Advertisment

ଓଡ଼ିଶା ପାଇଁ ୫ ରେଳ ପ୍ରକଳ୍ପକୁ ମିଳିଲା ମଞ୍ଜୁର

ଓଡ଼ିଶା ପାଇଁ ୫ଟି ରେଳ ପ୍ରକଳ୍ପ ମଞ୍ଜୁର କରାଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଭାଗିତାରେ ଏହି ପ୍ରକଳ୍ପର କ୍ରିୟାନ୍ୱୟନ ହେବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।

author-image
Rajalaxmi Sahoo
Railway Projects For Odisha

Railway Projects For Odisha

ଓଡ଼ିଶା ପାଇଁ ୫ଟି ରେଳ ପ୍ରକଳ୍ପ ମଞ୍ଜୁର କରାଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଭାଗିତାରେ ଏହି ପ୍ରକଳ୍ପର କ୍ରିୟାନ୍ୱୟନ ହେବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ରେଲ୍ ଇନଫ୍ରାଷ୍ଟ୍ରକଚର୍‌ ଡେଭେଲପମେଣ୍ଟ ଲିମିଟେଡ୍ ଏବଂ ରେଳ ମନ୍ତ୍ରାଳୟ ମିଳିତ ଭାବେ ଏହି ପ୍ରକଳ୍ପ କରିବେ।

Advertisment

ଏନେଇ ଟ୍ରେନ୍ ଚଳାଚଳ ସମ୍ପର୍କିତ ଅନୁଧ୍ୟାନ ଓ ଆର୍ଥିକ ମଞ୍ଜୁର ସରିବା ପରେ ହିଁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ବୋଲି ରେଳମନ୍ତ୍ରୀ କହିଛନ୍ତି। ଏହି ପ୍ରକଳ୍ପ ଗୁଡ଼ିକ ହେଲା ୨୭୦ କିଲୋମିଟର ଲମ୍ବର ଗୋପାଳପୁର-ରେଢ଼ାଖୋଲ, ୬୯.୫୪ କିଲୋମିଟର ଲମ୍ବର ନରାଜ ମାର୍ଥାପୁର-କାଇପଦର ଭାୟା ଭୁବନେଶ୍ୱର ନୂଆ ଲାଇନ୍, ୧୭.୫ କିଲୋମିଟର ଲମ୍ବର ବାଂଶପାଣି-ବଡ଼ବିଲ ନୂଆ ଲାଇନ୍, ୧୪୨ କିଲୋମିଟର ଲମ୍ବର ବରଗଡ଼-ନୂଆପଡ଼ା ନୂଆ ଲାଇନ୍‌ ଏବଂ ୫୫ କିମି ଲମ୍ବର ବୁଡ଼ାମରା-ଚକୁଳିଆ ନୂଆଅା ଲାଇନ୍।

ଏସବୁ ପ୍ରକଳ୍ପ ମଧ୍ୟରୁ ଗୋପାଳପୁର-ରେଢ଼ାଖୋଲ ନୂଆ ଲାଇନର ଡିପିଆର ପ୍ରସ୍ତୁତ ହୋଇସାରିଛି। ଏହି ଲାଇନ୍‌ଟି ସମ୍ବଲପୁରର ଶିଳ୍ପାଞ୍ଚଳକୁ ଗୋପାଳପୁର ବନ୍ଦର ସହ ଯୋଡ଼ିବ ବୋଲି କେନ୍ଦ୍ର ରେଳ ମନ୍ତ୍ରୀ କହିଛନ୍ତି। ଏହାସହ ଫୁଲବାଣୀକୁ ରେଳ ସଂଯୋଗ କରିପାରିବ। 

Advertisment
Railway Projects
Advertisment
Advertisment