ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ସରକାରଙ୍କ ବଡ ବଡ ଯୋଜନା ରହିଛି । କିନ୍ତୁ କେଉଁଠି ରକ୍ଷଣାବେକ୍ଷଣ ଅଭାବରୁ ପ୍ରକଳ୍ପ ଭାଙ୍ଗିରୁଜି ଗଲାଣି କେଉଁଠି ଟାଙ୍କି ବସିଥିଲେ ବି ପାଣିର ସୁବିଧା ନାହିଁ ।
ବର୍ଷକୁ ଦୁଇଟି କିସ୍ତିରେ କାଳିଆ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଖରିପ ଚାଷ ପାଇଁ ୨୦୦୦ ଟଙ୍କା ଓ ରବି ଚାଷ ପାଇଁ ୨୦୦୦ ଟଙ୍କା ଦିଆଯିବ ବୋଲି ଘୋଷଣା କରାଯାଇଥିଲା ।
ଗଡ଼ଖୋର୍ଦ୍ଧା ଛକରେ ୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଭେଇକିଲ୍ ଅଣ୍ଡର ପାସ୍। ୧୫ ଦିନରେ ଏହି କାମ ଆରମ୍ଭ ହେବ।
ସିଏମ୍ସି(କଟକ ମ୍ୟୁନିସିପାଲ କର୍ପୋରେସନ)ର ଅନୁମତି ବିନା ଉଚ୍ଛେଦ ହେବନି ବୋଲିି ଦୃଢ଼ୋକ୍ତି ଦେଇଛନ୍ତି କଟକ ମେୟର।
ପ୍ରକାଶ ମାଝୀଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବିଧାୟକ ଜଣକ ଜଣେ ଯୁବତୀଙ୍କୁ ଯୌନ ଶୋଷଣ କରୁଥିବା ବେଳେ ଏବେ ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଛି ।
ହୁସିଆର୍ !! ରାସ୍ତା କଡ଼ରେ ପସରା ମେଲାଇଥିବା ଆଖୁରସ କି ଲେମ୍ବୁ ପାଣି ସହ ପିଉଛନ୍ତି କି ଥଣ୍ଡା ପାଣି? ଏଥିରେ ମିଶୁଥିବା ବରଫ ନାଁରେ ଆପଣଙ୍କୁ ଦିଆଯାଉଛି ବିଷ। ଦେଖନ୍ତୁ କେମିତି ଓ କେଉଁ ପରି ଭାବରେ ତିଆରି ହେଉଛି ଏହି ବରଫ...ଓଟିଭି ହାତରେ ଲାଗିଲା
ଶ୍ରମିକ ଦିବସରେ ଶ୍ରମ କମିସନର କଲେ ହଙ୍ଗାମା। ଯାହାକୁ ଦେଖି ତାଜୁବ ହୋଇଗଲେ ଲୋକେ। ପୁଲିସ୍ ଯେତେ ବୁଝାସୁଝା କରି ଘରକୁ ପଠାଇଲେ ବି ଘରକୁ ଯିବାକୁ ନାରାଜ ଏହି ଅଧିକାରୀ। ଶେଷରେ...
ବଢି ଚାଲିଛି ଗ୍ରୀଷ୍ମ ପ୍ରବାହ। ବୃଦ୍ଧି ପାଉଛି ତାପମାତ୍ରା। ଅସ୍ତବ୍ୟସ୍ତ ବରଗଡ଼ ସହର। ମୁଣ୍ଡଫଟା ଖରାରେ ଜନଜୀବନ ପ୍ରଭାବିତ ହୋଇପଡିଛି। ବାରମ୍ବାର ବିଦ୍ୟୁତ କାଟ କଷ୍ଟକୁ ବଢାଇ ଦେଇଛି...
ଦୀର୍ଘ ବର୍ଷ ଧରି ସରକାରୀ ଚାକିରି କରିଥିଲେ। ଆଉ କେଇଟା ଦିନ ପରେ ରିଟାୟାର୍ଡ ହୋଇଥାଆନ୍ତେ। କିନ୍ତୁ ନିଜ ଦେହ ଅସୁସ୍ଥତା କାରଣରୁ କାମ କରି ନ ପାରିବାରୁ, ବସି ବସି ଦରମା ନେବାକୁ ତାଙ୍କୁ ଭଲ ଲାଗିଲାନି। କହିଲେ ତୁଛାଟାରେ ଗାଦା କାହିଁକି ମାଡି ବସିବି? ବରଂ ମୋ ଜାଗାରେ କିଏ ନୂଆ ପିଲା ଚାକିରି ପାଇଲେ ଭଲ।
କାସିମ ଚାଚାଙ୍କୁ ନେଇ ବଢିଲା ଚର୍ଚ୍ଚା। ଏଥର କେବଳ ମାଗଣା ଖାଇବା ନୁହେଁ ବରଂ ଶାଢୀ, ଧୋତି ସାଙ୍ଗକୁ ଦେଉଛନ୍ତି ୫୦ ଟଙ୍କା। ଚାରିଆଡ଼ୁ ଛୁଟିଲା ପ୍ରଶଂସାର ସୁଅ। ଚିକେନ୍ ଦୋକାନ କରି ଲୋକଙ୍କୁ ଏମିତି ଭାବରେ କରୁଛନ୍ତି ସାହାଯ୍ୟ…
ଭିଡ଼ିଓ ପାଇଁ ପ୍ରବଳ ବିରକ୍ତ ହେଲା କୁନି ପୁଅ। କହିଲା, ଖାଇବାଠୁ ପିଇବା ଶୋଇବା ଯାଏଁ ସବୁବେଳେ ଖାଲି ଭିଡ଼ିଓ କରୁଛି। ମୁଁ ଯେତେବେଳେ ଝାଡା କରୁଛି ସେତେବେଳେ କଣ ପାଇଁ କ୍ୟାମେରା ଅପ୍ କରିଦେଉଛି? ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ
ଇଲୋ ବୋଉ...ଏଇଟା କୋଉ ନିଶା? ଦେଶୀ ନା ବିଦେଶୀ? ଭାଇ ତୁମକୁ ସିଟ୍ ମିଳିଛି ତୁମେ ଥୟ ହେଇକି ବସୁନ କାଇଁ? ନା ଇଏ ଶୁଣିବା ପରିସ୍ଥିତିରେ ହିଁ ନାହାନ୍ତି। ଦେଖୁନାହାନ୍ତି ନାଲିପାଣି ପେଟେ ପିଇ କେମିତି ହେଉଛନ୍ତି?
ପାନମଧୁରୀ ମୁଠି ଗଜା... ନାଁ ଯେମିତି, ଟେଷ୍ଟ ବି ସେମିତି। ଟିକିଏ ଗୋଲମରିଚ ସହ ଚିନି, ଲୁଣ ଦେଇ ଏମିତି ତିଆରି କରନ୍ତୁ ଏହି ସୁନ୍ଦର ରେସିପି… ନିଜେ ଖାଆନ୍ତୁ, ପରିବାର ସମ୍ପର୍କୀୟଙ୍କୁ ବି ଖୁଆନ୍ତୁ...
ଆଉ କିଛି ଘଣ୍ଟା ପରେ ଝିଅର ବାହାଘର ହୋଇଥାନ୍ତା। ହେଲେ ତା’ପୂର୍ବରୁ ଏମିତି ଏକ ଖବର ପରିବାର ଲୋକଙ୍କୁ ମିଳିଲା, ଯାହା ଶୁଣି ପରିବାର ଲୋକଙ୍କ ପାଦ ତଳୁ ମାଟି ଖସିଗଲା।
IAS ପରୀକ୍ଷାରେ ସଫଳ ହେବା ପାଇଁ ପ୍ରାର୍ଥୀମାନେ ବର୍ଷ ବର୍ଷ ଧରି ଅଧ୍ୟୟନ କରନ୍ତି। ଏନେଇ ଅନେକ କୋଚିଂ ବି ନିଅନ୍ତି। କିନ୍ତୁ ଜଣେ ମହିଳା ବିନା କୋଚିଂରେ ପ୍ରଥମ ପ୍ରୟାସରେ ଏହି ସଫଳତା ପାଇଛନ୍ତି। ଏହି ମହିଳା ୬ଷ୍ଠରେ ଫେଲ୍ ହୋଇଥିଲେ ବି କିପରି ମିଳିଲା ସଫଳତା ଆସନ୍ତୁ ଜାଣିବା।
ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଦେଇ ଯାଇଛି ଜାତୀୟ ରାଜପଥ ୧୪୩। ଝାରଖଣ୍ଡ, ବିହାର, ଛତିଶଗଡ଼ ସହିତ ବିଭିନ୍ନ ରାଜ୍ୟକୁ ଏହି ରାସ୍ତା ସଂଯୋଗ କରୁଛି। ହେଲେ ରାସ୍ତା ଅବସ୍ଥା ନ କହିବା ଭଲ। ଖାଲ ଖମାରେ ଭର୍ତ୍ତି ଏ ରାସ୍ତାରେ ଲହଡି ଭାଙ୍ଗୁଛି ପାଣି...
ସେ ପଶୁ ଚିକିତ୍ସକ ନୁହଁନ୍ତି, ହେଲେ ତାଙ୍କ ସେବା ଓ ଚିକିତ୍ସା କୌଣସି ଚିକିତ୍ସକଠାରୁ କମ୍ ନୁହେଁ। ଖରା ହେଉ କି ବର୍ଷା, ଦିନ ହେଉ କି ରାତି ଯିଏ ଯେତେବେଳେ ଯେଉଁଠି ପଶୁପକ୍ଷୀଙ୍କ ଚିକିତ୍ସା ପାଇଁ ଡାକିଥାନ୍ତି, ସେଠାରେ ପହଞ୍ଚି ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେଇଥାନ୍ତି କ୍ରିଷ୍ଣା ନାୟକ...
ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୨ ଯୁବକଙ୍କ ମୃତ୍ୟୁ ଘଟିଛି। ଗାଁ ପାଖ ପଡ଼ିଆରେ ହକି ଖେଳି ଫେରୁଥିବା ବେଳେ ଏହି ଅଘଟଣ ଘଟିଛି।
କେନ୍ଦ୍ରାପଡ଼ା ମାଟିର ଲଢ଼ୁଆ ନେତାଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ବୈଜୟନ୍ତ ପଣ୍ଡା
ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇଛି।
ଆସନ୍ତାକାଲି ସୁଦ୍ଧା ଦ୍ୱିତୀୟ ଶିବିର ନିର୍ମାଣ ଶେଷ ହେବ । ଏହାସହ ସପ୍ତାହ ଶେଷ ସୁଦ୍ଧା ତୃତୀୟ ଶିବିର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ପିଲାଙ୍କ ହାତରେ ଟିଭି ଚଳାଇବାର ଅଧିକାର ଗଲା କେମିତି?
ଏବେ ଏଭଳି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।
ଯେକୌଣସି ନୂତନ କାର୍ଯ୍ୟ ଯେପରି ଗୃହାରମ୍ଭ, ନୂଆ ଗହଣା କିଣିବା, ନୂଆ କରି ବ୍ୟବସାୟ ଆରମ୍ଭ କରିବା ଆଦି କାମ ଏହି ଦିନରୁ ଆରମ୍ଭ ହୋଇଥାଏ।
ମୁଣ୍ଡଫଟା ଖରା ସାଙ୍ଗକୁ ଜଳ କଷ୍ଟ । ଅସ୍ତବ୍ୟସ୍ତ ଜନଜୀବନ । ପଶୁ ପକ୍ଷୀଙ୍କ ପାଇଁ ଚିନ୍ତା କରିବ କିଏ ? ପଶୁ ପକ୍ଷୀ କେମିତି ପାଣି ପାଇବେ ସେଥି ପାଇଁ ଉଦ୍ୟମ କରିଛନ୍ତି ନୂଆପଡା ଜିଲ୍ଲା ପାର୍ବତ୍ୟ ଅଞ୍ଚଳ ପାଟଦରା ଗାଁର ଯୁବକମାନେ