• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବାଲୁକା କଳାରେ ଓଡ଼ିଆ ନବ ବର୍ଷର ଶୁଭେଚ୍ଛା । ପୁରୀ ବେଳାଭୂମିରେ ବାଲୁକା କଳା କରି ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବାଲିରେ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି କରି ସେଥିରେ ଜୟ ଜଗନ୍ନାଥ ଲେଖି ନବ ବର୍ଷର ଅଭିନନ୍ଦନ ଜଣାଇଛନ୍ତି ସୁଦର୍ଶନ ପଟ୍ଟନାୟକ ।

sand art(ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା)

ସେହିପରି ପୁରୀ ଲାଇଟ୍ ହାଉସ ବେଳାଭୂମିରେ ବାଲିରେ ପ୍ରଭୁ ହନୁମାନଙ୍କ ବିଶାଳ ବାଲୁକା କଳା ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ମାନସ କୁମାର ସାହୁ । ୧୭ ଫୁଟ ଓସାରର ଏହି ବାଲୁକା କଳାରେ ୧୨ ଟନ୍ ବାଲି ବ୍ୟବହାର କରାଯାଇଛି । ବାଲୁକା କଳା ନିର୍ମାଣ କରିବାକୁ ମାନସଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା । ସାରା ଦେଶବାସୀଙ୍କୁ ବାଲୁକା କଳାରେ ଓଡ଼ିଆ ନବବର୍ଷର ଅଭିନନ୍ଦନ ଜଣାଇବା ସହ ହନୁମାନ ଜୟନ୍ତୀର ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ସଙ୍କଟ ମୋଚନ ହନୁମାନ କରୋନା ଏବଂ ବିଶ୍ୱରେ ଚାଲିଥିବା ସଙ୍କଟକୁ ଦୂର କରି ଶାନ୍ତି ପ୍ରତିଷ୍ଠା କରିବାକୁ ପ୍ରାର୍ଥନା କରିଛନ୍ତି ଶିଳ୍ପୀ ମାନସ ସାହୁ ।

Odia New Year and Maha Vishuba Sankranti-Artists Make Sand Art (ମାନସ ସାହୁଙ୍କ ବାଲୁକା କଳା)

ଅନ୍ୟପକ୍ଷେ, ଆଜି ପଣା ସଂକ୍ରାନ୍ତି ନେଇ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ ମଧ୍ୟ କରାଯାଇଛି । ଓଡ଼ିଆ ଘରେ ପଣା ଭୋଗ ପରଂପରା ରହିଛି । ସେହିପରି ହନୁମାନ ଜୟନ୍ତୀ ହୋଇଥିବାରୁ ସଙ୍କଟମୋଚନ ହନୁମାନଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ବିଭିନ୍ନ ମନ୍ଦିରରେ ଭିଡ଼ ଲାଗିଲାଣି ।