• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଫୁଲବାଣୀ ସଦର ଥାନା ଲାହାବାଡ଼ି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଭୋଜି ଖାଇ ଫେରିବା ବେଳେ ବିଳମ୍ବିତ ରାତିରେ ଟ୍ରକ୍ ପଛରେ ଏକ କାର୍ ଧକ୍କା ଦେବାରୁ ୪ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ଜଣଙ୍କ ମଧ୍ୟରୁ ୨ ଶିଶୁ ରହିଛନ୍ତି । ସେପଟେ ଗୁରୁତର ୫ ଜଣଙ୍କୁ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଛି ।

 

ମିଳିଥିବା ଖବର ଅନୁସାରେ ଗୋଟିଏ ମାରୁତି ଓମିନି କାରରେ ବିଶିପଡାର ୮ଜଣ ତାଳପଡ଼l ଗ୍ରାମରେ ଜଣେ ବନ୍ଧୁଙ୍କ ଘରେ ଆୟୋଜିତ ଜନ୍ମ ଦିନ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ । ଆଉ ସେଠାରୁ ଫେରୁଥିବା ସମୟରେ ଲାହାବାଡ଼ି ନିକଟରେ ଠିଆ ହୋଇଥିବା ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା ମାରୁତି ଭ୍ୟାନ । ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଆହତ ଥିବାବେଳେ ଜଣେ ସାମାନ୍ୟ ଆହତ ହୋଇଛନ୍ତି  ।

ସମସ୍ତଙ୍କୁ ପ୍ରଥମେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଆଣି ସେଠାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ମୃତକଙ୍କ ମଧ୍ୟରେ ଦୁଇ ଭାଇ ଭଉଣୀ ରହିଛନ୍ତି ଯାହାଙ୍କର ନାମ ରୋଜାଲିନ ଦିଗାଲ, ଭଗିଆ ଦିଗାଲ ଅନ୍ୟ ଦୁଇ ଜଣଙ୍କ ନାମ ଦୀପ୍ତି ରଞ୍ଜନ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ମିଶ୍ର ।