/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651489537.jpg)
Viral Video
ସାରା ରାଜ୍ୟରେ ଜାରି ରହିଛି ଖରାର ରାଜୁତି। ଆକାଶରୁ ଖରା ନୁହେଁ ତ, ନିଆଁଝୁଲ ଖସୁଛି । ସତେ ଯେମିତି ଭାଜି ହେଉଛି ସହର, ସିଝି ଯାଉଛି ଦେହ । ଆଉ ଏଥିରୁ ନିସ୍ତାର ପାଉନାହାନ୍ତି ସୁବର୍ଣ୍ଣପୁର ଜିଲ୍ଲାବାସୀ। ସମଗ୍ର ରାଜ୍ୟରେ ଏବେ ଉତ୍ତପ୍ତ ସହର ଭାବରେ ପରିଗଣିତ ହୋଇଥିବା ସୁବର୍ଣ୍ଣପୁର ଜିଲ୍ଲାରେ କିଭଳି ରହିଛି ତାତି ଏହା ବୟାନ କରୁଛି ଏହି ଭିଡିଓ।
Advertisment
ଏହି ମହିଳାଙ୍କଦ୍ୱାରା ପ୍ରସ୍ତୁତ ରୁଟିଟି କିଭଳି କାର ବନେଟରେ ସାଂଗେ ସାଂଗେ ସେକି ହୋଇଯାଉଛି ତାହା ଏହି ଭାଇରାଲ ଭିଡିଓ ହିଁ ବୟାନ କରୁଛି। ଏବେ ଏଭଳି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।
କେବଳ ଓଡ଼ିଶା ନୁହେଁ, ଦେଶର ଅର୍ଦ୍ଧାଧିକ ରାଜ୍ୟରେ ଏଇ ସ୍ଥିତି। ପାଣିପାଗ ବିଜ୍ଞାନୀ କହିଛନ୍ତି, ପାକିସ୍ତାନ ଆଡ଼ୁ ଗରମ ପବନ ବହିବାରୁ ତାର ପ୍ରଭାବ ଉତ୍ତର ଭାରତ ସହ ଓଡ଼ିଶା ଉପରେ ବି ପଡ଼ୁଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)