• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଗଛ ଲତା ଆମ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ଆମ ଖାଦ୍ୟ ଏବଂ ପାନୀୟ ପାଇଁ ସେମାନେ ଶସ୍ୟ, ଫଳ ଏବଂ ପନିପରିବା ଦିଅନ୍ତି। ଗ୍ରୀଷ୍ମ ଋତୁରେ ସେମାନେ ଆମକୁ ଛାଇ ଦିଅନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏହା ଯେ ମଣିଷ ବଞ୍ଚିରହିବା ପାଇଁ ଆବଶ୍ୟକ କରୁଥିବା ମୁଖ୍ୟ ଉପାଦାନ ଅମ୍ଳଜାନ ମଧ୍ୟ ଏଥିରୁ ମିଳେ। କିନ୍ତୁ ଏମିତି ମଧ୍ୟ ଗଛ ଅଛି ଯିଏ ବିଶୁଦ୍ଧ ପାନୀୟ ଜଳ ମଧ୍ୟ ଦେଇଥାନ୍ତି। ଏହି ବିରଳ ଗଛର ଏକ ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ଯଦି କାଟିବା ପରେ ଗୋଟିଏ ଗଛରୁ ଜଳର ସ୍ରୋତ ବାହାରୁଥିବା ଆପଣ ଦେଖନ୍ତି, ତେବେ ଆପଣ ନିଶିତ ଆଶ୍ଚର୍ଯ୍ୟ ହେବେ। ଯଦି କେବେ ଏମିତି ହୁଏ ତେବେ ଆପଣ ଜାଣିବେ ଯେ ଏହା ନିଶ୍ଚୟ ଟର୍ମିନାଲିଆ ଟୋମେଣ୍ଟୋସା ଗଛ। ଯଦି ଶୋଷରେ ଆପଣଙ୍କ ତଣ୍ଟି ଶୁଖିଯାଉଛି ଏବଂ ତୁମ ଆଖପାଖରେ ଏହି ଗଛ ଅଛି, ତେବେ ଆପଣ ନିଶ୍ଚୟ ଭାଗ୍ୟବାନ ବୋଲି ମନେକରିବେ। ଯଦିଓ ଅଧିକାଂଶ ଲୋକ ଏହି ଗଛ ବିଷୟରେ ଜାଣି ନାହାଁନ୍ତି, ତେଣୁ ସେମାନେ ଏହି ଗଛର ଭିଡିଓ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି।

ଭାଇରାଲ ହେଉଥିବା ଏହି ଭିଡିଓ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ କିପରି ଗଛରୁ ଜଳର ସ୍ରୋତ ବାହାରୁଛି। ଆଶ୍ଚର୍ଯ୍ୟ କରିଦେଉଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି କୁରାଢିରେ ଏକ ଗଛକୁ ଆଘାତ କରନ୍ତୁ ଏବଂ ଏଥିରୁ ଛାଲି ଉଠିଯିବା ମାତ୍ରେ ଗଛରୁ ଖୁବ୍ ଜୋରରେ ପାଣିର ସ୍ରୋତ ବାହାରୁଛି। ପାଣି ବାହାରିବା ପରେ ଏହି ବ୍ୟକ୍ତି ଜଣକ ମଧ୍ୟ ଏହାକୁ ପିଉଥିବା ଭିଡିଓରେ ଦେଖାଯାଏ। ଏହି ଗଛ ଅନ୍ୟ କୌଣସି ସ୍ଥାନରେ ଦେଖିବକୁ ମିଳିନାହିଁ। ଏହା ଯେଉଁଠି ଅଛି ସେହି ଦେଶର ଲୋକେ ଏହାକୁ ଜଳ ଗଛ ମଧ୍ୟ କୁହନ୍ତି। ଏଥିରୁ ବାହାରୁଥିବା ଜଳ ସଂପୂର୍ଣ୍ଣ ପରିଷ୍କାର ଏବଂ ପାନୀୟଯୋଗ୍ୟ ମଧ୍ୟ।

ଏହି ଭିଡିଓ ଟ୍ୱିଟରରେ ଏରିକ ସୋଲହେଇମ(Erik Solheim) ନାମକ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଶେୟାର କରାଯାଇଛି। ଏପର୍ଯ୍ୟନ୍ତ, ଭିଡିଓଟି ୫୮ ହଜାରରୁ ଅଧିକ ଥର ଦେଖାଯାଇଛି ଏବଂ ଲୋକମାନେ ଏହା ଉପରେ ସେମାନଙ୍କର ମତାମତ ମଧ୍ୟ ରଖୁଛନ୍ତି। ଏହି ପୋଷ୍ଟ ସହିତ ଗଛ ବିଷୟରେ କୁହାଯାଇଛି ଯେ ଏହା ଟର୍ମିନାଲିଆ ଟୋମେଣ୍ଟୋସା, ଯାହାକୁ କ୍ରୋକଡାଇଲ ବାର୍କ ଗଛ ମଧ୍ୟ କୁହାଯାଏ। ୩୦ ମିଟର ଉଚ୍ଚତା ବିଶିଷ୍ଟ ଏହି ଗଛଗୁଡ଼ିକ ପ୍ରାୟତଃ ଶୁଖିଲା ଏବଂ ଆର୍ଦ୍ର ଜଙ୍ଗଲରେ ଦେଖାଯାଏ। ଏହି ଗଛଗୁଡିକର ଡାଳ ପାଣିରେ ପରିପୂର୍ଣ୍ଣ, ଯାହା ସେମାନଙ୍କୁ ଜଳିବା ଠାରୁ ମଧ୍ୟ ରକ୍ଷା କରିଥାଏ। ବୌଦ୍ଧ ସମ୍ପ୍ରଦାୟର ଲୋକମାନେ ଏହାକୁ ବୋଦ୍ଧି ବୃକ୍ଷ ବୋଲି ମଧ୍ୟ କୁହନ୍ତି।