ରେଳ କାର୍ଯ୍ୟ ପରିଚାଳନା ପାଇଁ ଏକ ବିଭାଗୀୟ ନିୟନ୍ତ୍ରଣ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯିବ । ରେଳ ମଣ୍ଡଳ ପ୍ରତିଷ୍ଠା ଦ୍ୱାରା ଏହି ଅଞ୍ଚଳରେ ରେଳ ପରିଚାଳନା କାର୍ଯ୍ୟର ଦକ୍ଷତା ବୃଦ୍ଧି ପାଇବ ବୋଲି ଆଶା ରଖାଯାଇଛି।
ରେଲୱେ ଭିତ୍ତିଭୂମି ଅଭିବୃଦ୍ଧିର ମାନଚିତ୍ରରେ କ୍ରମାଗତ ଯୋଡ଼ି ହେଉଛି ଓଡ଼ିଶା। ଆଜି ପୁଣି ଏକ ଅଧ୍ୟାୟ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବ୍ୟାପି ୮୫ ହଜାର କୋଟିରୁ ଅଧିକ ମୂଲ୍ୟର ରେଳପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଲୋକାର୍ପଣ କରିଛନ୍ତି। ତା’ମଧ୍ୟରେ ରହିଛି ଓଡ଼ିଶାର ୨୭୪ଟି ପ୍ରକଳ୍ପ। କେବଳ ଏତିକି ନୁହେଁ, ଓଡ଼ିଶାକୁ ତୃତୀୟ ବନ୍ଦେ ଭାରତ ବି ଭେଟିଦେଇଛନ୍ତି ମୋଦି।
ରେଳ ସଂଯୋଗୀକରଣ କ୍ଷେତ୍ରରେ ବଦଳୁଛି ଓଡ଼ିଶାର ଭାଗ୍ୟ। ରେଲୱେ ଭିତ୍ତିଭୂମି ଅଭିବୃଦ୍ଧିରେ ହୋଇଛି ନୂତନ ସୂର୍ଯ୍ୟୋଦୟ। ଗୋଟିଏ କି ଦୁଇଟି ନୁହଁ। ଆଜି ଗୋଟିଏ ଦିନରେ ଓଡ଼ିଶାର ୨୭୪ଟି ରେଳପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ।
ଓଡ଼ିଶା ପାଇଁ ୫ଟି ରେଳ ପ୍ରକଳ୍ପ ମଞ୍ଜୁର କରାଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଭାଗିତାରେ ଏହି ପ୍ରକଳ୍ପର କ୍ରିୟାନ୍ୱୟନ ହେବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।