Advertisment

ମୋ ଭୋଟର ମୋ ଅଧିକାର ସଚେତନତା କର୍ମଶାଳା

ଜନସାଧାରଣ ସବୁ ନିୟମ ପାଳନ କରି ସେମାନଙ୍କର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରନ୍ତୁ ବୋଲି ଉପସ୍ଥିତ ବିଶିଷ୍ଟ ବକ୍ତାମାନେ ମତପୋଷଣ କରିଥିଲେ।

author-image
Chandan Shishu
My Vote My Right

My Vote My Right

ଢେଙ୍କାନାଳ: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା କେନ୍ଦୁଝର କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଓଡ଼ାପଡ଼ାଠାରେ ଭୋଟର ସଚତେନତା, କୋଭିଡ ସଚେତନତା ଓ ଟିକାକରଣ ସମ୍ପର୍କରେ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ମୋ ଭୋଟ୍ ମୋ ଅଧିକାର ସମ୍ପର୍କିତ ଏହି କର୍ମଶାଳାରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଭୋଟର ସଚେତନତା ସହ କୋଭିଡ ମାର୍ଗଦର୍ଶିକା ଓ ଟିକାକରଣ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ଭୋଟରମାନେ କିପରି କୋଭିଡ ଗାଇଡଲାଇନ ପାଳନ କରି ସେମାନଙ୍କର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବେ ସେ ସମ୍ପର୍କରେ ମଧ୍ୟ ବିଶେଷ ଆଲୋକପାତ କରାଯାଇଥିଲା।

Advertisment

ଏହି କର୍ମଶାଳାରେ ସ୍ଥାନୀୟ ଜନସାଧାରଣ, ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନେ ଏବଂ ସ୍ଥାନୀୟ କଲେଜର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ତେବେ ଆଜିର ଅନ୍ତିମ ଦିବସରେ ଓଡ଼ାପଡ଼ା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାଶରଥୀ ଜେନା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସୁଧାଂଶୁ କୁମାର ଷଡ଼ଙ୍ଗୀ ମୁଖ୍ୟବକ୍ତାଭାବେ ଯୋଗ ଦେଇଥିଲେ। ସେହିଭଳି ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଲମ୍ବୋଧର ସାହୁ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂସ୍ଥା ଈଶ୍ୱରର ମୁଖ୍ୟ ରବିନ୍ଦ୍ର ଚନ୍ଦ୍ର ବେହେରା ଯୋଗଦେଇଥିଲେ।

କରୋନା ମହାମାରୀର ବିପଦ ଟଳିନଥିଲେ ମଧ୍ୟ ଆଗାମୀ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ଜନସାଧାରଣ ସବୁ ନିୟମ ପାଳନ କରି ସେମାନଙ୍କର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରନ୍ତୁ ବୋଲି ଉପସ୍ଥିତ ବିଶିଷ୍ଟ ବକ୍ତାମାନେ ମତପୋଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା। ଏଥିରେ ଏସଏଚଜି ମା’ମାନେ, ସ୍ଥାନୀୟ ଓଡ଼ାପଡ଼ା କଲେଜର ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ତେବେ କାର୍ଯ୍ୟକ୍ରମ ଶେଷରେ ବିଶିଷ୍ଟ ଅତିଥିମାନେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

Advertisment

ସୂଚନାଯୋଗ୍ୟ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ  ଅଧୀନରେ ଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଜନସଂପର୍କ କାର୍ଯ୍ୟାଳୟ ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦୁଝର ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା। କେନ୍ଦୁଝର ଜନସମ୍ପର୍କ କାର୍ଯ୍ୟାଳୟର କ୍ଷେତ୍ର ପ୍ରଚାର ଅଧିକାରୀ ପାର୍ଥସାରଥୀ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସହକାରୀ ଅଧିକାରୀ ଜୀବନ କୁମାର ସାମନ୍ତସିଂହାର ପରିଚାଳନା କରିଥିଲେ। 

Covid Guidelines My Vote My Right
Advertisment
Advertisment