Advertisment

ଗଇଲୋ ଘାଟିରେ ଜଗିଛି ଯମ: ଅଟୋରେ ୧୫ ଜଣ ଯାଉଥିବା ବେଳେ ଓଲଟିଲା ଗାଡ଼ି

ଘାଟିରେ ଜଗିଛି ଯମ। ଦେବଗଡ଼ ଜିଲ୍ଲା ଗଇଲୋ ଘାଟିରେ ପୁଣି ଦୁର୍ଘଟଣା ଘଟିଛି। ଘାଟିରେ ଅଟୋ ଓଲଟି ୧୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୬ ଜଣ ଗୁରୁତରଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

author-image
Rajalaxmi Sahoo
Auto-rickshaw overturns near Gailo ghat

Auto-rickshaw overturns near Gailo ghat

ଘାଟିରେ ଜଗିଛି ଯମ। ଦେବଗଡ଼ ଜିଲ୍ଲା ଗଇଲୋ ଘାଟିରେ ପୁଣି ଦୁର୍ଘଟଣା ଘଟିଛି। ଘାଟିରେ ଅଟୋ ଓଲଟି ୧୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୬ ଜଣ ଗୁରୁତରଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

Advertisment

ସୂଚନା ଅନୁସାରେ, ଆଜି ସକାଳେ ଅଟୋରେ ୧୫ ଜଣ ଗଇଲୋ ଗାଁରୁ କାଲିଆଖମାର ତାରିଣୀ ମନ୍ଦିର ଦର୍ଶନ ପାଇଁ ଯାଉଥିଲେ। ଏହି ସମୟରେ ଗାଡ଼ି ଭାରସାମ୍ୟ ହରାଇ ଗଇଲୋ ଘାଟିରେ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ମଧ୍ୟରୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

ସୂଚନାଥାଉ କି,  ୨୦୧୬ ମସିହା ଏପ୍ରିଲ ୧୭ ତାରିଖରେ ଗଇଲୋ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ୨୭ ଜଣଙ୍କ ମୃତ୍ୟୁ ଘଟିଥିଲା। ଯାତ୍ରାପାର୍ଟି ବସ୍‌ ଭାରସାମ୍ୟ ହରାଇ ଘାଟିର ୩୦୦ ଫୁଟ ତଳକୁ ଖସି ପଡ଼ିବାରୁ ୨୭ ଜଣ କଳାକାରଙ୍କ ଜୀବନ ଚାଲି ଯାଥିଲା।

Advertisment

ଘଟଣାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଏହି ବସ୍‌ ଦୁର୍ଘଟଣା ପରେ ଘାଟି ରାସ୍ତାର ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ମାତ୍ର ବିଡ଼ମ୍ବନାର ବିଷୟ, ଏହି ଘଟଣାକୁ ୪ ବର୍ଷ ପୁରିଥିଲେ ସୁଦ୍ଧା ଘାଟି ରାସ୍ତା ଯଥା ପୂର୍ବମ, ତଥା ପରଂ ଭଳି ମନେ ହେଉଛି।

Accident Gailo Ghat
Advertisment
Advertisment