/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644645365.jpg)
Two lives were lost in a road accident
ସଡ଼କ ଦୁର୍ଘଟଣାରେ ୨ ମୃତ । ବାଲେଶ୍ୱର ଖନ୍ତାପଡ଼ା ଥାନା ଦାଣ୍ଡକାଳି ମନ୍ଦିର ନିକଟରେ ହୋଇଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଆମ୍ପୁଲାନ୍ସ ସହ ଟ୍ରେଲର ଧକ୍କା ଫଳରେ ଦୁର୍ଘଟଣା ହୋଇଥିବା ଜଣାପଡିଛି ।
ସୂଚନା ଅନୁସାରେ, ରୋଗୀଙ୍କୁ ଛାଡି କଟକରୁ ବାଲେଶ୍ୱର ଫେରୁଥିବା ସମୟରେ ଖନ୍ତାପଡ଼ା ଥାନା ଦାଣ୍ଡକାଳି ମନ୍ଦିର ନିକଟରେ ଏକ ଆମ୍ପୁଲାନ୍ସ ଟ୍ରେଲର ସହ ଧକ୍କା ହୋଇଥିଲା । ଠିକ୍ ସେହି ସମୟରେ ଡିଭାଇଡର ଡେଇଁ ଏକ ଟ୍ରକ୍ ସାମ୍ନାକୁ ଚାଲିଆସିଥିଲା ଫଳରେ ବୀପରିତ ଦିଗରୁ ଆସୁଥିବା ଟ୍ରକ୍ଟି ଧକ୍କା ଦେଇଥିଲା । ଏହା ଦ୍ୱାରା ଆମ୍ବୁଲାନ୍ସରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଟ୍ରକ୍ ଡ୍ରାଇଭର ଜଣକ ଆହତ ହୋଇଛନ୍ତି ।
ସେହିପରି ଗତ ୨୨ ତାରିଖରେ, ଦୁଇ ଦୁଇଟି ଦୁର୍ଘଟଣା ଘଟିଥିଲା । ଅବେଳରେ ଲିଭି ଯାଇଥିଲା ୧୧ଟି ଜୀବନ ଦୀପ । ବାଲେଶ୍ୱର ସୋରରେ ଏକ ଯାତ୍ରୀବାହୀ ବସ୍କୁ ପଛରୁ ଟ୍ରକ ଧକ୍କା ଦେବାରୁ ୬ଜଣଙ୍କ ଜୀବନ ଯାଇଥିଲା । ଦୁର୍ଘଟଣା ଏତେ ଶକ୍ତିଶାଳୀ ଥିଲା ଯେ, ଉଭୟ ବସ୍ ଓ ଟ୍ରକ୍ ଓଲଟି ପଡ଼ିଥିଲା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିଲେ । ସେମିତି ସୋନପୁରରେ ଏକ ବରଯାତ୍ରୀ ଗା଼ଡ଼ି ମହାନଦୀ ପୋଲ ଉପରେ ଟ୍ରକ୍ ସହ ପିଟି ହେବାରୁ ୫ଜଣଙ୍କ ଜୀବନ ଯାଇଥିଲା । ଅତ୍ୟନ୍ତ ଶୋକାକୁଳ ପରିବେଶରେ ଗୋଟିଏ ଶ୍ମଶାନ ଘାଟରେ ଏହି ଦୁର୍ଘଟଣାର ମୃତକ ମାନଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)