଭିଡିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଟ୍ରେନ୍ରେ ଯାତ୍ରା କରିବା ବେଳେ ଆପଣ ନିଶ୍ଚିତ ଦେଖିଥିବେ ଯେ ହଳଦିଆ ରଙ୍ଗର ବୋର୍ଡରେ କଳା ରଙ୍ଗରେ ଷ୍ଟେସନର ନାମ ଲେଖାଯାଇଥିବା। ହେଲେ ଏହାର କାରଣ ଜାଣିଛନ୍ତି କି? ତେବେ ଆସନ୍ତୁ ଏ ବିଷୟରେ ଜାଣିନେବା।
ଆଗକୁ ଯାଉଛନ୍ତି ଭାରତୀୟ ନାରୀ। ସେମାନଙ୍କ ମଧ୍ୟରୁ ଜଣେ ହେଲେ ବ୍ୟାଡ୍ମିଣ୍ଟନ୍ ଖେଳାଳି ତସ୍ନିମ୍ ମିର୍। କିଏ ଏହି ତସ୍ନିମ୍। ତାଙ୍କୁ ନେଇ ଆଜିକାଲି କାହିଁକି ଚର୍ଚ୍ଚା, ଆସନ୍ତୁ ଜାଣିବା…
ପ୍ରଥମ ପର୍ଯ୍ୟାୟ ଭୋଟ ସରିବାର ୧୦ ଦିନ ପରେ ହେବ ଗଣତି। ସେଦୃଷ୍ଟିରୁ ଭୋଟ ବାକ୍ସର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।