• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଚାରିଆଡେ ଏବେ ପୁଷ୍ପା କ୍ରେଜ୍‌ । ତେଲୁଗୁ ଚଳଚ୍ଚିତ୍ର ‘ପୁଷ୍ପା: ଦ ରାଇଜ୍’ ରିଲିଜ୍‌ର ମାତ୍ର କିଛି ମାସ ମଧ୍ୟରେ ହିଁ ଫିଲ୍ମର ଗୀତଠାରୁ ଆରମ୍ଭ କରି ଡାଇଲୋଗ୍‌ ପର୍ଯ୍ୟନ୍ତ ସବୁକିଛି ବେଶ୍‌ ଭାଇରାଲ୍‌ ହୋଇଛି । ଯେଉଁଠି ଦେଖିଲେ କେବଳ ପୁଷ୍ପା ହିଁ ପୁଷ୍ପା । ବିଶେଷ କରି ଯୁବପିଢ଼ିଙ୍କ ଉପରେ ଫିଲ୍ମର ପ୍ରଭାବ ଅଧିକ ପଡ଼ିଛି ।

ଏହାରି ମଧ୍ୟରେ ପୁଷ୍ପା ସମ୍ପର୍କିତ ଏକ ଫଟୋ ଇଣ୍ଟରନେଟ୍‌ରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି । ଫଟୋଟିରୁ ସ୍ପଷ୍ଟ ଜଣାପଡୁଛି ଯେ, ପରୀକ୍ଷା ଖାତାରେ ପାଠ ନୁହେଁ ବରଂ ପୁଷ୍ପାର କ୍ରେଜ୍‌ ରହିଛି ।

ପଶ୍ଚିମବଙ୍ଗର ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ମଧ୍ୟ ଘାରିଛି ପୁଷ୍ପାର ନିଶା । ଏମିତିକି ସେ ନିଜ ପରୀକ୍ଷା ଖାତାରେ ପୁଷ୍ପାର ଏକ ଚର୍ଚ୍ଚିତ ଡାଇଲୋଗ୍ ଲେଖିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ଯେ,‘ଆପୁନ୍ ଲିଖେଗା ନେହି’ ।

ପରୀକ୍ଷା ଖାତାରେ ଲେଖାଯାଇଥିବା ଏହି ଡାଇଲୋଗ୍‌କୁ ଦେଖି ସମସ୍ତ ଶିକ୍ଷକ ତାବୁଜ ହୋଇଯାଇଛନ୍ତି । ଅନେକ ଶିକ୍ଷକ ଏହା ମଧ୍ୟ କହିଛନ୍ତି ଯେ ପ୍ରାୟ ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷାରେ ଗୀତର ଲିରିକ୍ସ ଏବଂ ହ୍ୱାଟସ୍ଆପ୍ ଚାଟ୍ ଲେଖି ଉତ୍ତର ସିଟ୍‌ ପୂରଣ କରିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now