Advertisment

କୁବେର ବାବୁଙ୍କ ପୁଳାପୁଳା ସମ୍ପତ୍ତି, ଜାଣିଲେ ଉଡ଼ିଯିବ ହୋସ୍‌

ଭିଜିଲାନ୍ସ ଜାଲରେ ରାଜ୍ୟ ସରକାରଙ୍କ ଆଉ ଜଣେ କୁବେର ବାବୁ। ଭିଜିଲାନ୍ସ ସୁନ୍ଦରଗଡ଼ ADM ବିଶ୍ୱଜିତ୍‌ ମହାପାତ୍ରଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Sundargarh ADM Under Vigilance Scanner

Sundargarh ADM Under Vigilance Scanner

ଭିଜିଲାନ୍ସ ଜାଲରେ ରାଜ୍ୟ ସରକାରଙ୍କ ଆଉ ଜଣେ କୁବେର ବାବୁ। ଭିଜିଲାନ୍ସ ସୁନ୍ଦରଗଡ଼ ADM ବିଶ୍ୱଜିତ୍‌ ମହାପାତ୍ରଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି। ଆଜି ତାଙ୍କୁ ସୁନ୍ଦରଗଡରେ ଜେରା କରାଯିବ। ଆଉ ମାତ୍ର ଦିନ କେଇଟା ପରେ ସେ ଚାକିରିରୁ ଅବସର ନେଇଥାନ୍ତେ। ହେଲେ ତା’ପୂର୍ବରୁ ସେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି।

Advertisment

ଭୁବନେଶ୍ୱର ଉପକଣ୍ଠ ନହରକଣ୍ଟାରେ ୮୯ ଲକ୍ଷ ଟଙ୍କାର ବିଲ୍ଡିଂ ସହ ରସୁଲଗଡ ସମେତ ଅନ୍ୟାନ୍ୟ ସ୍ଥାନରେ ସମ୍ପତ୍ତି ଠାବ ହୋଇଛି। ଭୁବନେଶ୍ୱର ନହରକଣ୍ଟା ଓ ଖୋର୍ଦ୍ଧା ଜଟଣୀ, ଜଗତସିଂହପୁରରେ ମୋଟ ୧୦ଟି ପ୍ଲଟ୍‌ ଠାବ କରିଛି ଭିଜିଲାନ୍ସ। ୨ କୋଟି ଟଙ୍କାର ଫିକ୍ସ ଡିପୋଜିଟ, ସେଭିଂସ୍‌ ଆକାଉଣ୍ଟ ଓ ଇନ୍‌ସ୍ୟୁରାନ୍ସ ଦସ୍ତାବିଜ୍ ମିଳିଛି। ୩୫୦ ଗ୍ରାମର ସୁନା ଗହଣା ମିଳିଛି।

ଏତଦ୍‌ବ୍ୟତୀତ ବିଶ୍ୱଜିତ୍‌ଙ୍କ ପତ୍ନୀଙ୍କ ନାଁରେ ନହରକଣ୍ଟାରେ ସିମେଣ୍ଟ ବିଜିନେସ୍ ଅଛି। ତାଙ୍କ ସିମେଣ୍ଟ ଗୋଦାମରେ କେତେ ଟଙ୍କାର ସିମେଣ୍ଟ ଅଛି, ତାହାର ହିସାବ କରାଯାଇଛି। ସୁନ୍ଦରଗଡ ଅଫିସ, ସରକାରୀ ବାସଭବନ, ରାଜଗାଙ୍ଗପୁର ଓସିଏଲ୍ କ୍ୟାମ୍ପସରେ ଥିବା ବିଶ୍ୱଜିତ୍‌ଙ୍କ ସମ୍ପର୍କୀୟଙ୍କ ଘର, ଭୁବନେଶ୍ୱର ବାଲିଅନ୍ତା ନିକଟ ରୁଦ୍ରପୁରରେ ଥିବା ଘର, ନୟାପଲ୍ଲୀରେ ଥିବା ଫ୍ଲାଟ୍ ସହ ଜଗତସିଂହପୁର ରଘୁନାଥପୁରରେ ଥିବା ପୈତୃକ ଘର, ମଣିଜଙ୍ଗରେ ଥିବା ସମ୍ପର୍କୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି। 

Advertisment

ADM ବିଶ୍ୱଜିତ୍‌ ମହାପାତ୍ରଙ୍କ ନାଁରେ ଦୁର୍ନୀତି ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ସେ MCL କ୍ଲେମ୍ କମିଶନ୍ ଦାୟିତ୍ୱରେ ଥିବାବେଳେ MCL ବିସ୍ଥାପିତଙ୍କ କ୍ଷତିପୂରଣ ପ୍ରଦାନରେ ବ୍ୟାପକ ଅନିୟମିତତା କରିଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ସମ୍ପର୍କରେ କୋର୍ଟରେ ଜବାବ ରଖିବେ ବୋଲି ବିଶ୍ୱଜିତ୍ କହିଛନ୍ତି।

Vigilance Raid Sundargarh ADM
Advertisment
Advertisment