ପାରାଦୀପ ପଥୁରିଆ ନିକଟ ମହାନଦୀ କୂଳରେ ଗାଧୋଇବାକୁ ସକାଳୁ ପହଁଚିଥିଲେ ପଥୁରିଆ ଗାଁର ଚାରି ଜଣ ଛାତ୍ର । ଦୁଇ ଜଣ ଉପରେ ଥିବା ବେଳେ ପାଣିକୁ ଓହ୍ଲାଇଥିଲେ ଦୁଇ ସମ୍ପର୍କୀୟ ଭାଇ ଅଭିଜିତ୍ ଏବଂ ରାଜୀବ ଲୋଚନ ।
ମହାନଦୀରେ ପୁଣି ଯାଇଛି ୨ ଜଣଙ୍କ ଜୀବନ । ପାରାଦୀପ ପଥୁରିଆର ୨ ଛାତ୍ର ନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଅକାଳରେ ପ୍ରାଣ ହରାଇଛନ୍ତି । କିଛି ଦିନ ତଳେ କଟକ ଯୋବ୍ରାରେ ୩ ଜଣ ଛାତ୍ର ମହାନଦୀରେ ବୁଡି ପ୍ରାଣ ହରାଇଥିଲେ ।
ଭାଇରାଲ ହେଉଛି କୁକୁରର ନର୍ସଙ୍କ ପ୍ରତି ପ୍ରେମର ଭିଡିଓ। ନର୍ସ ଜଣକ କୁକୁରଟିର ସେବା କରୁଥିବା ବେଳେ ତାଙ୍କ ଉପରୁ କୁକୁରଟିର ନଜର ହଟୁନି। ସେ ତାଙ୍କୁ ବୁଲି ବୁଲି ଚାହୁଁଥିବା ଦେଖାଯାଉଛି। କୁକୁରର ନର୍ସ ପ୍ରତି ଏଭଳି ପ୍ରେମ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି।
ଏହା ପୂର୍ବରୁ ଗତ ମଙ୍ଗଳବାର ଦିନ ବାଘଛୁଆ ବିବେକର ମୃତ୍ୟୁ ଘଟିଥିଲା । ଗତ କିଛି ଦିନ ଗୋଡ଼ ହାଡ଼ରେ ସମସ୍ୟା ଥିବାରୁ ସେ ଛୋଟାଉଥିଲା ।
ଯାଜପୁରର ଘରୋଇ ମେଡିକାଲରେ ଶିଶୁ ଜନ୍ମ ନେଇ ବିବାଦ ଘଟଣା । ଲିଙ୍ଗ ନିରୂପଣ ପାଇଁ ନବଜାତକଙ୍କୁ ଅଣାଯିବ ଶିଶୁଭବନ । ଏନେଇ ଯାଜପୁର ସିଡିଏମଓ ସ୍ୱାସ୍ଥ୍ୟ ବିଭାଗକୁ ଚିଠି କରିଥିବା ସୂଚନା ଦେଇଛନ୍ତି ।
‘ଗଙ୍ଗୁବାଇ’ ସିନେମାର ଝୁମେରେ ଗୋରୀ ପରେ ସାମି ସାମି ଗୀତରେ ନାଚି ପୁଣି ଚର୍ଚ୍ଚାରେ ଜୈନିଲ୍ ମେହେଟା
ଜଗାକୁ ଦେଖିବା ପୂର୍ବରୁ ଚାଲିଗଲା ଜୀବନ । ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୩ ଜଣ ଗୁରୁତର ।
ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି ମହାନଦୀ। କାଳ ହେଉଛି ମହାନଦୀର ଗଭୀର ପାଣିରେ ଗାଧୋଇବା। ନିକଟରେ ମହାନଦୀରେ ବୁଡ଼ି ୩ ଛାତ୍ରଙ୍କ ଜୀବନ ଚାଲି ଯାଇଥିବାବେଳେ ଏବେ ଆଉ ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି।
ଭିନ୍ନକ୍ଷମ ହୋଇ ବି ସକ୍ଷମ । ହାତ ନଥାଇ ମଧ୍ୟ ପେଟ ପାଇଁ ଖଟିବାରେ ପଛାଇନାହାଁନ୍ତି । ନିଜ କଳ, ବଳ ଓ କୌଶଳ ମାଧ୍ୟମରେ ଅସମ୍ଭବକୁ ବି ସମ୍ଭବ କରିଦେଖାଇଛନ୍ତି ଏହି ଯୁବକ ।
ଘାଟିରେ ଜଗିଛି ଯମ। ଦେବଗଡ଼ ଜିଲ୍ଲା ଗଇଲୋ ଘାଟିରେ ପୁଣି ଦୁର୍ଘଟଣା ଘଟିଛି। ଘାଟିରେ ଅଟୋ ଓଲଟି ୧୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୬ ଜଣ ଗୁରୁତରଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ନାକେଦମ୍ କଲେଣି ତେଲ ଚୋର । ଘର ଆଗରେ ରଖାଯାଇଥିବା ବାଇକରୁ ମଧ୍ୟ ତେଲ ଚୋରି କରି ନେଇ ଯାଉଛନ୍ତି ।
ବାପା ରଙ୍ଗ ମଞ୍ଚରେ କାମ କରୁଛନ୍ତି। ଯେତିକି ଟଙ୍କା ରୋଜଗାର ହେଉଛି ସେତିକିରେ ପରିବାର ଚଳିବା କଷ୍ଟ। ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ସେପଟେ ବଞ୍ଚିବାକୁ ଚାହୁଁଛନ୍ତି ବିନୋଦ। ବାସ୍ ସରକାରଙ୍କ ସାହାଯ୍ୟ ମିଳିଲେ ବିନୋଦଙ୍କ ଚିକିତ୍ସା ହେବ...ପୁଣି ଥରେ ପରିବାର ହସିବ
କାଳ ହେଲା ଅନଲାଇନ୍ ପେମେଣ୍ଟେ: KYC ଅପଡେଟ୍ ନାଁରେ ଆସିଲା ଫୋନ୍ କଲା। ବାସ୍ ଏହାପରେ ଆକାଉଣ୍ଟରୁ କଟିଚାଲିଲା ଟଙ୍କା
ଛିଣ୍ଡା ଛିଣ୍ଡ ଆଡ଼େ ଜମା ଯାଆନାରେ। ଶିକା ଛିଣ୍ଡିଗଲେ ଦହି ପଡ଼ିଯିବ...ତୁ ଖାଲି ଯୋଡ଼ା ଯୋଡ଼ିରେ ରହ। ଟଙ୍କାଟିଏ ଦେବାରେ ନାଗନ୍ଧ ଧରୁନ, ଏତେ କାହିଁ ପାଟିକରୁଛ ମ?
ପରୀକ୍ଷା ଖାତାରେ ପୁଷ୍ପା ନିଶା । ଦଶମ ଶ୍ରେଣୀ ଛାତ୍ର ଉତ୍ତର ସିଟ୍ରେ ଲେଖିଛନ୍ତି ‘ଆପୁନ୍ ଲିଖେଗା ନାହି’ । ଦେଖନ୍ତୁ ଏହି ଫଟୋ...
ଖରାରେ ଡହଳ ବିକଳ ହେଉଥିଲେ ପାରାମାନେ। ଦେବଦୂତ ହୋଇ ଆସିଲେ ଏ ବୃଦ୍ଧ। ପାଇପ୍ ଲଗାଇ ରାସ୍ତାରେ ପକାଇଲେ ପାଣି। ଯାହାକୁ ଦେଖି ଖୁସି ହୋଇଗଲେ ପାରା। ଆଉ ତା’ପରେ...
ତୁ ବହୁତ କଥା କହୁଛୁ, ମୋ ନାଁରେ କମ୍ପ୍ଲେନ୍ କରିବୁ ନାଇଁ। ରହରେ ପୁଅ...ଆମେ ତୋ ଦୋକାନକୁ କେହି ଯିବୁନି। ସବୁ ସେଇ କାଳିଆ ଦୋକାନରେ ଯାଇ ପଶିବୁ। ବେପାର ନା ଚୋପା ଟେ ହେବ
ସ୍କୁଲ ଛାତରୁ ଖସୁଛି ପ୍ଲାଷ୍ଟର। କେତେବେଳେ ଏଇ କୁନି କୁନି ପିଲାଙ୍କ ଉପରେ ଭାଙ୍ଗିପଡ଼ିବ ଛାତ....ତା’ର କୌଣସି ଠିକ୍ଠିକଣା ନାହିଁ। ସୁରକ୍ଷିତ ପାଠ ପଢିବା ପାଇଁ ଇଚ୍ଛା ନଥିଲେ ବି ବାହାର ଗଛ ମୂଳେ ପିଲାଙ୍କୁ ବସାଇ ପାଠ ପଢାଉଛନ୍ତି ଶିକ୍ଷକ। ସବୁ ଜାଣିବା ପରେ ବି ଚୁପ୍ ବସିଛି ପ୍ରଶାସନ
ଗଛରୁ ବାହାରୁଛି ପାଣି। ଯେଉଁଠି ହାଣ ସେଠାରୁ ବାହାରୁଛି ଜଳର ସ୍ରୋତ। ଏଥିରୁ ବାହାରୁଥିବା ଜଳ ସଂପୂର୍ଣ୍ଣ ପରିଷ୍କାର ଏବଂ ପାନୀୟଯୋଗ୍ୟ ମଧ୍ୟ।
ପୃଥିବୀ ଆଡକୁ ମାଡି ଆସୁଛି ବିଶାଳ ଧୂମକେତୁର। ଘଣ୍ଟା ପ୍ରତି ବେଗ ରହିଛି ୩୫,୪୦୫ କିଲୋମିଟର। ଏହାର ଓଜନ ୫୦୦ ଟ୍ରିଲିୟନ ଟନ୍। ମାନବ ଜାତି ପାଇଁ ବିପଦ ଅଛି କି?
ପୁରୀ ବେଳାଭୂମିରେ ବାଲୁକା କଳା କରି ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସେହିପରି ପୁରୀ ଲାଇଟ୍ ହାଉସ ବେଳାଭୂମିରେ ବାଲିରେ ପ୍ରଭୁ ହନୁମାନଙ୍କ ବିଶାଳ ବାଲୁକା କଳା ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ମାନସ କୁମାର ସାହୁ ।
ଜମିବାଡ଼ି ବିବାଦକୁ ନେଇ ବାହାରପଟୁ ତାଲା ମାରି ଘରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ। ଅଗ୍ନିକାଣ୍ଡରେ ଘର ଜଳିପୋଡ଼ି ପାଉଁଶ ହୋଇଯାଇ ଥିବାବେଳେ ଆସବାବପତ୍ର, ଟଙ୍କା, ସୁନା ପୋଡ଼ି ପାଉଁଶ ହୋଇଯାଇଛି।
ବ୍ୟାକ୍ ଗ୍ରାଉଣ୍ଡରେ ବାଜୁଥିଲା ‘ଗଙ୍ଗୁବାଇ’ ଫିଲ୍ମର ‘ଝୁମେ ରେ ଗୌରୀ’ ଗୀତ। ଯୁବତୀ ଡ୍ରେସ୍ ପିନ୍ଧି ହଠାତ୍ ନଜର ଆସିଲେ ଯୁବକ। ଆମେରିକା ରାସ୍ତାରେ ବୁଲି ବୁଲି ଧୁମ୍ ନାଚିଲେ। ଦେଖନ୍ତୁ ସେ ଭିଡିଓ...
ଦେଖିବାକୁ ଲାଗୁଥିଲେ ଖୁବ୍ ସାଧାସିଧା। କଲେଜ ପିଲା ପରି ପିଠିରେ ପଡିଥିଲା ବ୍ୟାଗ୍। ସନ୍ଦେହ କରି ଶିକ୍ଷୟିତ୍ରୀଙ୍କୁ ଯାଞ୍ଚ କଲା ପୋଲିସ୍। ଦେହ ସାରା ହାତ ବୁଲାଇଲା। ଆଉ ଶେଷରେ ପ୍ୟାଣ୍ଟ ଭିତରୁ ବାହାରିଲା ଦେଶୀ ବନ୍ଧୁକ। ଯାହାକୁ ଦେଖି ତାଜୁବ ପୋଲିସ୍...
ଦିନେ ଶିକ୍ଷକତା କରୁଥିଲେ, ପରେ ଡେଲିଭରି ବୟ ହେଲେ। ପାଖରେ ଟଙ୍କା ନଥିବାରୁ ଖରାତରାରେ ସାଇକେଲରେ ବୁଲି ବୁଲି ଦେଉଥିଲେ ଖାଇବା। ସୋସିଆଲ ମିଡ଼ିଆରେ ଫଟୋ ଭାଇରାଲ ହେବା ପରେ ସେନ୍ସେନ୍ ପାଲଟିଲେ...ଗିଫ୍ଟ ଆକାରରେ ମିଳିଲା ବାଇକ୍। ଦେଖନ୍ତୁ ଗାଡ଼ି ମିଳିବା ବେଳକୁ କେତେ ଖୁସି ଅଛନ୍ତି ଏଇ ବ୍ୟକ୍ତି...