• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଷ୍ଟ୍ରପତିଙ୍କ ରାମନାଥ କୋବିନ୍ଦଙ୍କ ପୁରୀ ଗସ୍ତ ପାଇଁ ପୁରୀ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ଏନେଇ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବୈଠକ କରାଯାଇ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ କିପରି ଶୃଙ୍ଖଳିତ କରାଯିବ ସେନେଇ ସମସ୍ତ ଅଦିକାରୀଙ୍କ ସହ ଆଲୋଚନା ହୋଇଛି ।

ସର୍କିଟ ହାଉସ୍‌ରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସ୍ପି କେ. ବି. ସିଂହ ଏବଂ ଜିଲ୍ଲା ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ରାଷ୍ଟ୍ରପତିଙ୍କ ଆଗମନ, ରହଣି ଓ ପ୍ରସ୍ଥାନ ସହ ଯୋଡ଼ି ହେଉଥିବା ସମସ୍ତ ଅଧିକାରୀଙ୍କୁ ନେଇ ଏହି ବୈଠକ କରାଯାଇଛି ।

ତେବେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ହେଲିପ୍ୟାଡ୍, ରାଷ୍ଟ୍ରପତିଙ୍କ ରହଣି ସ୍ଥାନ ଓ ଗୌଡ଼ୀୟ ମଠର କାର୍ଯ୍ୟକ୍ରମ ଏବଂ ରାଷ୍ଟ୍ରପତି ଯିବାକୁ ଥିବା ସ୍ଥାନଗୁଡ଼ିକରେ ବ୍ୟାପକ ପୋଲିସ ମୁତୟନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ରାଷ୍ଟ୍ରପତି ଆସନ୍ତା ୧୯ ତାରିଖରେ ଆସି ପୁରୀରେ ପହଞ୍ଚିବେ । ସେହିଦିନ ସଂଧ୍ୟାରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ଯାହା ପରେ ପୁରୀରେ ରାତ୍ରିଯାପନ କରିବା ସହ ପରଦିନ ସକାଳେ ଚୈତନ୍ୟ ଗୌଡୀୟ ମଠରେ ଶ୍ରୀଲ ପ୍ରଭୁପାଦଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କରିବେ ରାଷ୍ଟ୍ରପତି । ଏହାପରେ ଶରଧାବାଲିରେ ହେବାକୁ ଥିବା ବୈଷ୍ଣବ ସମ୍ମିଳନୀରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଆଜିର ଏହି ବୈଠକ ପୂର୍ବରୁ ଗତକାଲି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ପୁରୀରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ ।