Advertisment

ବ୍ୟାଡ୍‌ମିଣ୍ଟନ୍‌ରେ ନମ୍ବର ୧ ତସ୍‌ନିମ୍‌ ମିର୍‌; କିଏ ଏହି ତସ୍‌ନିମ୍‌

ଆଗକୁ ଯାଉଛନ୍ତି ଭାରତୀୟ ନାରୀ। ସେମାନଙ୍କ ମଧ୍ୟରୁ ଜଣେ ହେଲେ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ତସ୍‌ନିମ୍ ମିର୍। କିଏ ଏହି ତସ୍‌ନିମ୍। ତାଙ୍କୁ ନେଇ ଆଜିକାଲି କାହିଁକି ଚର୍ଚ୍ଚା, ଆସନ୍ତୁ ଜାଣିବା…

author-image
Pramod Behera
ଅଦ୍ୟତନ ହୋଇଛି
World number 1 badminton u-19 girls singles category Tasnim Mir biography

World number 1 badminton u-19 girls singles category Tasnim Mir biography

ଭାରତର କନ୍ୟାମାନେ ବିଶ୍ୱ ସ୍ତରରେ କ୍ରମାଗତ ଭାବରେ ଦେଶର ଗର୍ବ ଓ ଗୌରବ ବଢେଇ ଚାଲିଛନ୍ତି। ସେମାନଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠା ଯୋଗୁଁ ମହିଳାମାନେ ସବୁ କ୍ଷେତ୍ରରେ ପ୍ରଥମ ସ୍ଥାନରେ ଅଛନ୍ତି। ଖେଳ ବିଷୟରେ କହିବାକୁ ଗଲେ, ଗତ କିଛି ବର୍ଷ ମଧ୍ୟରେ ମହିଳା ଖେଳାଳିମାନେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ସାନିଆ ମିର୍ଜା ହେଉ କି ସାଇନା ନେହୱାଲ, ମେରୀ କମ୍‌ ହୁଅନ୍ତୁ କି ପିଭି ସିନ୍ଧୁ, ଦେଶର ମହିଳା ଖେଳାଳିମାନେ କେବଳ ଆନ୍ତର୍ଜାତୀୟ ସ୍ତରରେ ଭାରତର ଚମତ୍କାର ପ୍ରତିନିଧିତ୍ୱ କରୁନାହାଁନ୍ତି ବରଂ ବଡ଼ ବଡ ସଫଳତା ମଧ୍ୟ ହାସଲ କରୁଛନ୍ତି।

Advertisment

ଏବେ ଏହି ତାଲିକାରେ ଅନ୍ୟ ଜଣେ ମହିଳା ଖେଳାଳିଙ୍କ ନାମ ଯୋଡି ହୋଇଯାଇଛି। ସାରା ବିଶ୍ୱରେ ବ୍ୟାଡ୍‌ମିଣ୍ଟନ୍‌ରେ ପ୍ରଥମ ମାନ୍ୟତା ପାଇଥିବା ଏହି ମହିଳା ହେଉଛନ୍ତି ଭାରତର ଝିଅ। ମହିଳା ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ତସ୍‌ନିମ୍‌ ମିର୍‌ ୧୯ ବର୍ଷରୁ କମ ସିଙ୍ଗଲ୍ସରେ ଦୁନିଆର ପ୍ରଥମ ଖେଳାଳି ହେବାର ଖ୍ୟାତି ଅର୍ଜନ କରିଛନ୍ତି। ବିଶେଷ କଥା ହେଉଛି ପ୍ରଥମ ଥର ପାଇଁ ଭାରତର ଜଣେ ମହିଳା ଖେଳାଳି ସମଗ୍ର ବିଶ୍ୱରେ ୧ ନମ୍ବର ହୋଇପରିଛନ୍ତି। ଆସନ୍ତୁ ଜାଣିବା ଭାରତର ଝିଅ ତସ୍‌ନିମ୍‌ ମିର୍‌ଙ୍କ ବିଷୟରେ।

କିଏ ଏହି ତସ୍‌ନିମ୍‌ ମିର୍:

ଆଜିକାଲି ତସ୍‌ନିମ୍‌ ମିର୍‌ଙ୍କ ନାମ ଚର୍ଚ୍ଚାରେ ଅଛି। ୧୯ ବର୍ଷରୁ କମ୍ ବ୍ୟାଡ୍‌ମିଣ୍ଟନ୍ ଖେଳାଳିଙ୍କ ତାଲିକାରେ ସେ ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

Advertisment

ତସ୍‌ନିମ୍‌ଙ୍କ ଜୀବନୀ ପରିଚୟ:

ତସ୍‌ନିମ୍‌ ମିର୍‌ଙ୍କୁ ବର୍ତ୍ତମାନ ୧୬ ବର୍ଷ ହୋଇଥିବା ବେଳେ ସେ ଗୁଜୁରାଟ ନିବାସୀ। ସେ ଗୁଜୁରାଟର ମେହସାନାରେ ଜନ୍ମଗ୍ରହଣ କରିଥିଲେ। ଏଠାରେ ସେ ତାଙ୍କର ପ୍ରାରମ୍ଭିକ ଶିକ୍ଷା ଶେଷ କରିଥିଲେ। ଯେତେବେଳେ ତାଙ୍କୁ ସାତ ବର୍ଷ ହୋଇଥିଲା, ତାଙ୍କ ପିତା ତାଙ୍କୁ ବ୍ୟାଡ୍‌ମିଣ୍ଟନ୍‌ ଖେଳିବାକୁ ଉତ୍ସାହିତ କରିଥିଲେ। ତସ୍‌ନିମ୍‌ଙ୍କ ପିତା ମେହସାଣା ପୋଲିସରେ ଜଣେ ବ୍ୟାଡ୍‌ମିଣ୍ଟନ କୋଚ ମଧ୍ୟ ଅଛନ୍ତି।

ବ୍ୟାଡ୍‌ମିଣ୍ଟନ୍‌‌ କ୍ୟାରିୟର୍:

ତସ୍‌ନିମ୍‌ ମୀର୍‌ଙ୍କ କିଛି କରି ଦେଖେଇବା ଇଛା ନେଇ ଆଗକୁ ଆସିଥିଲେ। ଯେଉଁଥିପାଇଁ ସେ ୧୩ ବର୍ଷରୁ କମ୍, ୧୫ ବର୍ଷରୁ କମ୍ ଏବଂ ୧୯ ବର୍ଷରୁ କମ୍ ମହିଳା ସିଙ୍ଗଲ୍ ଜିତିଥିଲେ। କେବଳ ସେତିକି ନୁହେଁ, ୧୪ ବର୍ଷ ବୟସରେ ସେ ୧୯ ବର୍ଷରୁ କମ ଜାତୀୟ ଜୁନିଅର ଚାମ୍ପିୟନଶିପ ମଧ୍ୟ ଜିତିଥିଲେ। ତସ୍‌ନିମ୍‌ ବ୍ୟାଡ୍‌ମିଣ୍ଟନକୁ ଏକ କ୍ୟାରିଅର୍ ଭାବେ ନେଇ ସେ ବୃତ୍ତିଗତ ତାଲିମ ମଧ୍ୟ ଆରମ୍ଭ କରିଥିଲେ।

ବ୍ୟାଡ୍‌ମିଣ୍ଟନ୍‌ ଛାଡିବା ନିଷ୍ପତ୍ତି:

ତସ୍‌ନିମ୍‌ଙ୍କ ଜୀବନରେ ଏପରି ଏକ ସମୟ ଆସିଲା ଯେ ଟଙ୍କା ଅଭାବରୁ ସେ ବ୍ୟାଡମିଣ୍ଟନ ଛାଡିବାକୁ ଚିନ୍ତା କଲେ। କିନ୍ତୁ ତସ୍‌ନିମ୍‌ଙ୍କ ଭଲ ପ୍ରଦର୍ଶନ ହେତୁ ତାଙ୍କୁ ସ୍ପନ୍‌ସର୍‌ଶିପ୍ ମିଳିଲା। ସମ୍ପ୍ରତି, ଗତ ଚାରି ବର୍ଷ ଧରି, ତସ୍‌ନିମ୍‌ ଗୁଆହାଟିର ଆସାମ ବ୍ୟାଡ୍‌ମିଣ୍ଟନ୍ ଏକାଡେମୀରେ ତାଲିମ ନେଉଛନ୍ତି। ତାଙ୍କ କୋଚ୍ ହେଉଛନ୍ତି ଷ୍ଟାର୍‌ଲେଟ୍ ଇଣ୍ଡୋନେସିଆର କୋଚ୍ ଏଡ୍‌ୱିନ୍ ଇରିଆୱାନ୍।

ଉପଲବ୍ଧି:

୧୯ ବର୍ଷରୁ କମ ବ୍ୟାଡମିଣ୍ଟନରେ ନିଜର ସ୍ଥାନ ସୃଷ୍ଟି କରିଥିବା ତସ୍‌ନିମ୍‌ ମିର୍‌ଙ୍କ ନାମରେ ଅନେକ ଟ୍ରଫି ରହିଛି। ୨୦୦୮ ରେ ହାଇଦ୍ରାବାଦ ଓ ନାଗପୁରରେ ଅନୁଷ୍ଠିତ ଅଖିଳ ଭାରତୀୟ ସବ୍-ଜୁନିଅର ରାଙ୍କିଙ୍ଗ ଟୁର୍ନାମେଣ୍ଟରେ ଅଣ୍ଡର -୧୫ ସିଙ୍ଗଲ୍ସ ଏବଂ ଡବଲ୍ସ ଟାଇଟଲ୍ ଜିତିଥିଲେ। ୨୦୧୯ରେ ମଧ୍ୟ ସେ ଚମତ୍କାର ପ୍ରଦର୍ଶନ କରିଥିଲେ। ଇଣ୍ଡୋନେସିଆରେ ଆୟୋଜିତ ଅଣ୍ଡର -୧୫ ଜୁନିଅର ଚାମ୍ପିୟନଶିପ ଓ ଏସିଆନ ଅଣ୍ଡର -୧୭ ଚାମ୍ପିୟନଶିପ ମଧ୍ୟ ସେ ଜିତିଛନ୍ତି।

ଗତ ବର୍ଷ ତସ୍‌ନିମ୍‌ ୩ଟି ଜୁନିୟର ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଜିତି ବିଶ୍ୱ ମାନ୍ୟତାର ଶୀର୍ଷରେ ପହଞ୍ଚିଥିଲେ। ବୁଲଗେରିଆ, ଫ୍ରାନ୍ସ ଓ ବେଲଜିୟମରେ ଟାଇଟଲ୍ ଜିତିଥିଲେ, ଯାହା ତାଙ୍କୁ ବିଶ୍ୱ ମାନ୍ୟତାର ଶୀର୍ଷରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲା। ସମ୍ପ୍ରତି ତାସ୍‌ନିମ୍‌ ୧୦,୮୧୦ ପଏଣ୍ଟ୍‌ ସହିତ ୧ ନମ୍ବରରେ ଅଛନ୍ତି।

Indian Talent
Advertisment
Advertisment