• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ

 ଭାରତ ସରକାରଙ୍କ ସୂଚନା ଓ  ପ୍ରସାରଣ ମନ୍ତ୍ରାଳୟ ଅଧିନସ୍ଥ କ୍ଷେତ୍ର ଜନ ସଂପର୍କ କାର୍ଯ୍ୟାଳୟ କେନ୍ଦୁଝର ପକ୍ଷରୁ  ସ୍ଥାନୀୟ ଓଡ଼ପଡ଼ା ବ୍ଲକ ଅନ୍ତର୍ଗତ ଅଶ୍ୱର ଅନୁଷ୍ଠାନ ନିକଟରେ  ଏକ ଦୁଇଦିନିଆ କର୍ମଶାଳା 'ମୋ ଭୋଟ୍ ମୋ ଅଧିକାର' ତଥା କୋଭିଡ ସମୟରେ ଉପଯୁକ୍ତ ବ୍ୟବହାର ଓ ଟୀକାକରଣ କାର୍ଯ୍ୟକ୍ରମକୁ ନେଇ ସଚେଚନତାର କର୍ମଶାଳାର ପ୍ରଥମ ଦିନ ଅନୁଷ୍ଠିତ ହୋଇଯାଇଛି ।

ଏହି ପ୍ରାକ୍ କାର୍ଯ୍ୟକ୍ରମରେ ସ୍ଥାନୀୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ,SHG ଗୋଷ୍ଠିର ମାଆ ମାନଙ୍କ ସହ ସ୍ଥାନୀୟ ଆଦିବାସୀ ଯୋଗ ଦେଇଥିଲେ ।  ତେବେ ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ରଚନା ଓ ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ  SHG ମାଆ ମାନଙ୍କୁ ନେଇ  ଏକ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । 

ଏହି କାର୍ଯ୍ୟକ୍ରମକୁ ଇଶ୍ୱର ଅନୁଷ୍ଠାନର ମୁଖ୍ୟ  ରବିନ୍ଦ୍ର କୁମାର ବେହେରା ,କେନ୍ଦୁଝର ଜନସଂପର୍କ ଅଧିକାରୀ ପାର୍ଥସାରଥୀ ମଲ୍ଲିକ ଏବଂ ସହକାରୀ ଅଧିକାରୀ ଜୀବନ କୁମାର ସାମନ୍ତସିଂହାର ପ୍ରମୁଖ ପରିଚାଳନା କରିଥିଲେ 

OTV is now on Whatsapp

Join and get latest news update delivered to you via whatsapp

Join Now